କଲେଜ ବେଳେ ବାହା ହେଉ ହେଉ ରହିଗଲେ ରତନ ଟାଟା- କହିଲେ ଏହା ଥିଲା କାରଣ

Published By : Prameya-News7 Bureau | February 13, 2020 IST

ନୂଆଦିଲ୍ଲୀ ୧୩।୦୨ – କଲେଜ ସମୟରେ ବାହା ହେଉ ହେଉ ରହିଯାଇଛନ୍ତି ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ରତନ ଟାଟା । ଜୀବନର ଏହ ରହସ୍ୟକୁ ସେ ହ୍ୟୁମାନସ୍‌ ଅଫ୍‌ ବମ୍ବେର ଫେସ୍‌ବୁକ୍‌ ପୃଷ୍ଟାରେ ସେୟାର କରିଛନ୍ତି ।
ସେ ଜୀବନରେ ଅନେକ ଭଲ କଥା ଶିଖିଥିବା ଓ ଏହାର ଶ୍ରେୟ ତାଙ୍କ ଜେଜେମାଆଙ୍କୁ ଦେଇଛନ୍ତି । ଜୀବନରେ ସେ ବାହରେ ପାଠ ପଢୁଥିବା ବେଳେ ଜଣଙ୍କ ପ୍ରେମରେ ପଡିଥିଲେ । ତାଙ୍କୁ ବିବାହ ମଧ୍ୟ କରିଥାଆନ୍ତେ । ମାତ୍ର ଏପରି କିଛି ଘଟଣା ଘଟିଥିଲା ସେ ବିବାହ କରି ନ ଥିଲେ । ସାରା ଜୀବନ ଅବିବାହିତ ହୋଇ ରହିଯାଇଛନ୍ତି ରତନ ଟାଟା ।

ତାଙ୍କ ପିଲାବେଳେ ବେଶ୍‌ ଭଲ ଥିଲା । ହସ ଖୁସୀରେ ଦିନ କଟୁଥିଲା । ହେଲେ ଟିକେ ବଡ ହେବା ପରେ ଜୀବନରେ ଆସିଥିବା ବଡ ପରିବର୍ତ୍ତନ । ତାଙ୍କ ବାପା ମାଆଙ୍କର ବିବାହ ବିଚ୍ଛେଦ ହୋଇଥିଲା । ତାଙ୍କ ଜେଜେ ମାଆ ଭାଇ ଭାଉଣୀମାନଙ୍କର ଲାଳନ ପାଳନ କରିଥିଲେ । ସେହି ସମୟରେ ବିବାହ ବିଚ୍ଛେଦ ଏକ ବଡ ଘଟଣା ଥିଲା । ତାଙ୍କ ବିଦ୍ୟାଳୟରେ ସହପାଠୀମାନେ ଟାହି ଟାପରା କରୁଥିଲେ ।

wp:html /wp:html

ହେଲେ ଏହି ସବୁକୁ କିପରି ସହିବାକୁ ହୁଏ ତାକୁ ଶିଖାଇଥିଲେ ତାଙ୍କ ଜେଜେମାନ ନବଜୀବାଇ । ରତନ ଟାଟାଙ୍କୁ ଭାଓଲିନ୍‌ ବଜାଇବା ପାଇଁ ଭଲ ଲାଗୁଥିଲା । ତାଙ୍କ ବାପା ପିଆନୋ ଶିଖାଇବା ପାଇଁ ଚାହୁଁଥିଲେ । ସେ ଆର୍ଟି ଟେକ୍ଟ ପଢିବା ପାଇଁ ଚାହୁଁଥିଲେ ତାଙ୍କ ବାପା ଇଂଜିନିୟରିଂ ପଢାଇବା ପାଇଁ ଚାହୁଁଥିଲେ ।

ଏପରି ସ୍ଥଳରେ ଶାନ୍ତ ଓ ସ୍ଥିର ଭାବେ କିପରି ନିଜର ମତ ରଖିପାରିବ ତାଙ୍କ ଜେଜେମାଆ ଶିଖାଇଥିଲେ । ରତନ ଟାଟା ଆମେରିକାରେ ପଢିବା ପାଇଁ ଚାହିଁଥିଲେ , ହେଲେ ତାଙ୍କ ବାପା ୟୁକେରେ । ମାତ୍ର ତାଙ୍କ ଜେଜେମାଆଙ୍କ ଯୋଗୁଁ ସେ ଆମେରିକାରେ ପଢିଥିଲେ । ପ୍ରଥମେ ଇଂଜିନିୟରିଂ ପରେ ମେଜରରେ ଆର୍ଟିଟେକ୍ଟ ପଢିଥିଲେ ।

ସେହି ସମୟରେ ସେ ଭଲ ଚାକିରି ପାଇଥିଲେ । ନିଜ ରୋଜଗାରରେ କାର ବି କିଣିଥିଲେ । ଲସ୍‌ ଆଞ୍ଜେଲସ୍‌ରେ ସେ ଚାକିରି କରୁଥିଲେ । ଏହି ସମୟରେ ଜଣଙ୍କ ସହ ତାଙ୍କର ପ୍ରେମ ହୋଇଥିଲା । ବିବାହ ପର୍ଯ୍ୟନ୍ତ କଥା ଯାଇଥିଲା ।
ସେହି ସମୟରେ ରତନ ଭାରତ ଫେରିବାପାଇଁ ନିଷ୍ପତ୍ତି ନେଇଥିଲେ । ପ୍ରାୟ ୭ ବର୍ଷ ଧରି ତାଙ୍କ ଜେଜେମାଆଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିଲା । ଜେଜେମାଆଙ୍କ ଦେଖା ଶୁଣା କରିବା ପାଇଁ ରତନ ଭାରତ ଫେରିବାକୁ ଚାହିଁଥିଲେ । ମାତ୍ର ତାଙ୍କ ପ୍ରେମିକାଙ୍କ ବାପା ମାଆ ତାଙ୍କ ଝିଅକୁ ଭାରତ ଛାଡିବାପାଇଁ ଚାହିଁ ନଥିଲେ । ସେହି ସମୟରେ ଭାରତ ଓ ଚୀନ୍‌ ମଧ୍ୟରେ ଯୁଦ୍ଧ ଚାଲିଥିଲା ।

ରତନ ଜେଜେମାଆଙ୍କର ଦେଖାଶୁଣା କରିବା ପାଇଁ ଭାରତ ଚାଲି ଆସିଥିଲେ । ମାତ୍ର ସାରା ଜୀବନ ଅବିବାହିତ ରହିଥିଲେ । ଜୀବନରେ ୪ ଥର ବିବାହର ନିକଟଥର ହୋଇଛନ୍ତି । ମାତ୍ର ଗୋଟିଏରୁ ଅନ୍ୟ ଏକ କାରଣ ଓ ଅଜଣା ଭୟ ଯୋଗୁଁ ବାହା ହୋଇ ପାରି ନାହାନ୍ତି । ତଥାପି ସେ ଜଣେ ଅତି ଭଲ ମଣିଷ ଓ ସଫଳ ଉଦ୍ୟୋଗପତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.