ତିନି ମାସ ପୁରିନି ଉଠିଗଲା ପିଚୁ, ରାସ୍ତା ତଳେ ହୋଇଛି ଗାତ

Published By : Prameya-News7 Bureau | July 24, 2021 IST

ମାଲକାନଗିରି ୨୪।୦୭:  ପିଚୁ ରାସ୍ତା ତଳେ ଗାତ । କଲଭଟ ତିଆରି ନକରି ପାଇପ ଉପରେ ଖାଲି ମାଟି ପକାଇ ଠକି ଦେଇଛନ୍ତି ଯନ୍ତ୍ରୀ ଓ ଠିକାଦାର । ବର୍ଷାରେ ଦବି ଗଲା ରାସ୍ତା ଆଉ ଭାରସାମ୍ୟ ହରାଇ ଓଲଟି ପଡିଲା ଟ୍ରାକ୍ଟର ଆଉ ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍ ଓ ଟ୍ରାକ୍ଟର ମାଲିକ । ମାଲକାନଗିରି ଜିଲ୍ଲା ଏମଭି ୭ ଗାଁ ନିକଟରେ ଘଟିଛି ଘଟଣା ।

{"id":485026,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ଏମଭି ୭ ଠାରୁ ଏମଭି ୫ ଗାଁ ପର୍ଯ୍ୟନ୍ତ ଯାଇଥିବା ଏହି ପ୍ରଧାନମନ୍ତ୍ରୀ ସଡକ ଯୋଜନାର ରାସ୍ତା ନିର୍ମାଣ କାର୍ଯ୍ୟ ଗତ ତିନି ମାସ ତଳେ ସମାପ୍ତ ହୋଇଯାଇଛି । ଠିକାଦାର ବିଲ୍ ନେଇ ଚାଲିଯାଇଛନ୍ତି ଆଉ ଯନ୍ତ୍ରୀଙ୍କୁ ମଧ୍ୟ କାମର ପିସି ମିଳିଯାଇଛି । ହେଲେ ଏପରି ଯନ୍ତ୍ରଣା ଭୋଗୁଛନ୍ତି ସାଧାରଣ ଲୋକେ । ରାସ୍ତା ନିର୍ମାଣ କାର୍ଯ୍ୟରେ ଦୁର୍ନୀତି କରିଥିବା ଯନ୍ତ୍ରୀ ତ ଠିକାଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.