Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଛାଡ଼ଖାଇ ପୂର୍ବରୁ ମହଙ୍ଗା ମାଡ଼ : ମଟନ୍‌ ୭୦୦, ଚିକେନ ୨୫୦.. ଆଜି ଆମିଷ ବଜାରରେ ଲାଗିବ ଭିଡ଼

30/10/2020 at 8:32 AM

ଭୁବନେଶ୍ୱର୩୦/୧୦: ରବିବାରଠୁ କାର୍ତ୍ତିକ ଆରମ୍ଭ । ମାସେ ଯାଏଁ ଆଇଁଷ ଛୁଇଁ ହେବନି । ହାତରେ ଆଉ ଆଜି ଓ କାଲି। କିନ୍ତୁ ଶନିବାର ଲକ୍ଷ୍ମୀପୂଜା ପଡୁଛି । ତେଣୁ ପ୍ରାକ୍‌ଛାଡ଼ଖାଇ ପାଇଁ ଆଜି ଗୋଟିଏ ଦିନ ହିଁ ହାତରେ । ତେଣୁ ଆମିଷ ମାର୍କେଟରେ ଭିଡ଼ ହେବ। ତା’ ସାଙ୍ଗକୁ ଦର ବି ବଢ଼ିଛି।

କାର୍ତ୍ତିକ ମାସରେ ଆମିଷ ବେପାର କମିଯିବ । ତେଣୁ ପ୍ରାକଛାଡ଼ଖାଇ ମଉକାର ଫାଇଦା ଉଠାଇବାକୁ ପ୍ରସ୍ତୁତ ହେଲେଣି ଆମିଷ ବେପାରୀ। ଏବେଠୁ ଦୋକାନ ପାଇଁ ଗଣ୍ଡା ଗଣ୍ଡା ଛେଳି ସଂଗ୍ରହ କରି ରଖିଲେଣି । ଚିକେନ୍‌ କାଉଣ୍ଟରର ଲୁହା ଜାଲି ବାକ୍ସ ଭିତରେ କୁକୁଡ଼ା ଖୁନ୍ଦି ଦେଲେଣି । ଲୋକଙ୍କ ଠାରୁ ମଟନ୍‌ କିଲୋ ୭୦୦ ଟଙ୍କା ଓ ଚିକେନ୍‌ କିଲୋକୁ ୨୫୦ ଟଙ୍କା ଟାଣିବାକୁ ଯୋଜନା କରିଛନ୍ତି । ବୁଢ଼ୀ ଛେଳି ଓ ମେଣ୍ଢା ମାଂସ ବି ୬୦୦ରୁ କମିବନି । ଏବେ ଚିକେନ୍‌ କିଲୋ ପିଛା ୨୦୦ ଟଙ୍କା ଅଛି । କିଛି ଜାଗାରେ ୧୭୦ ଟଙ୍କା ବି ନେଉଛନ୍ତି । ଆଇଗିଣିଆ ଛକରେ ଥିବା ଚିକେନ କାଉଣ୍ଟର ମାଲିକ ସୟଦ ଏଜହାର ଅଲ୍ଲୀ କହିଛନ୍ତି, ଆମିଷ ବଜାରରେ ଲୋକଙ୍କ ପ୍ରଥମ ପସନ୍ଦ ରହିବ ଚିକେନ୍‌ । ଗରାଖଙ୍କ ପସନ୍ଦ ଓ ଭିଡ଼କୁ ଦେଖି ଏହି ଦର ୨୫୦ ଟପିପାରେ ।

ସେପଟେ ମାଛ ବି ଅମୂଲ ମୂଲ ହେବ । ବଡ ଭାକୁର କେଜି ପିଛା ୨୫୦ ଟଙ୍କା ଟପିଯିବ । ଜିଅନ୍ତା ଲୋକାଲ ରୋହି ଭାକୁର ୨୫୦ ଲାଗିବ । କଣ୍ଟାଳ ଚିଙ୍ଗୁଡି ଦର ଅତିକମ୍‌ରେ ୬୦୦ ଟଙ୍କା ରହିବ। ବାଗଦା ଚିଙ୍ଗୁଡି ହଜାରେ ତଳକୁ ଖସିବନି । ମହରଗ ମାଛରେ ଗଣାଯାଉଥିବା ମେଘନା ଇଲିସି କେଜି ୨୦୦୦ ଟଙ୍କା ଆଉ ଭେକଟି ମାଛ ୮୦୦ ଟଙ୍କା, ଖଅଙ୍ଗା ମାଛ କେଜି ୫୦୦ ଟଙ୍କା ଟପିଯିବ । ସେପଟେ ଏବେ ପରିବା ବଜାରରେ ଆଳୁ ପିଆଜ ମାଡ଼ । ଆଳୁ କେଜି ପିଛା ୩୫ ଟଙ୍କା ଓ ପିଆଜ ୮୦ ରେ ବିକାଯାଉଛି । ଆଇଁଷ ଆଣିଲେ ବଜାରରୁ ମହଙ୍ଗା ଆଳୁ ପିଆଜ ବି କିଣିବାକୁ ପଡ଼ିବ । ତା’ ସାଙ୍ଗକୁ ତେଲ ମସଲା ପୁଣି ଅଛି । ଏଥର ପ୍ରାକଛାଡ଼ଖାଇରେ ଲୋକେ ମହଙ୍ଗା ବଜାରରେ ଘାଣ୍ଟି ହେଲେ ବି ଛାଡ଼ିବେନି ।

   Related Posts