ଇଣ୍ଡୋନେସିଆ ଓପନ୍‌ : ସେମିଫାଇନାଲରେ ହାରିଲେ ପିଭି ସିନ୍ଧୁ, ଲଗାତାର ତୃତୀୟ ସେମି ପରାଜୟ

Published By : Prameya-News7 Bureau | November 27, 2021 IST

ନୂଆଦିଲ୍ଲୀ ୨୭/୧୧ : ଇଣ୍ଡୋନେସିଆ ଓପନ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲରେ ପରାସ୍ତ ହୋଇଛନ୍ତି ଭାରତର ଷ୍ଟାର ସଟଲର୍‌ ପି. ଭି. ସିନ୍ଧୁ । ଥାଇଲାଣ୍ଡର ରତଚାନୋକ୍‌ ଇନ୍ତାନୋନ୍‌ଙ୍କ ଠାରୁ ୧୫-୨୧, ୨୧-୯, ୨୧-୧୪ ସେଟ୍‌ରେ ପରାସ୍ତ ହୋଇଛନ୍ତି ସିନ୍ଧୁ । ଲଗାତାର ଭାବେ ଏହା ପିଭି ସିନ୍ଧୁଙ୍କ ତୃତୀୟ ସେମି ଫାଇନାଲ ପରାଜୟ ।

ପ୍ରଥମରୁ ଖବୁ ସୁନ୍ଦର ପ୍ରଦର୍ଶନ କରି ଥାଇଲାଣ୍ଡର ରତଚାନୋକ୍‌ ଇନ୍ତାନୋନ୍‌ଙ୍କୁ ରାଉଣ୍ଡ ଓ୍ବାନ୍‌ରେ ୨୧-୧୫ ସେଟ୍‌ରେ ଜିତିଥିଲେ । ଦ୍ବିତୀୟ ରାଉଣ୍ଡ ଆରମ୍ଭରୁ ସିନ୍ଧୁ ଭଲ ଖେଳିଥିଲେ ସୁଦ୍ଧା ୯-୨୧ରେ ପରାଜିତ ହୋଇଥିଲେ  । ତୃତୀୟ ରାଉଣ୍ଡରେ ମଧ୍ୟ ସିନ୍ଧୁଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ପ୍ରତ୍ୟାବର୍ତ୍ତନ କରିନପାରି ତୃତୀୟ ରାଉଣ୍ଡରେ ସିଧାସଳଖ ୧୪-୨୧ ସେଟ୍‌ରେ ପରାସ୍ତ ହୋଇଥିଲେ ସିନ୍ଧୁ । ଯାହା ଫଳରେ ଫାଇନାଲ ଦୌଡରୁ ବାଦ ପଡିଛନ୍ତି ଏହି ଷ୍ଟାର ଭାରତୀୟ ସଟ୍‌ଲର ।

ଗତ ସପ୍ତାହରେ ମଧ୍ୟ ଇଣ୍ଡୋନେସିଆ ମାଷ୍ଟର୍ସ ସେମିଫାଇନାଲରେ ପରାଜିତ ହୋଇଥି​‌ଲେ ପିଭି ସିନ୍ଧୁ । ଏହା ପୂର୍ବରୁ ଅକ୍ଟୋବରରେ ଫ୍ରେଞ୍ଚ ଓପନ୍‌ ସେମିଫାଇନାଲ ଏବଂ ତା ପୂର୍ବରୁ ଟୋକିୟୋ ଅଲିମ୍ପିକ ସେମିଫାଇନାଲରେ ମଧ୍ୟ ସିନ୍ଧୁଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା ।

ବିଶ୍ବ ରାଙ୍କ୍‌ର ୭ମ ଖେଳାଳି ତଥା ଦୁଇ ଦୁଇଥର ଅଲିମ୍ପିକ ମେଡାଲିଷ୍ଟ ସିନ୍ଧୁ ବିଶ୍ବ ରାଙ୍କର ୮ମ ସ୍ଥାନରେ ଥିବା ଇନ୍ତାନୋନ୍‌ଙ୍କ ଠାରୁ ପରାଜିତ ହୋଇଛନ୍ତି । ପୂର୍ବରୁ ମଧ୍ୟ ୨ଟି ମୁକାବିଲା​‌ରେ ଉଭୟ ସାମ୍ନାସାମ୍ନୀ ହୋଇଥିଲେ ସୁଦ୍ଧା ପରାଜିତ ହୋଇଥିଲେ ସିନ୍ଧୁ । ଏହାକୁ ମିଶାଇ ଲଗାତାର ତୃତୀୟ ପରାଜୟ ବରଣ କରିଛନ୍ତି ଏହି ଷ୍ଟାର ଭାରତୀୟ ସଟଲର୍‌ ।

କ୍ବାର୍ଟର ଫାଇନାଲ ମୁକାବିଲାରେ ସାଉଥ୍‌ କୋରିଆର ୟୁ ଜିନ୍‌ ସିମ୍‌ଙଖ୍କୁ ପରାସ୍ତ କରିଥିଲେ ପିଭି ସିନ୍ଧୁ । ଜିନ୍‌ ସିମ୍‌ଙ୍କୁ ସିଧାସଳଖ ୧୪-୨୧, ୨୧-୧୯, ୨୧-୧୪ ସେଟ୍‌ରେ ହରାଇ ସେମିରେ ପ୍ରବେଶ କରିଥିଲେ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.