Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୂଷା ଜାଳିଦେଲା କୋଟିଏ ଟଙ୍କାର ସମ୍ପତ୍ତି, ଭିଡିଓରୁ ମିଳିଲା ଏକ ଭୟଙ୍କର ଅଗ୍ନିକାଣ୍ଡର କାରଣ

20/08/2020 at 9:14 PM

ହାଇଦ୍ରାବାଦ, ୨୦|୦୮: ମୂଷା ପାଇଁ ନିଆଁ ଲାଗିଲା । ଜଳିଗଲା କମ୍ପାନୀ । ପାଉଁଶ ହୋଇଗଲା କୋଟିଏ ଟଙ୍କାର ସମ୍ପତ୍ତି । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଗତ ଫେବ୍ରୁଆରୀ ମାସରେ ହାଇଦ୍ରାବାଦର ମୁସିରାବାଦରେ ଘଟଥିବା ଭୟାବହ ଅଗ୍ନିକାଣ୍ଡର କାରଣ ହେଉଛି ମୂଷା । ତଦନ୍ତ କରିବା ପୋଲିସ ଏହା ଜାଣିବାକୁ ପାଇଛି ।

ସୂଚନାନୁସାରେ, ଗତ ପେବ୍ରୁଆରୀ ୮ରେ ମୁସିରାବାଦର ମିତ୍ରା ମୋଟର୍ସରେ ଅଗ୍ନିକାଣ୍ଡ ଘଟିଥିଲା । ଏଠାରେ ମୋରୁତି ନେକ୍ସାର କାର୍ ବିକ୍ରି ହୁଏ । ୮ ତାରିଖ ମଧ୍ୟରାତ୍ରରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିଲା । ଏବେ ୬ ମାସ ପରେ ଏହି ଘଟଣାର କାରଣ ଜଣାପଡିଛି । ସିସିଟିଭି ଫୁଟେଜରୁ ଅଗ୍ନିକାଣ୍ଡର କାରଣ ଜଣାପଡିଛି ।

ଅଗ୍ନିକାଣ୍ଡର କାରଣ ହେଉଛି ମୂଷା । ପୋଲିସର ରିପୋର୍ଟ ଅନୁସାରେ, ସେହିଦିନ ସକାଳେ ସୋ ରୁମରେ କୌଣସି ଏକ ପୂଜା ହୋଇଥିଲା । ଜଣେ କର୍ମଚାରୀ ଏକ ଦୀପଦାନୀ ଧରିଥିଲେ ।ଏହାପରେ ନିଆଁ ଲଗାଇ ସେପରି ଥୋଇଦେଇଥିଲେ । ସେହି କୋଠରୀରେ କୌଣସି ପବନ ନଥିବାରୁ ଦୀପର ନିଆଁ ଲିଭିନଥିଲା । ରାତିରେ ମୂଷାଟି ସେହି ଦୀପରୁ ଏକ ଜଳୁଥିବା ସଳିତା ନେଇ ଆସିଥିଲା । ଏହା ସେଠାରେ ଥିବା ଏକ ଚେୟାର ଉପରେ ପଡିଥିଲା । ହଠାତ ଚେୟାରଟି ଜଳିବାକୁ ଲାଗିଥିଲା । ଚେୟାର ଜଳିବା ପରେ ନିଆଁ ଅନ୍ୟ ମହଲାକୁ ବ୍ୟାପିଥିଲା । ମାତ୍ର କିଛି ମିନିଟ୍ ମଧ୍ୟରେ ସୋରୁମ ସାରା ନିଆଁ ବ୍ୟାପିଯାଇଥିଲା ।

   Related Posts