ପୁରୀ ଆନନ୍ଦ ବଜାରରେ ଲାଗିପାରେ ରେଟ ଚାର୍ଟ

Published By : Prameya-News7 Bureau | August 04, 2018 IST

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆଜି ଏକ ଗୁରୁତ୍ୱପୂର୍ଣ ବୈଠକ ବସିଛି | ମୁଖ୍ୟ ପ୍ରଶାସକ, ସେବାୟତ ଏବଂ ନିଯୋଗ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି | ମହାପ୍ରସାଦର ଦର ସମ୍ପର୍କରେ ଆନନ୍ଦ ବଜାରରେ ଏକ ରେଟ ଚାର୍ଟ ଝୁଲାଇବା ପାଇଁ ମଧ୍ୟ ବୈଠକରେ ଆଲୋଚନା ହୋଇଛି | ସମ୍ପ୍ରତି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା, ଯାତ୍ରୀ ମାନଙ୍କୁ ଅଶଡ଼ ବ୍ୟବହାର କରିବା ଆଦି ପ୍ରସଙ୍ଗ, ଶ୍ରୀମନ୍ଦିର ପରିଚାଳନା କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରିପ୍ରେକ୍ଷୀରେ ଏହି ବୈଠକକୁ ଅଧିକ ଗୁରୁତ୍ୱ ଦିଆଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.