ପଦାକୁ ଆସିଲା ଇସ୍କନର ପୁଣି ମନମାନି: ଦାମୀ କାରରେ ତିନି ଠାକୁରଙ୍କୁ କରାଇଲେ ବିଜେ, ଅଦିନିଆ ରଥଯାତ୍ରା ନେଇ ବିରୋଧର ସ୍ୱର

Published By : Prameya-News7 Bureau | October 17, 2020 IST

ପୁରୀ ୧୭।୧୦: ପୁଣି ଇସ୍କନ୍ ପକ୍ଷରୁ ଅଦିନିଆ ରଥଯାତ୍ରା ପାଳନ ନେଇ ପୁରୀରେ ଉଠିଛି ବିରୋଧର ସ୍ବର । ନିକଟରେ ଆମେରିକା ମେରିଲ୍ୟାଣ୍ଡର ବାଲ୍ଟିମୋର୍ ଅଞ୍ଚଳରେ ପାଳିତ ହୋଇଥିଲା ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା । ୩ ବିଗ୍ରହଙ୍କୁ ୩ଟି କାର୍ ରେ ବସାଇ ନିଆଯାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଇସ୍କନର ଏଭଳି ମନମାନିର ପ୍ରତିବାଦ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ସେବାୟତ ଓ ଭକ୍ତ । ଏନେଇ ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ ପକ୍ଷରୁ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି ।

{"id":345772,"sizeSlug":"large"}

ପୁଣି ପଦାକୁ ଆସିଲା ଇସ୍କନର ମନମାନି । ଆମେରିକା ମେରିଲ୍ୟାଣ୍ଡର ବାଲଟିମୋର ଠାରେ ପାଳିତ ହୋଇଛି ମହାପ୍ରଭୁଙ୍କ ରଥଯାତ୍ରା । ଦାମୀ କାର୍‌ରେ ଦାରୁବ୍ରହ୍ମଙ୍କୁ ବସାଇ ଇସ୍କନର ଶ୍ରଦ୍ଧାଳୁମାନେ ରଥଯାତ୍ରା କରିଥିବା ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଅକ୍ଟୋବର ୧୦ରେ ଫେସବୁକ୍ ଆଇଡିରେ ଏହି ଭିଡିଓକୁ ସେୟାର କରାଯାଇଛି । ବାରମ୍ବାର ତାଗିଦ୍ ସତ୍ବେ ଇସ୍କନ ଏଭଳି ମନମାନୀ ବିରୋଧର ପୁଣି ଉଠିଛି ପ୍ରତିବାଦର ସ୍ବର । ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ ପକ୍ଷରୁ ଇସ୍କନ ବିରୋଧରେ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଥିବା ବେଳେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ସେବାୟତ ଓ ଭକ୍ତ ମାନେ ଉଦବେଗ ପ୍ରକାଶ କରିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାର ଏନେଇ ସ୍ବତନ୍ତ୍ର ଆଇନ୍ ପ୍ରଣୟନ କରିବା ସହ ଆୟୋଜକଙ୍କ ବିରୋଧରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

{"id":345773,"sizeSlug":"large"}

ବାରମ୍ବାର ତାଗିଦ୍ ପରେ ବି ମନମାନି କରିଚାଲିଛି ଇସ୍କନ୍ । ସାରା ବିଶ୍ବରେ ମହାପ୍ରଭୁଙ୍କ ଅଦିନିଆ ରଥଯାତ୍ରା ବନ୍ଦ ନେଇ ଗଲାବର୍ଷ ଶ୍ରୀମନ୍ଦିର ପକ୍ଷରୁ ଗଜପତି ମହାରାଜା ଦିବ୍ୟ ସିଂହ ଦେବଙ୍କ ଅଧ୍ୟକ୍ଷତା ବୈଠକ ହୋଇଥିଲା । ଯେଉଁଥିରେ ହୋଇଥିବା ନିଷ୍ପତ୍ତି ମୁତାବକ କେବଳ ଆଷାଢ଼ ଶୁକ୍ଳ ଦ୍ବିତୀୟାରେ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ସମୟ ବ୍ୟତୀତ ଅନ୍ୟ ଦିନରେ ସାରା ବିଶ୍ବରେ କେଉଁଠି ବି ରଥଯାତ୍ରା ଆୟୋଜନକୁ ବାରଣ କରାଯାଇଥିଲା । ସେତେବେଳେ ଏନେଇ ଇସ୍କନ୍ ମୁଖ୍ୟଙ୍କୁ ମଧ୍ୟ ଅବଗତ କରାଯାଇଥିଲା । ଏବେ ଇସ୍କନର ଏଭଳି ମନମାନିକୁ ନେଇ ତର୍ଜମା କରାଯିବ ବୋଲି କହିଛି ଶ୍ରୀମନ୍ଦିର ପ୍ରଶାସନ । 

wp:html /wp:html

ମହାପ୍ରଭୁଙ୍କ ଅଦିନିଆ ରଥଯାତ୍ରାକୁ ନେଇ ବାରମ୍ବାର ମନମାନି କରୁଥିବା ଇସ୍କନକୁ ସବକ୍ ଶିଖାଇବାକୁ ବିଭିନ୍ନ ମହଲରେ ଦାବି ହୋଇ ଆସୁଥିବା ବେଳେ ଏନେଇ ରାଜ୍ୟ ଓ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.