ଶ୍ରୀଜିଉଙ୍କ ଦର୍ଶନ ପାଇଁ ଅନଲାଇନ୍ ଟିକେଟ୍ ବ୍ୟବସ୍ଥା ବନ୍ଦ, ନୂଆବର୍ଷରୁ ଲାଗିବ ମହାପ୍ରସାଦ ଦର ତାଲିକା

Published By : Prameya-News7 Bureau | December 26, 2018 IST

ପୁରୀ ୨୬|୧୨: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ ଲାଗି ଅନଲାଇନ ଟିକେଟ ବ୍ୟବସ୍ଥା ପ୍ରସଙ୍ଗରେ ସେବାୟତଙ୍କ ଜିଦ୍ ଆଗରେ ମୁଣ୍ଡ ନୂଆଇଲା ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିରରେ ଅନଲାଇନ୍ ଟିକେଟ୍ ବ୍ୟବସ୍ଥା ବନ୍ଦ ହେଲା । ଖୁବ୍‌ଶୀଘ୍ର ପୁଣି ଆରମ୍ଭ ହେବ ପାରମାଣିକ ଟିକେଟ୍ ବ୍ୟବସ୍ଥା ।

ଅନ୍ୟପଟେ ନୂଆ ବର୍ଷରୁ ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦ ଦର ତାଲିକା । ନୂଆବର୍ଷରେ ୬ଲକ୍ଷରୁ ଅଧିକ ଭକ୍ତଙ୍କ ପାଇଁ କରାଯିବ ବ୍ୟବସ୍ଥା । ଭକ୍ତଙ୍କ ପାଇଁ ନୀତି ଶୃଙ୍ଖଳିତ ଓ ବ୍ୟାରିକେଡ୍ ବ୍ୟବସ୍ଥା ହେବ । ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.