୧୨ ଦିନ ହେଲା ମିଳୁନି ପିଇବା ପାଣି, ବାଲଟି- ଗରା ଧରି ରାସ୍ତାରୋକ କଲେ ଗ୍ରାମବାସୀ

Published By : Prameya-News7 Bureau | October 16, 2021 IST

କରଞ୍ଜିଆ, ୧୬|୧୦ : ପାଣି ପାଇଁ ରାସ୍ତାରୋକ । ହାଣ୍ଡି, ଗରା ଧରି ରାସ୍ତା ଉପରେ ବସିଛନ୍ତି ଗ୍ରାମବାସୀ । ଏପରି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ ।

ସୂଚନା ଅନୁସାରେ,  ଠାକୁରମୁଣ୍ଡା ବ୍ଲକ କେନ୍ଦୁଜିଆଣି ଗାଁରେ ଠିକାଦାରଙ୍କ  ମନମୁଖୀ କାର୍ଯ୍ୟ ପାଇଁ କେନ୍ଦୁଜିଆଣୀ ଗ୍ରାମବାସୀ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି। ସେମାନେ ଠିକ୍ ଭାବେ ପାନୀୟ ଜଳ ପାଉନାହାଁନ୍ତି ।  ଏପରିକି ଗତ ୧୨ ଦିନ ହେବ ଜଳ ଯୋଗାଣ ସେବା ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇଛି । ଫଳରେ ପାଣି ମଧ୍ୟ ସେମାନଙ୍କ ପାଇଁ ସାତ ସପନ ପାଲଟିଛି ।

ଏହାର ପ୍ରତିବାଦସ୍ୱରୂପ ରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ ।ଶନିବାର କେନ୍ଦୁଜିଆଣି ଠାରେ ଗ୍ରାମବାସୀ  ରାସ୍ତାରୋକ କରିଛନ୍ତି । ଫଳରେ ଆନନ୍ଦପୁରରୁ କରଞ୍ଜିଆ ମଧ୍ୟରେ ଗମନାଗମନ ବାଧାପ୍ରାପ୍ତ ।  ଏପରିକି ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ମଟର ଅଟକି ରହିଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.