ରାସ୍ତାକଡ଼ରେ ପ୍ରସବ କଲେ ମହିଳା, ମାଆ ଓ ନବଜାତକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

Published By : Prameya-News7 Bureau | October 21, 2021 IST

ଭଦ୍ରକ ୨୧।୧୦: ରାସ୍ତା କଡ଼ରେ ପ୍ରସବ କଲେ ମହିଳା । ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି ଏମିତି ଅଭାବନୀୟ ଘଟଣା ।

ଖବର ଅନୁଯାୟୀ, ଜନୈକ ମହିଳା ଧାମନଗର ପୋଷ୍ଟ ଅଫିସ ଛକ ନିକଟରେ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ । ସେହି ସ୍ଥାନରେ ମହିଳାଙ୍କ ସମ୍ପର୍କୀୟା ପ୍ରସବ କରାଇଥିଲେ । ପ୍ରସବ ପରେ ମହିଳା ଜଣକ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ତେବେ ସ୍ଥାନୀୟ ଲୋକେ ଏନେଇ ଧାମନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣାଇବା ପରେ ମେଡିକାଲ ତରଫରୁ ଷ୍ଟ୍ରେଚର ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଛି । ଉଭୟ ମା ଓ ସନ୍ତାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.