Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଦିବ୍ୟାଙ୍ଗ କୁକୁରକୁ ଘର ଯୋଗାଇଲେ ରତନ ଟାଟା: ସେୟାର କଲେ ପୋଷ୍ଟ, ଲେଖିଲେ ହୃଦୟସ୍ପର୍ଶୀ କାହାଣୀ

15/06/2021 at 6:22 PM

ନୂଆଦିଲ୍ଲୀ ୧୫/୦୬ : ଉଦ୍ୟୋଗପତି ରତନ ଟାଟା କୁକୁର ପ୍ରତି ଭଲ ପାଇବା ପାଇଁ ଖୁବ ଜଣାଶୁଣା। ନିକଟରେ ସେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ଏକ ବୁଲା କୁକୁର ପାଇଁ ଘର ଖୋଜିବା ବିଷୟରେ କହିଛନ୍ତି। ରତନ ଟାଟା ସ୍ପ୍ରାଇଟ ନାମକ ଏକ ବୁଲା କୁକୁରର ପୋଷ୍ୟ କାହାଣୀ କହିଛନ୍ତି। ଏହି ବୁଲା କୁକୁରକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଅପିଲ କରିଥିଲେ। ୨୦୨୦ ଡିସେମ୍ବରରେ ସେ ନିଜ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ଏହାକୁ ସେୟାର କରିଥିଲେ।

ଡିସେମ୍ବର ୧୨ ତାରିଖରେ ରତନ ଟାଟାଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ପୋଷ୍ଟରେ ଲେଖାଯାଇଥିଲା “ଆପଣ ମୋତେ ଦୁଇଥର ଉଦାରତାପୂର୍ବକ ଏବଂ ସଫଳାତାପୂର୍ବକ ସାହାଯ୍ୟ କରିଛନ୍ତି ଏବଂ ଏଥିପାଇଁ ମୁଁ କୃତଜ୍ଞ। ସ୍ପ୍ରାଇଟ୍ ପାଇଁ ଏକ ସ୍ନେହୀ ପରିବାର ଖୋଜିବାରେ ମୋତେ ସାହାଯ୍ୟ କରିବାକୁ ଅନୁରୋଧ କରୁଛି। ସ୍ପ୍ରାଇ୍ଟ ବହୁତ କଷ୍ଟ ସହିଲାଣି। ଦୁର୍ଘଟଣା ପରେ ତାର ଦୁଇଟିଯାକ ପଛ ଗୋଡ ପକ୍ଷାଘାତ ହୋଇଛି।
ପୋଷ୍ଟରେ ସ୍ପ୍ରାଇଟ୍ ଠିକ୍ ଥିବା ଏବଂ ଫୁର୍ତ୍ତି ଥିବା କିଛି ଭିଡିଓ କ୍ଲିପ୍ ଓ ଫଟୋ ମଧ୍ୟ ସେୟାର କରାଯାଇଛି।
ଆଜି ରତନ ଟାଟା ଇନଷ୍ଟାଗ୍ରାମରେ ତିନୋଟି କାହାଣୀ ସେୟାର କରି ଘୋଷଣା କରିଛନ୍ତି ଯେ ପୁଚକୁ ଜଣେ ଦୟାଳୁ ବ୍ୟକ୍ତି ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ସ୍ପ୍ରାଇଟର ଏକ ଭିଡିଓ ସେୟାର୍ କରି ସେ ତାଙ୍କର ପ୍ରଥମ କାହାଣୀରେ ଲେଖିଛନ୍ତି, ଯଦି ଆପଣମାନଙ୍କୁ ସ୍ପ୍ରାଇଟ୍ କଥା ମନେଥିବ, ପାରାପେଲିକ୍ କୁକୁର ଯାହାକୁ ଘର ଦରକାର ଥିଲା।

ଏହା ପରେ ସେ ଆନିମଲ୍ ଗାର୍ଡିଆନ୍ସ ମୁମ୍ବାଇ ଏବଂ ପଶୁ ଉଦ୍ଧାରକାରୀ କାଭେରୀ ଭରଦ୍ୱାଜଙ୍କୁ ଧନ୍ୟବାଦ ଜଣାଇଛନ୍ତି ଯେ ସ୍ପ୍ରାଇଟକୁ ଚିରଦିନ ପାଇଁ ସେମାନେ ଖୁସିରେ ଗ୍ରହଣ କରିଛନ୍ତି।

ଶେଷ କାହାଣୀରେ ରତନ ଟାଟା ନିଜ ନୂଆ ଘର ପାଇଁ ପ୍ରସ୍ତୁତ ଜୁବିଲାଣ୍ଟ ସ୍ପ୍ରାଇଟର ଏକ ଫଟୋ ସେୟାର କରିଛନ୍ତି।

   Related Posts