Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ରିଅଲିଟି ସୋ’ରେ ଓଡ଼ିଶାର ଜୟଗାନ, ବଙ୍ଗପିଲାଙ୍କୁ ଦେଲେ ମୁହଁତୋଡ ଜବାବ ; କହିଲେ ରସୋଗୁଲା ତମର, ହେଲେ ରସଗୋଲା ଆମର

26/10/2021 at 1:20 PM

କଟକ ୨୬।୧୦: ଜାତୀୟ ଟିଭି ଚ୍ୟାନେଲର ମଞ୍ଚରେ ପୁଣି ରସଗୋଲା ଵିଵାଦ। ରସଗୋଲା ଓଡ଼ିଶାର ନାଁ ପଶ୍ଚିମବଙ୍ଗର? ଏଥର କିନ୍ତୁ ଜଗନ୍ନାଥଙ୍କ ନାଁ ନେଇ ସମସ୍ତଙ୍କ ମୁହଁ ଚୁପ୍ କରିଦେଇଛନ୍ତି କଟକର ଝିଅ। ଜି ଟିଭିରେ ଚାଲିଥିବା ସାରେଗାମାପା ସଙ୍ଗୀତ କାର୍ଯ୍ଯକ୍ରମରେ ହିମେଶ ରେଶମିୟା ରସଗୋଲା କାହାର, ଵେଙ୍ଗଲର ନାଁ ଓଡ଼ିଶାର ପଚାରିଵାରୁ ପ୍ରତିଯୋଗିତାରେ ଭାଗ ନେଇଥିବା କଟକର ଝିଅ ସ୍ଥିତିପ୍ରଦ୍ମା ଦାସ ଜଗନ୍ନାଥଙ୍କର ନାଁ ନେଇ ରସଗୋଲା ଵିଵାଦ ଉପରେ ପୂର୍ଣ୍ଣଛେଦ ଟାଣିଵାକୁ ଚେଷ୍ଟା କରିଥିଲେ । ଯାହା ସାରା ଦେଶରେ ଵେଶ୍ ଚର୍ଚ୍ଚା ହୋଇଛି।

ସୁଲଳିତ କଣ୍ଠରେ ଶାସ୍ତ୍ରୀୟ ସଙ୍ଗୀତ ଗାଉଥିଵା ଝିଅ ହେଉଛନ୍ତି କଟକ ସେଲ୍ଟର ଛକର ସ୍ଥିତିପ୍ରଦ୍ମା ଦାସ। ନିଜର ପ୍ରତିଭା ଵଳରେ ସାରେଗାମାପାର ଶେଷ ୩୦ଜଣଙ୍କ ଭିତରେ ସ୍ଥାନ ପାଇଥିଲେ ସ୍ଥିତିପ୍ରଦ୍ମା । ତେଵେ ସାରେଗାମାପାରେ ଗୀତ ଗାଇଵା ଅପେକ୍ଷା ରସଗୋଲା ଵିଵାଦକୁ ନେଇ ଏଵେ ସାରା ଭାରତରେ ଚର୍ଚ୍ଚିତ ସ୍ଥିତିପ୍ରଦ୍ମା । ସାରେଗାମାପା ମଞ୍ଚରେ ରସଗୋଲା କାହାର ପଶ୍ଚିମବଙ୍ଗର ନାଁ ଓଡିଶାର ଵୋଲି ହିମେଶ ରେଶମିୟା ପଚାରିଵାରୁ ପ୍ରତିଯୋଗିତାରେ ଭାଗ ନେଇଥିବା ଵଙ୍ଗୀୟ ଝିଅ ମାନେ  ରସଗୋଲା ଵେଙ୍ଗଲର ଵୋଲି ଦୃଢତାର ସହ କହିଥିଲେ। ତେଵେ ସ୍ଥିତିପ୍ରଦ୍ମାଙ୍କୁ ହିମେଶ ରେଶମିୟା ସେହି ପ୍ରଶ୍ନ ପଚାରିଵାରୁ, ସ୍ଥିତିପ୍ରଜ୍ଞାଙ୍କ ଉତ୍ତର ଏହି ପ୍ରଶ୍ନ ଉପରେ ପୂର୍ଣ୍ଣଛେଦ ଟାଣି ଦେଇଥିଲା।

ସାରେଗାମାପା ପ୍ରତିଯୋଗିତାରେ ଭାଗ ନେଇଥିବା କିଛି ପ୍ରତିଯୋଗୀତାଙ୍କୁ ପରେ ନିଳାଦ୍ରୀ ଵିଜେ, ଶ୍ରୀମନ୍ଦିରରେ ରସଗୋଲା ପରମ୍ପରା ସମ୍ପର୍କରେ ସ୍ଥିତିପ୍ରଦ୍ମା ଵୁଝାଇଵା ପରେ ଵଙ୍ଗୀୟ ପ୍ରତିଯୋଗୀ ମାନେ ମଧ୍ୟ ରସଗୋଲା ଓଡିଶାର ଵୋଲି ସ୍ବୀକାର କରିଥିଲେ। ଏହିପରି ରସଗୋଲାକୁ ନେଇ ସ୍ଥିତିପ୍ରଦ୍ମା ଜାତୀୟ ମଞ୍ଚରେ ଓଡ଼ିଶାର ଆମ୍ବାସାଡର ପାଲଟି ଯାଇଥିଲେ। ସ୍ଥିତିପ୍ରଦ୍ମା ହେଉଛନ୍ତି କଣ୍ଠଶିଳ୍ପୀ ସୁଵାଷ ଦାସଙ୍କ ଝିଆରି, ତଥା କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦ୍ଦେଶକ ସୁଶୀଲ ଚନ୍ଦ୍ର ଦାସଙ୍କ ଝିଅ। ପରିଵାରର ସଂସ୍କାର ଜଗନ୍ନାଥମୟ। ତେଣୁ ଝିଅର ଏଭଳି ପ୍ରତିକ୍ରିୟା ସ୍ବାଭାବିକ ଵୋଲି ଵାସ୍ପରୁଦ୍ଧ କଣ୍ଠରେ କହନ୍ତି ସ୍ଥିତିପ୍ରଦ୍ମାଙ୍କ ଵାପା।

   Related Posts