ଆକାଶରେ ଉଡୁଥିବା ସମୟରେ ହଠାତ ଖରାପ ହୋଇଯାଇଥିଲା ବିମାନର ଇଞ୍ଜିନ: ରତନ ଟାଟା ଏହିଭଳି ରକ୍ଷା କରିଥିଲେ ସମସ୍ତଙ୍କ ଜୀବନ

Published By : Prameya-News7 Bureau | September 28, 2020 IST

ନୂଆଦିଲ୍ଲୀ ୨୮/୦୯ : ଦେଶର ବଡ ଓ ନାମୀ ବ୍ୟବସାୟୀ ତଥା ଟାଟା ଗ୍ରୁପର ପୂର୍ବତନ ଚେୟାରମ୍ୟାନ ରତନ ଟାଟାଙ୍କ ଜୀବନ ସହ ଅନେକ ରୋମାଞ୍ଚକ ତଥ୍ୟ ଜଡିତ । ସେ ନିଜ ଏଗୁଡିକ ଦୁନିଆ ସହ ସେୟାର କରନ୍ତି । ନିକଟରେ ଏକ ଚାନେଲର ଶୋ'ରେ ଏହିଭଳି ଏକ ଘଟଣା ସମ୍ପର୍କରେ କହିଥିଲେ । ତାଙ୍କୁ ଯେତେବେଳେ ୧୭ ବର୍ଷ ବୟସ ହୋଇଥିଲା, ଥରେ ସେ ବିମାନ ଯାତ୍ରା କରୁଥିଲେ । ସୌଭାଗ୍ୟବଶତଃ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହେଉ ହେଉ ବର୍ତ୍ତୀ ଯାଇଥିଲା ।ସେ କିଭଳି ବିମାନକୁ କ୍ରାସ୍ ହେବାରୁ ବଞ୍ଚାଇଥିଲେ ଓ ମୃତ୍ୟୁକୁ ମାତ ଦେଇଥିଲେ ତାହା ସେ ଶୋ'ରେ କହିଛନ୍ତି ।

{"id":335578,"sizeSlug":"large"}

ତାଙ୍କୁ ଯେତେବେଳେ ୧୭ ବର୍ଷ ବୟସ ହୋଇଥିଲା ସେତେବେଳେ ସେ କଲେଜରେ ପଢୁଥିଲେ । ୧୭ ବର୍ଷ ବୟସରେ ବିମାନ ଉଡାଇବା ପାଇଁ ଲାଇସେନ୍ସ ନେବା ପାଇଁ ବୈଧ ବୟସ ବୋଲି କୁହାଯାଉଥିଲା । ସେତେବେଳେ ତାଙ୍କ ପାଇଁ ଏହା ସମ୍ଭବ ନଥିଲା ଯେ ବିମାନ ଉଡାଇବା ଅଭ୍ୟାସ ପାଇଁ ସେ ବିମାନ ଭଡାରେ ନେବେ । ସେଥିପାଇଁ ସେ ନିଜ ବନ୍ଧୁମାନଙ୍କ ସହ କଥା ହେଲେ । ତାଙ୍କ ବନ୍ଧୁମାନେ ମଧ୍ୟ ବିମାନ ଉଡାଇବା ଶିଖୁଥିଲେ । ରତନ ଟାଟା ତାଙ୍କୁ କହିଥିଲେ ଯେ ତୁମେମାନେ ବି ବିମାନ ଉଡ଼ାଇବାକୁ ଚାହୁଁଛ ଯଦି ଆସ । ଭଡାର କିଛି ଟଙ୍କା ମୁଁ ଦେଇଦେଉଛି । ସେ ସବୁବେଳେ ଏହିଭଳି ସାହାଯ୍ୟ କରିବାକୁ ପ୍ରସ୍ତୁତ ରହୁଥିଲେ ।

{"id":335580,"sizeSlug":"large"}

ଏହାପରେ ରତନ ଟାଟା ଓ ତାଙ୍କ ବନ୍ଧୁମାନେ ବିମାନ ଉଡାଇବା ଆରମ୍ଭ କଲେ । ସମସ୍ତେ ବହୁତ ଖୁସି ଥିଲେ । ଏତିକିବେଳେ ତାଙ୍କ ବିମାନର ଇଞ୍ଜିନ ଖରାପ ହୋଇଗଲା । ଇଞ୍ଜିନ ଖରାପ ହେବା ପୂର୍ବରୁ ବିମାନ ବହୁତ ଜୋରରେ ହଲିଥିଲା । ଏହା ଦେଖି ସମସ୍ତ ଭୟଭୀତ ହୋଇଯାଇଥିଲେ । ଭୟରେ ସମସ୍ତେ ଚୁପ ହୋଇଯାଇଥିଲେ । କିଛି ସମୟ ପରେ ବିମାନ କ୍ରାସ୍ ହୋଇଯାଇଥାନ୍ତା । ଏତିକିବେଳେ ରତନ ଟାଟା ଚିନ୍ତା କଲେ କିଭଳି ବିମାନକୁ ସୁରକ୍ଷିତ ଲ୍ୟାଣ୍ଡ କରିବେ । କୌଶଳକ୍ରମେ ସେ ବିମାନକୁ ସୁରକ୍ଷିତ ଲ୍ୟାଣ୍ଡ କରିଥିଲେ ଓ ସମସ୍ତଙ୍କ ଜୀବନ ବଞ୍ଚାଇଥିଲେ । ନିଜ ଜୀବନର ଏହି ଅଭୁଲା କାହାଣୀ ସେୟାର କରି ରତନ ଟାଟା ଦୁନିଆକୁ ସନ୍ଦେଶ ଦେଇଛନ୍ତି ଯେ ଘଡ଼ିସନ୍ଧି ମୁହୂର୍ତ୍ତରେ କିମ୍ବା କୌଣସି ଅସୁବିଧା ସମୟରେ ନିଜକୁ ଶାନ୍ତ ରଖି ଶାନ୍ତିରେ କାମ କରିବା ଉଚିତ । ଶାନ୍ତିରେ ବିଚାର କରି ଯେକୌଣସି ନିଷ୍ପତ୍ତି ନେଲେ ତାହା ତାହା ଆମକୁ ସଠିକ ରାସ୍ତା ଦେଖାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.