୩ ଜଣିଆ ଖଣ୍ଡପୀଠକୁ ଗଲା ରଥଯାତ୍ରା ମାମଲା

Published By : Prameya-News7 Bureau | June 22, 2020 IST

ନୂଆଦିଲ୍ଲୀ ୨୨।୬: ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲା । ୩ ଜଣିଆ ଖଣ୍ଡପୀଠକୁ ଗଲା ଏହି ମାମଲା । ଏନେଇ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଅରୁଣ ମିଶ୍ର ସୂଚନା ଦେଇଛନ୍ତି । ତେବେ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠରେ ଶୁଣାଣି ହେବ । ଜୁନ୍ ୧୮ ତାରିଥରେ ସୁପ୍ରିମକୋର୍ଟ ରଥଯାତ୍ରା ନେଇ ଦେଇଥିବା ନିର୍ଦ୍ଦେଶକୁ ବଦଳାଇବାକୁ ଆବେଦନ ପାଇଁ ଆଇନଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।

୩ ଜଣିଆ ଖଣ୍ଡପୀଠରେ ମାମଲାର ଭର୍ଚୁଆଲ ଶୁଣାଣି କରାଯିବ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଶୁଣାଣି ହେବ । ତେବେ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‌. ଏ. ବୋବ୍‌ଡେ ନାଗପୁରରେ ଥିବା ଯୋଗୁଁ ଏହି ଏହି ମାମଲାର ଭର୍ଚୁଆଲ ଶୁଣାଣି କରାଯିବ । ତେବେ ଭର୍ଚୁଆଲ ଶୁଣାଣି ଆରମ୍ଭ ହୋଇଥିବା ନେଇ ଜଣାପଡିଛି ।

ରଥଯାତ୍ରା ମାମଲାରେ ପକ୍ଷଭୁକ୍ତ ହୋଇଛନ୍ତି ରାଜ୍ୟ ସରକାର । ଶହ ଶହ ବର୍ଷ ଧରି ଚାଲୁଥିବା ନୀତି ବନ୍ଦ ହେବା ଉଚିତ୍ ନୁହେଁ । ଲୋକଙ୍କ ଅଂଶଗ୍ରହଣ ବିନା ହୋଇପାରିବ ରଥଯାତ୍ରା । ଜଷ୍ଟିସ୍ ଅରୁଣ ମିଶ୍ର ଏ ପ୍ରସଙ୍ଗରେ ସିଜେଆଇଙ୍କ ପରାମର୍ଶ ଲୋଡିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.