Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ପ୍ରତିକ୍ଷାର ଅନ୍ତ, ଆଜିଠୁ ବିନା କୋଭିଡ଼ ରିପୋର୍ଟରେ କାଳିଆ ଦର୍ଶନ
  • ||
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||

ହାଉସିଂ ପଲିସି ଉପରେ ରତନ ଟାଟା କହିଲେ “ଭଡାଟିଆ କୁଟୀର ବଦଳରେ ନିଜ ଘର ସମ୍ଭାବନା ଉପରେ ବିଚାର କରନ୍ତୁ”

21/04/2020 at 11:45 AM

ମୁମ୍ବାଇ ୨୧/୦୪ : ଟାଟା ସନ୍ସର ଚେୟାରମ୍ୟାନ ରତନ ଟାଟା ସୋମବାର ଦିନ ହାଉସିଂ ପଲିସୀ ଉପରେ ପ୍ରଶ୍ନ ଉଠାଇ କହିଥିଲେ ଯେ ବଡ କୋଠା ତିଆରି କରିବା ପାଇଁ ବସ୍ତିମାନଙ୍କୁ ଅଲଗା ଅଲଗା ଜାଗାକୁ ସ୍ଥାନାନ୍ତର କରିଦେଇଥାଉ | ଏହା ପରିବର୍ତ୍ତେ ଗରିବ ଲୋକଙ୍କୁ ଏକ ଗୁଣାତ୍ମକ ଜୀବନ ଦେବା ପାଇଁ ଆମର ପୁନର୍ବାସ ନୀତି ବିଷୟରେ ପୁନର୍ବିଚାର କରିବା ଉଚିତ୍ | ସେ ଗ୍ଲୋବାଲ୍ ଇନୋଭେସନ୍ ପ୍ଲାଟଫର୍ମ କର୍ପଜିନିର ‘ଫ୍ୟୁଚର ଅଫ ଡିଜାଇନ ଆଣ୍ଡ କନ୍ସଟ୍ରକ୍ସନ ‘ ଉପରେ ଏକ ଭର୍ଚୁଆଲ୍ ପ୍ୟାନେଲ୍ ଆଲୋଚନାରେ ଏହା କହିଥିଲେ। ଏଥିରେ ୧୦ ହଜାରରୁ ଅଧିକ କର୍ପୋରେଟ୍ ଏବଂ ୧୦୦ରୁ ଅଧିକ ଷ୍ଟାର୍ଟଅପ୍ କମ୍ପାନୀ ଜଡିତ ଥିଲା | ରତନ ଟାଟା କଣ କହିଛନ୍ତି ଜାଣନ୍ତୁ :

ଗତ କିଛି ମାସରେ ଆମେ ଦେଖୁଛୁ ଯେ କିଭଳି ଏକ ରୋଗ ସାରା ଦୁନିଆକୁ ଗ୍ରାସ କରିପାରେ | ଏହି ରୋଗ ଆମର ଅସ୍ତିତ୍ବ ଓ ଆମର କାମ କରିବା ତରିକା ବଦଳାଇଦେଇଛି | ବର୍ତ୍ତମାନ ସେ ସମୟ ଆସିଯାଇଛି ଯେତେବେଳେ ଆମେ ଏକ ଗୁଣଵାନ ଜୀବନ ପାଇଁ ଚିନ୍ତା କରିବା | ଆମେ ନିଜକୁ ପ୍ରଶ୍ନ କରିବା ଉଚିତ ଯେ ଏବେ ପର୍ଯ୍ୟନ୍ତ ଆମେ ଯେଉଁଥିପାଇଁ ଗର୍ବ ଅନୁଭବ କରୁଥିଲୁ ତା ପାଇଁ ଏବେ ଲଜ୍ଜିତ କି …? ଭଡା ଘର ଛାଡି ନିଜ ଘର ତିଆରି ପାଇଁ ଚିନ୍ତା କରିବା ଉଚିତ |

କରୋନା ପରେ ଆମକୁ ବସ୍ତି ପୁନରୁତ୍ଥାନ ନୀତି ବଦଳାଇବାକୁ ହେବ | ଏହି ମହାମାରୀ ଆମକୁ ବୁଝିଛି ଯେ ପରସ୍ପର ନିକଟବର୍ତ୍ତୀ ରହିବା ବିପଦପୂର୍ଣ୍ଣ କିନ୍ତୁ ପରସ୍ପର ଠାରୁ ଦୁରେଇ ରହିବା ସୁବିଧାଜନକ | ପ୍ରଥମଥର ପାଇଁ ଅନୁଭୂତ ହେଉଛି ଅଳ୍ପ ଦୂରତାରେ ତିଆରି କରିଥିବା ଘର ବର୍ତ୍ତମାନ ନୂଆ ସମସ୍ୟା ସୃଷ୍ଟି କରୁଛି | ଆଧୁନିକ ସମୟର ବସ୍ତି ପୁନଃନିର୍ମାଣ ପ୍ରକଳ୍ପ ଭର୍ଟିକାଲ ବସ୍ତି ଛଡା ଆଉ କିଛି ନୁହେଁ ଯେଉଁଥିରେ ଲୋକଙ୍କୁ ତାଜା ପବନ, ଖୋଲା ଜାଗା ଓ ସ୍ୱଚ୍ଛ ପରିବେଶ ପାଇଁ ସଂଘର୍ଷ କରିବାକୁ ପଡିଥାଏ |

ରତନ ଟାଟା କହିଛନ୍ତି ଯେ, “ଅସନା ବସ୍ତିରେ ବସବାସ କରୁଥିବା ଲୋକଙ୍କ ରହଣି ଉପରେ ଲଜ୍ଜିତ ନହୋଇ ଆମେ ତାଙ୍କୁ ନୂଆ ଭାରତର ଏକ ଅଂଶ ଭାବେ ସ୍ୱୀକାର କରିବା ଉଚିତ | କରୋନା କେବଳ ଏକ ଭାଇରସ ନୁହେଁ ଆମ ପାଇଁ ଏକ ସିଜେତାବନୀ ଯିଏ ଆମକୁ ନୂଆ ଦିଶା ଦେଖାଇଛି | ସରକାର ବସ୍ତି ପୁନଃନିର୍ମାଣ ପଲିସୀ କରିବା ସମୟରେ ବସ୍ତିରେ ରହୁଥିବା ଲୋକଙ୍କ ସମସ୍ୟା ବୁଝାନ୍ତୁ | ଜୀବନର ଗୁଣକୁ ସ୍ୱୀକାର କରି ପୁଣିଥରେ ପରୀକ୍ଷଣ କରନ୍ତୁ | କାରଣ ଯେଉଁଠାରେ ବସ୍ତି ସ୍ଥାପନ କରାଯାଇଥାଏ ସେଠାରେ ମାନାଙ୍କ ଦୁର୍ବଳ ହୋଇପଡ଼ିଥାଏ |”

ସେ ଜୋର ଦେଇ କହିଛନ୍ତି ଯେ ବସ୍ତି ହଟାଇବା ସମୟରେ ସୁଲଭ ଗୃହ ନିର୍ମାଣ ବିଷୟରେ ଚିନ୍ତା କରିବା ଉଚିତ | ଏହି ଦାୟିତ୍ୱ ଆର୍କିଟେକ୍ଟ ଓ ଡେଭେଲପରକୁ ଦେବା ଉଚିତ | ବର୍ତ୍ତମାନ ସମୟ ଆସିଛି ସମାନ ଚିନ୍ତାଧାରା ରଖୁଥିବା ବ୍ୟକ୍ତିତ୍ୱ ଏ ସମ୍ପର୍କରେ ଆଲୋଚନା କରନ୍ତୁ ଯାହାକୁ ବର୍ଷ ବର୍ଷ ଧରି ନଜର ଅନ୍ଦାଜ କରାଯାଇଛି |

   Related Posts