ଆଜି ସୁପ୍ରିମକୋର୍ଟରେ ରଥଯାତ୍ରା ସମ୍ପର୍କିତ ମାମଲାର ଶୁଣାଣି, ରଥଯାତ୍ରା ବନ୍ଦ କରିବାକୁ ହୋଇଛି ଆବେଦନ

Published By : Prameya-News7 Bureau | June 18, 2020 IST

ପୁରୀ ୧୮।୦୬: ଆଜି  ସୁପ୍ରିମକୋର୍ଟରେ ରଥଯାତ୍ରା ସମ୍ପର୍କିତ ମାମଲାର ଶୁଣାଣି ହେବ । ଆସନ୍ତା ୨୩ତାରିଖରେ ରଥଯାତ୍ରା ହେବ କି ନାହିଁ, ସେ ସପର୍କରେ  ସୁପ୍ରିମକୋର୍ଟରେ ଶୁଣାଣି ହେବ । ଓଡିଶା ବିକାଶ ପରିଷଦ ସମେତ ୭ଟି ଆବେଦନ କରାଯାଇଛି ।  କରୋନା ସଂକ୍ରମଣ ରୋକିବାକୁ କୋଭିଡ୍ କଟକଣା ପାଳନ ପାଇଁ ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛି ଓଡ଼ିଶା ବିକାଶ ପରିଷଦ । ଏହି ଆବେଦନକୁ ବିରୋଧ କରି ଜଗନ୍ନାଥ ସଂସ୍କୃତି ଜାଗରଣ ମଞ୍ଚ ଓ କେତେକ ଆଇନଜୀବୀ ହସ୍ତକ୍ଷେପ କରି କ୍ୟାଭେଟ୍ ପିଟିସନ୍ ଦାୟର କରିଛନ୍ତି ।  ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ରଥଯାତ୍ରା ହେଉ ବୋଲି ଆବେଦନକାରୀ ଦାବି କରିଛନ୍ତି ।   

{"id":131212,"sizeSlug":"large"}

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ.ଏ.ବୋବଡେ, ବିଚାରପତି ଏ.ଏସ୍‌.ବୋପନ୍ନା ଓ ବିଚାରପତି ହୃଷିକେଶ ରାୟଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠରେ ଭିଡ଼ିଓ କନ୍‌ଫରେନ୍ସି ଜରିଆରେ ଏହି ଶୁଣାଣି ହେବ । ଓଡିଶା ବିକାଶ ପରିଷଦ ପକ୍ଷରୁ ଦାଖଲ କରାଯାଇଥିବା ରିଟ୍‌ ପିଟିସନ୍‌ ସହ ଅନ୍ୟ ୨ଟି ପିଟିସନ୍‌ର ମିଳିତ ଭାବେ ଶୁଣାଣି ହେବାର ସମ୍ଭାବନା ରହିଛି । ପୂର୍ବରୁ ଓଡିଶା ହାଇକୋର୍ଟ ଏହି ମାମଲାରୁ ଶୁଣାଣି କରି ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡିଥିଲେ । ରଥଯାତ୍ରା ହେବ କି ନାହିଁ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ କହିଥିଲା । ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ସୁପ୍ରିମକୋର୍ଟରେ ରଥଯାତ୍ରା ନେଇ ଆବେଦନ କରାଯାଇଛି । ଆଜି ଏ ସଂପର୍କରେ ଶୁଣାଣି କରିବେ ମାନ୍ୟବର ସୁପ୍ରିମକୋର୍ଟ । ସେପଟେ ପୁରୀରେ ରଥଯାତ୍ରା ନେଇ ରଥକାମ ଜୋରସୋରରେ ଆଗେଇ ଚାଲିଛି ।

{"id":285606,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.