Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜାତୀୟ ମାଷ୍ଟର ଗେମ୍ସରେ ରୌପ୍ୟ ପଦକ ହାସଲ କଲେ ବଲାଙ୍ଗିରର ମହିଳା

24/07/2019 at 4:05 PM

ବଲାଙ୍ଗିର ୨୪|୭: ଯେଉଁ ବୟସରେ ଘର ସମ୍ଭାଳିବା କଥା, ସେଇ ବୟସରେ କିନ୍ତୁ ଭାରତ ପାଇଁ ଗୌରବ ଆଣିଛନ୍ତି ଜଣେ ମହିଳା । ଡେରାଡୁନରେ ଆୟୋଜିତ ଦ୍ବିତୀୟ ଜାତୀୟ ମାଷ୍ଟର ଗେମ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି ।

ଆମେ କହୁଛୁ ବଲାଙ୍ଗିରର ଶାନ୍ତିପଡାର ୪୩ ବର୍ଷୀୟ ରଶ୍ମିତା ମିଶ୍ରଙ୍କ କଥା । ଯାହାଙ୍କ ସଫଳତାକୁ ନେଇ କେବଳ ବାଲେଶ୍ବର ନୁହେଁ, ଦେଶ ବି ଗର୍ବିତ । ପିଲାଟି ଦିନରୁ ଖେଳ ପ୍ରତି ରୁଚି ରହିଥିବା ବେଳେ ୬ଥରରୁ ଅଧିକ ରାଜ୍ୟ ଓ ଜାତୀୟ ସ୍ତର ଖେଳରେ ଭାଗ ନେଇ ତାଙ୍କ ପ୍ରତିଭା ଦେଖାଇଛନ୍ତି।

ଆଉ ଟିକେ ଅଧିକ ପ୍ରୋତ୍ସାହନ ମିଳିଲେ ହୁଏତ ଆଗାମୀ ଦିନରେ ରଶ୍ମିତା ବଲାଙ୍ଗୀର ତଥା ରାଜ୍ୟ ପାଇଁ ଆହୁରି ମେଡାଲ ଆଣିବେ ବୋଲି କହିଛନ୍ତି ।

   Related Posts