ଆଜିଠାରୁ ଆରମ୍ଭ ହୋଇଛି ରଥଭଙ୍ଗା କାର୍ଯ୍ୟ

Published By : Prameya-News7 Bureau | August 14, 2018 IST

ପୁରୀ ୧୪/୮ : ଘୋଷଯାତ୍ରା ଶେଷ ହେବା ପରେ ଆଜିଠାରୁ ଆରମ୍ଭ ହୋଇଛି ରଥଭଙ୍ଗା କାର୍ଯ୍ୟ। ପରମ୍ପରା ଅନୁଯାୟୀ ଭୋଇ ସେବାୟତ ମାନେ ପ୍ରଥମେ ସୁଭଦ୍ରାଙ୍କ ଦର୍ପଦଳନ ରଥର ଭଙ୍ଗା କାର୍ଯ୍ୟ ଆରମ୍ଭ କରିଛନ୍ତି। ସମୁଦାୟ ୧୦ ଜଣ ଭୋଇ ସେବାୟତ ଭୋଇ ସର୍ଦ୍ଦାରଙ୍କ ନିର୍ଦ୍ଧେଶରେ ଆରମ୍ଭ କରିଛନ୍ତି ଏହି ରଥଭଙ୍ଗା କାର୍ଯ୍ୟ। ରଥଭଙ୍ଗା ଯିବା ପରେ କାଠ ଗୁଡ଼ିକ ଶ୍ରୀମନ୍ଦିରର ରୋଷ ଘରେ ଜାଳେଣୀ ଭାବେ ବ୍ୟବହାର କରାଯାଇଛି। ତେଣୁ ରଥର ଚକ, ପ୍ରଭା, ଗୁଜ ଓ କାରୁକାର୍ଯ୍ୟ ହୋଇଥିବା ଅଂଶ ଗୁଡ଼ିକ ଗତ କିଛି ବର୍ଷ ଧରି ଶ୍ରୀମନ୍ଦିର ପ୍ରଶାସନ ବିକ୍ରୟ କରି ଆସୁଛି। ବିକ୍ରୟ ପାଇଁ ପ୍ରଶାସନ ସର୍ବନିମ୍ନ ବିକ୍ରୟ ଦର ଠିକ୍ କରିବା ପରେ ଏହାକୁ ନିଲାମ କରାଯିବ। ଏହି ରଥ ଭଙ୍ଗାର କିଛି ଅଂଶ ଭୋଇ ଓ ମହାରଣା ସେବାୟତମାନେ ମଧ୍ୟ ପ୍ରାପ୍ୟ ଆକାରରେ ପାଇଥାନ୍ତି। ଏହି ରଥଭଙ୍ଗା କାର୍ଯ୍ୟ ପ୍ରାୟ ୧୨ଦିନ ଲାଗିବ ବୋଲି ଭୋଇ ସର୍ଦ୍ଧାର ସୂଚନା ଦେଇଛନ୍ତି। ଏବେ ଦର୍ପଦଳନ ରଥଭଙ୍ଗା ଯାଉଥିବା ବେଳେ ଏହାପରେ ତାଳଧ୍ୱଜ ଓ ଶେଷରେ ନନ୍ଦିଘୋଷ ରଥଭଙ୍ଗା ଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.