Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ଥାପଡ଼ ପାଇଁ ୫ ହଜାର, ମର୍ଡର ପାଇଁ ୫୫୦୦୦, ଅପରାଧିକ ସେବାର ରେଟ୍‌ ଚାର୍ଟ ପୋଷ୍ଟର ଭାଇରାଲ୍‌: ଜଣେ ଗିରଫ

5/11/2020 at 4:06 PM

ମୁଜାଫରନଗର ୫/୧୧: ଉତ୍ତରପ୍ରଦେଶରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଉଥିବା ବେଳେ ଅପରାଧୀଙ୍କୁ ନାହିଁ ପୋଲିସର ଭୟ। ଖୁଲମଖୋଲା ଅପରାଧ କରିବାକୁ ଅପରାଧୀ ଦେଉଛନ୍ତି ଅଫର। ଅପରାଧ ପାଇଁ ପ୍ରାଇସ୍‌ ଚାର୍ଟ। କେଉ ଅପରାଧ ପାଇଁ କେତେ ପାଉଣା ସେନେଇ ଏକ ପୋଷ୍ଟର ଭାଇରାଲ୍‌ ହେଉଥିବା ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶର ମୁଜାଫରନଗରରେ ଏଭଳି ଏକ ପୋଷ୍ଟର ଭାଇରାଲ୍‌ ହେବା ପରେ ପୋଲିସର ନିଦ ହଜିଯାଇଛି।

ପୋଷ୍ଟରରେ ବିଭିନ୍ନ ଅପରାଧ କରିବା ପାଇଁ ୧୦୦୦-୫୫,୦୦୦ ପର୍ଯ୍ୟନ୍ତ ଦର ଧାର୍ଯ୍ୟ କରାଯାଇଛି। ଏହି ପୋଷ୍ଟରରେ ଜଣେ ଯବୁକ ବନ୍ଧୁକ ଧରି ଛିଡ଼ା ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ପୋଷ୍ଟରରେ ଦିଆଯାଇଥିବା ପ୍ରାଇସ୍‌ ଲିଷ୍ଟ ଅନୁସାରେ କେବଳ କାହାକୁ ଧମକ ଦେବା ପାଇଁ ଲାଗିବ ୧୦୦୦ ଟଙ୍କା। କୌଣସି ବ୍ୟକ୍ତିଙ୍କୁ ବାଡ଼େଇଲେ ୫୦୦୦ ହଜାର ଲାଗିବ ବୋଲି ଲିଷ୍ଟରେ ଥିବା ବେଳେ କାହାକୁ ଗୁରୁତର କରିବାକୁ ଲାଗିବ ୧୦ ହଜାର ଟଙ୍କା। କିନ୍ତୁ ହତ୍ୟା ପାଇଁ ଗ୍ରାହକଙ୍କୁ ଦେବାକୁ ପଡ଼ିବ ୫୫ ହଜାର ଟଙ୍କା। ଏହାସହ ଏହି ଗ୍ୟାଙ୍ଗ ଜମି ମାମଲା ବୁଝାମଣା ପାଇଁ ଅଫର ଦେଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି।

ତେବେ ଏଭଳି ଏକ ଚାର୍ଟ ଭାଇରାଲ୍‌ ହେବା ପରେ ଏହା ପୋଲିସର ନଜରରେ ପଡ଼ିଥିଲା। ଏହି ଫଟୋ କିଏ ପୋଷ୍ଟ କରିଛି ସେନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା। ଚରଥଭଲ ଥାନା ଅନ୍ତର୍ଗତ ଚୌକଡା ଗାଁର ଜଣେ ଯୁବକକୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ତେବେ ପୋଷ୍ଟରରେ ଦେଖିବାକୁ ମିଳିଥିବା ଯୁବକ ଜଣକ ଜଣେ ପିଆରଡି ଯବାନଙ୍କ ପୁଅ ବୋଲି ପୋଲିସ କହିଛି। ଏହି ମାମଲାର ତଦନ୍ତ ଚାଲିଛି ଖୁବଶୀଘ୍ର ଅନ୍ୟ ଦୋଷୀମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

   Related Posts