ହଜିଗଲା ମାନବିକତା, ମୃତଦେହକୁ ରାସ୍ତାକଡରେ ଓହ୍ଲାଇଦେଇ ଚାଲିଗଲା ଅଟୋ ଚାଳକ

Published By : Prameya-News7 Bureau | February 11, 2020 IST

ନବରଙ୍ଗପୁର ୧୧।୦୨: ଦୁଇ ଘଣ୍ଟା କାଳ ରାସ୍ତା କଡରେ ପଡ଼ିରହିଲା ମହିଳାଙ୍କ ମୃତଦେହ । ମାନବିକତା ଦେଖେଇଲାନି ଅଟୋ ଚାଳକ ମୃତ ମହିଳାଙ୍କ ପରିବାର ଲୋକ ଶବକୁ ଘରେ ଛାଡ଼ିଦେବାକୁ ଯେତେ କାକୁତି ମିନତୀ ହେଲେ ମଧ୍ୟ ନଶୁଣି ଅତି ନିଷ୍ଟୁର ଭାବେ  ମୃତ ମହିଳାଙ୍କ ଶବକୁ ଅଧା ରାସ୍ତାରେ ଛାଡି ଦେଇଛି ।

{"id":223362,"sizeSlug":"large"}

ନବରଙ୍ଗପୁର କୋଶାଗୁମୁଡ଼ା ବ୍ଲକ ବି.ଏମ ସେମେଳାର ଡୁମର ଭତରାଙ୍କ ଝିଅ ଉଷା ଭତରା ଗତ ୪ ଦିନ ଧରି ଅସୁସ୍ଥତା କାରଣରୁ କୋଶାଗୁମୁଡ଼ା ମେଡିକାଲରେ ଭର୍ତି ହୋଇଥିଲେ । ଦେହ ଭଲ ନହେବାରୁ ନିଜ ଗାଁ ବି.ଏମ ସେମେଳାକୁ ଫେରେଇ ଆଣିଥିଲେ ପରିବାର ଲୋକ ।  ମଙ୍ଗଳବାର ଦିନ ପରିବାର ଲୋକ କୋଶାଗୁମୁଡ଼ା ଗାଁରୁ ୪୦ କିଲୋମିଟର ଦୂରରେ ଥିବା ଛତିଶଗଡ଼ର ଆଡ଼ାବାଲ ଗାଁକୁ ଚେରମୁଳି ଚିକିତ୍ସା ପାଇଁ ନେବା ସମୟରେ  ଉଷାଙ୍କ ମୃତ୍ୟୁ ହୋଇଥିଲା ।  ଏହାପରେ ଅଟୋ ଚାଳକ ବଡଆମ୍ବଡା ନିକଟ ରାସ୍ତା କଡରେ ଶବକୁ ଛାଡ଼ିଦେଇ ଚାଲିଯାଇଥିଲା । ଘରକୁ ପହଞ୍ଚାଇଦେବା ପାଇଁ ପରିବାର ଲୋକ ଯେତେ କହିଲେ ବି ଶୁଣି ନଥିଲା ଅଟୋ ଚାଳକ। ବଡଆମ୍ବଡା ସରପଞ୍ଚ କୋଶାଗୁମୁଡ଼ା ମେଡିକାଲ ଫୋନ କରି ମହାପରାୟଣ ଗାଡି ଡାକିଥିଲେ । ଏବଂ ଶବ ସହ ପରିବାର ଲୋକେ ଗାଁରେ  ପହଞ୍ଚିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.