Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଳାତକ ବିଜୟ ମାଲ୍ୟାକୁ ଦେବାଳିଆ ଘୋଷଣା କଲେ ଲଣ୍ଡନ ହାଇକୋର୍ଟ
  • ||
  • ଅକ୍ଟୋବର ୩ରେ JEE ଆଡଭାନ୍ସଡ୍‌ ପରୀକ୍ଷା, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘୋଷଣା
  • ||
  • ଭୁବନେଶ୍ବରରୁ ଦିନକରେ ୨୮୬ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୧ ସୁସ୍ଥ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୨୦୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୮୯ ଡିସଚାର୍ଜ
  • ||
  • ପେଗାସସ ତାଲିକାରେ ଇଡି ଅଫିସର, ବିଏସଏଫର ପୂର୍ବତନ ଡିଜି ଓ କେଜ୍ରିଓ୍ଵାଲଙ୍କ ସହଯୋଗୀଙ୍କ ନାମ
  • ||
  • ଧର୍ମେନ୍ଦ୍ରଙ୍କୁ କର୍ଣ୍ଣାଟକ ପର୍ଯ୍ୟବେକ୍ଷକ ଦାୟିତ୍ଵ, ଦୂର କରିବେ ଅସ୍ଥିରତା !
  • ||
  • ପୁରୀ : ପୁରୀ ବଳିଆପଣ୍ଡାରେ ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ମିଶନ୍’ ଆରମ୍ଭ
  • ||
  • ସାଲେପୁର : ପ୍ରଲୋଭନ ଦେଖାଇ ନାବାଳିକାଙ୍କ ସହ ଶାରିରୀକ ସମ୍ପର୍କ, ବିବାହ ପାଇଁ କହିବାରୁ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍ କଲେ ଯୁବକ !
  • ||
  • ସାଲେପୁର : ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦମ୍ପତ୍ତି ଗୁରୁତର
  • ||
  • ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ୧୦ଟି ଗେଟ୍ ଦେଇ ଜଳ ନିଷ୍କାସିତ, ଜଳସ୍ତର ୬୦୯.୯୩ ଫୁଟ
  • ||

ରାମ ମନ୍ଦିର ଭୂମିପୂଜନ ପାଇଁ ରତନ ଟାଟା, ମୁକେଶ ଅମ୍ବାନୀଙ୍କ ସମେତ ଉଦ୍ୟୋଗ ଜଗତର ଅନେକ ନାମୀ ହସ୍ତୀଙ୍କୁ ଦିଆଗଲା ନିମନ୍ତ୍ରଣ

28/07/2020 at 12:58 PM

ନୂଆଦିଲ୍ଲୀ ୨୮/୦୭ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ଅଗଷ୍ଟ ୫ ତାରିଖରେ ହେବ | କାର୍ଯ୍ୟକ୍ରମରେ କିଏ କିଏ ସାମିଲ ହେବେ ତା ଉପରେ ଏବେ ସମସ୍ତଙ୍କ ନଜର | ଖବର ଅନୁଯାୟୀ, କାର୍ଯ୍ୟକ୍ରମରେ ପାଖାପାଖି ୨୦୦ ଜଣଙ୍କୁ ନିମନ୍ତ୍ରଣ ଦିଆଯାଇଛି | ରାମ ଜନ୍ମଭୂମି ଟ୍ରଷ୍ଟର ସଦସ୍ୟଙ୍କ ଛଡା ଆହୁରି ଅନେକ ଜଣାଶୁଣା ହସ୍ତୀଙ୍କୁ ନିମନ୍ତ୍ରଣ ଦିଆଯାଇଛି | ଭୂମିପୂଜନ ମହୋତ୍ସବରେ ଉଦ୍ୟୋଗ ଜଗତର ବଡ ବଡ ହସ୍ତୀଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଛି | ରତନ ଟାଟା, ମୁକେଶ ଅମ୍ବାନୀ, ଗୌତମ ଅଦାନୀ, କୁମାର ମଙ୍ଗଳମ ବିଡଲା, ଆନନ୍ଦ ମହିନ୍ଦ୍ରା, ରାହୁଲ ଓ ରାଜୀବ ବଜାଜ ଭଳି ୧୦ ଉଦ୍ୟୋଗ ଜଗତର ନାମୀ ହସ୍ତୀଙ୍କୁ ଆମନ୍ତ୍ରିତ କରାଯାଉଛି |  

ରାମ ମନ୍ଦିର ଭୂମିପୂଜନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ | ମୋଦିଙ୍କ ଅଯୋଧ୍ୟା କାର୍ଯ୍ୟକ୍ରମର ପୁରା ବିବରଣୀ ମଧ୍ୟ ଜାରି କରାଯାଇଛି | ମୋଦି ଅଗଷ୍ଟ ୫ ତାରିଖ ସକାଳ ସାଢେ ୧୧ଟା ସମୟରେ ଅଯୋଧ୍ୟାରେ ପହଞ୍ଚିବେ | ରାମ ମନ୍ଦିର ଭୂମିପୂଜନ କାର୍ଯ୍ୟକ୍ରମରେ ୨୦୦ ଅତିଥିଙ୍କ ମଧ୍ୟରେ ୫୦ ସନ୍ଥ, ୫୦ ଅଧିକାରୀ, ବିଶ୍ୱ ହିନ୍ଦୁ ପରିଷଦ ଓ ନ୍ୟାସର ୫୦ ଜଣ ଉପସ୍ଥିତ ରହିବେ | ବାକି ୫୦ ଜଣ ନାମୀ ଲୋକଙ୍କୁ ସାମିଲ ହେବାକୁ ଆମନ୍ତ୍ରିତ କରାଯାଇଛି |

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଭୂମିପୂଜନ ପାଇଁ ହରିଦ୍ୱାର ହର କି ପୋୖଡିରୁ ଗଙ୍ଗାଜଳ ପଠାଯାଇଛି | ବିଶ୍ୱ ହିନ୍ଦୁ ପରିଷଦ ଅଯୋଧ୍ୟାରେ ଗଙ୍ଗାଜଳ ଓ ଉତ୍ତରାଖଣ୍ଡର ସିଦ୍ଧ ପୀଠଗୁଡିକର ମାଟି ପଠାଇବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି | ସୋମବାର ଦିନ ହର କି ପୋୖଡିରେ ମା’ ଗଙ୍ଗାଙ୍କ ବିଶେଷ ପୂଜାର୍ଚ୍ଚନା କରି କଳସରେ ଗଙ୍ଗାଜଳ ରଖାଯାଇଥିଲା | ଆଉ ଏକ କଳସରେ ଗଙ୍ଗାଙ୍କ ମାଟି ରଖାଯାଇଥିଲା | ବିଶ୍ୱ ହିନ୍ଦୁ ପରିଷଦ କଳସ ନେଇ ଅଯୋଧ୍ୟା ଆସିବେ |

   Related Posts