ପୂର୍ବ ଶତ୍ରୁତାରୁ ୨ ପରିବାର ମଧ୍ୟରେ ଗଣ୍ଡଗୋଳ, ଜଣେ ମୃତ : ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତାରୋକ

Published By : Prameya-News7 Bureau | June 11, 2021 IST

ଚଣ୍ଡିଖୋଲ, ୧୧/୦୬:  ପୂର୍ବ ଶତ୍ରୁତାତରୁ ୨ ପରିବାର ମଧ୍ୟରେ ସଙ୍ଘର୍ଷ। ଜଣେ ମୃତ ଓ ୮ ଆହତ । ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତାରୋକ । ଏପରି ଘଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଅଞ୍ଚଳରେ ।

ବୁଧବାର ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଂଚାୟତ ମଦିନାବାଗ ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଥିଲା ।  ଏଥିରେ ୮ ଜଣ ଆହତ ହୋଇ ଥିବା ବେଳେ ଗୁରୁବାର ବିଳମ୍ବିତ ରାତିରେ ଜଣକର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ଗତ କିଛିଦିନ ଧରି କୌଣସି କାରଣରୁ  ଏହି ଗ୍ରାମର ମୋଇଉଦ୍ଦିନଙ୍କ ପରିବାର ସହିତ ତାଜମୁଲଙ୍କ ପରିବାର ମଧ୍ୟରେ ଶତ୍ରୁତା ଲାଗି ରହିଥିଲା।  ଏହାକୁ ନେଇ ତିନି ଦିନ ପୂର୍ବେ ବ୍ରହ୍ମବରଦା ଫାଣ୍ଡିରେ ଅଭିଯୋଗ ହେବା ସହ ଆପୋଷ ସମାଧାନ ହୋଇଥିଲା । ବୁଧବାର ସକାଳେ କମେଣ୍ଟମରାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳରେ ମୋଟ ୮ ଜଣ ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ ।

ତେବେ ଉତ୍ୟକ୍ତ ଲୋକରେ ଅଭିଯୁକ୍ତମାନକୁ ଗିରଫ ଦାବିରେ ବରୁହା- ବାଲିଚନ୍ଦ୍ରପୁର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି । ରାସ୍ତାର ଉଭୟ ପକ୍ଷରୁ ଗାଡି ଚଳାଚଳ ବନ୍ଦ ରହିଛି।  ବ୍ରହ୍ମବରଦା ପୋଲିସ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.