ପୁରୀରେ ହେବ ରାଷ୍ଟ୍ରୀୟ ସ୍ୱୟଂସେବା ସଂଗଠନ ଉତଥାନ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧିବେଶନ

Published By : Prameya-News7 Bureau | August 27, 2018 IST

ଭୁବନେଶ୍ଵର;୨୭/୦୮. ପୁରୀରେ ହେବ ରାଷ୍ଟ୍ରୀୟ ସ୍ୱୟଂସେବା ସଂଗଠନ ଉତଥାନ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧିବେଶନ । ସେପ୍ଟେମ୍ୱର ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥବା ଅଧିବେଶନରେ ସାରାଦେଶରୁ ୫୦୦ ରୁ ଅଧିକ ପ୍ରତିନିଧି ଯୋଗଦେବେ । ସେପ୍ଟେମ୍ୱର ୮ ତାରିଖ ଦିନ ଜୈବିକ ଚାଷ ଓ ଜୈବ ଆଧାରିତ ଜୀବନଶୈଳୀ ଉପରେ ପ୍ରଦର୍ଶନୀ, ଆଲୋଚନଚକ୍ର ଅନୁଷ୍ଠିତ ହେବ । ୯ ତାରିଖ ଅଧିବେଶନରେ ରାଜ୍ୟର ୬ ହଜାର ମହିଳା ଚାଷୀଙ୍କ ସହ ସାରା ଦେଶରୁ ୨୫ ହଜାରରୁ ଅଧିକ ଚାଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଯୋଗଦେବେ। ୧୦ ତାରିଖ ଦିନ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ମହାଅଧିବେଶନ ଅନୁଷ୍ଠିତ ହେବ । ସାମ୍ୱାଦିକ ସମ୍ମିଳନୀରେ ଫାଉଣ୍ତେସନର ରାଜ୍ୟ ସଭାପତି ଆଲେକ ଜାଣ୍ଡାର ଦାସ, ଆବାହକ ମହେଶ୍ୱର ଖିଲାର ଏହି ସୂଚନା ଦେଇଛନ୍ତି। କେନ୍ଦୁଝରର ଘଟଗାଁ, ଭଦ୍ରକର ବରୁଣି ଓ ବଲାଙ୍ଗୀରର ଏକ ଗାଁରେ ଜୈବିକ କୃଷି ଚାଷର ସଫଳ ପ୍ରୟୋଗ ପାଇଁ ସ୍ଥାନ ନିରୂପଣ ହୋଇଇଛି। ଗତକାଲି ପୁରୀରୁ ଅନ୍ନଦାତା ଉତଥାନ ରଥ ବାହାରି ସମଗ୍ର ରାଜ୍ୟ ପରିକ୍ରମା କରିବା ଆରମ୍ଭ କରିଥିବା ମଧ୍ୟ ସୂଚନା ଦେଇଛନ୍ତି ଫାଉଣ୍ଡେସନ କର୍ମକର୍ତ୍ତା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.