ରାସ୍ତା କାମ ଅଧା ଛାଡି ଠିକା ସଂସ୍ଥା ଛୁ', ଏନଏଚ-୫୫ ଅବରୋଧ କଲେ ସ୍ଥାନୀୟ ଲୋକେ

Published By : Prameya-News7 Bureau | December 02, 2021 IST

ଢେଙ୍କାନାଳ, ୦୨/୧୨: ମଙ୍ଗୁଳି ଠାରୁ ଅନୁଗୁଳ ଏନ ଏଚ-୫୫ର ଚାରିଥାକିଆ ସମ୍ପ୍ରସାରଣ କାର୍ଯ୍ୟକୁ ନେଇ ଲୋକେ ନାକେଦମ ହେଲେଣି । କାରଣ ହେଉଛି କାମ ନେଇଥିବା ଠିକାସଂସ୍ଥା  ଗାୟତ୍ରୀ କନଷ୍ଟ୍ରକସନ୍ । ସଂସ୍ଥାର ମନମାନି ସ୍ଥାନୀୟ ଲୋକଙ୍କୁ ଅତିଷ୍ଠ କଲାଣି । ଯାହା ଫଳରେ ଲୋକେ ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି ।

ଠିକା ସଂସ୍ଥା ସମ୍ପ୍ରସାରଣ କାର୍ଯ୍ୟ ପାଇଁ ରାସ୍ତାକୁ ଖୋଳି ଦେଇଛି । ହେଲେ ଗତ କିଛି ଦିନ ହେଲା ଏହି ଠିକା ସଂସ୍ଥାର ଆଉ ଦେଖାନାହିଁ । ଫଳରେ ରାସ୍ତାକାମ ଅଧ୍ୟାପନ୍ତରା ହୋଇ ପଡିରହିଛି । ଯାହା ଫଳରେ ଢେଙ୍କାନାଳ କଲେଜ ବାଏପାସ, ଆନନ୍ଦ ନଗର, କାଠଗଡାର ଲୋକେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି।

ରାସ୍ତା ବିପର୍ଯ୍ୟସ୍ତ ସାଙ୍ଗକୁ ଧୂଳି ଉଡି ସ୍ଥାନୀୟ ଲୋକେ ସମ୍ପୂର୍ଣ୍ଣ ଅଣବିଶ୍ୱାସୀ ହୋଇପଡିଛନ୍ତି । ଯାହା ଲୋକଙ୍କୁ ଅତିଷ୍ଠ କରିଛି । ଶେଷରେ ରାସ୍ତାକୁ ଓହ୍ଲାଇଛନ୍ତି ଅଞ୍ଚଳବାସୀ । କାଠଗଡା ବାସିନ୍ଦା କାଠଗଡା ଠାରେ ଏନ ଏଚ-୫୫କୁ ଅବରୋଧ କରି ପ୍ରତିକାର ଦାବି କରିଥିଲେ । ଫଳରେ ଦୀର୍ଘ ଦୁଇଘଣ୍ଟା ଧରି ଯାତାୟାତ ଠପ ହୋଇଯାଇଥିଲା । ଉଭୟ ପାର୍ଶ୍ୱରେ ଶହ ଶହ ଗାଡିମଟର ଅଟକି ରହିଥିଲା । ଖବର ପାଇ ସ୍ଥାନିୟ ଟାଉନ ପୋଲିସ ପହଁଚି ଲୋକଙ୍କୁ ବୁଝାସୁଝା କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.