ରସିକିଆ ପୋଲିସ ବାବୁ : ଅଭିଯୋଗକାରିଣୀଙ୍କ ହାତ ଧରି ରୁମ୍ ଭିତରକୁ ଟାଣିନେଲେ, ସମ୍ବେଦନଶୀଳ ଅଙ୍ଗକୁ ଛୁଇଁଲେ, ତା'ପରେ...

Published By : Prameya-News7 Bureau | April 03, 2021 IST

ଦଶରଥପୁର,୦୩/୦୪: ଖାକିରେ କଳଙ୍କ । ମହିଳାଙ୍କୁ ପୋଲିସ ଅଧିକାରୀଙ୍କ ଅଶାଳୀନ ମନ୍ତବ୍ୟ । ସ୍ୱାମୀଙ୍କ ଅନୁପସ୍ଥିତିର ଫାଇଦା ନେବାକୁ ପ୍ରୟାସ କଲେ ପୋଲିସ ବାବୁ । ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ଅନ୍ତର୍ଗତ ମଙ୍ଗଳପୁର ଥାନାରେ । ତେବେ ମହିଳାଝଜଣଙ୍କ ଏସପିଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି ।

ତୁମ ସ୍ୱାମୀ ଘରେ ରୁହନ୍ତି ନା ପଦାରେ ରହୁଛନ୍ତି । ଯଦି ପଦାରେ ରହୁଛନ୍ତି କେତେ ଦିନ ହେଲା ଘରକୁ ଆସିନାହାନ୍ତି । ହଉ ଛାଡ଼, ତୁ ଟିକେ ମୋ କଥା ବୁଝି ଦେ, ମୁଁ ତୋର କଥା ବୁଝିଦେବି ।ଏହା କେଉଁ ଚଳଚ୍ଚିତ୍ରର ସଂଳାପ ନୁହେଁ । ଏହା ହେଉଛି ଜଣେ ମହିଳାଙ୍କୁ ପୋଲିସ୍‌ ଅଧିକାରୀଙ୍କ ଅଶାଳୀନ ମନ୍ତବ୍ୟ । କେବଳ ଏତିକି ନୁହେଁ ସଂପୃକ୍ତ ମହିଳା ଯେତେବେଳେ ଅଭିଯୋଗ ନେଇ ବିଟ୍‌ ହାଉସ୍‌କୁ ଆସିଥିଲେ ସଂପୃକ୍ତ ପୋଲିସ ବାବୁ ମହିଳାଙ୍କ ହାତ ଧରି ପକାଇଥିଲେ । ଏପରିକି ନିଜ ରୁମ୍‌କୁ ଟାଣିବା ସହିତ ତାଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିଥିଲେ । ଏ ସଂପର୍କରେ ଜନୈକା ମହିଳା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପିଆର୍‌ ରାହୁଲଙ୍କ ନିକଟରେ ଅଭିଯୋଗ କରିବା ପରେ ତଦନ୍ତ ପାଇଁ ଏସ୍‌ପି ନିର୍ଦ୍ଦେଶ ଦେଇଥିଲେ । ଏସ୍‌ପିଙ୍କ ନିର୍ଦ୍ଦେଶ ମୁତାବକ ଶୁକ୍ରବାର ସନ୍ଧ୍ୟାରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀମାନେ ବିଟ୍‌ ହାଉସ୍‌ ଓ ଅଭିଯୋଗକାରିଣୀ ମହିଳାଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନା ଅନୁସାରେ, ଦଶରଥପୁର ବ୍ଲକ୍‌ ମଙ୍ଗଳପୁର ଥାନା ଝୁମ୍ପୁରୀ ବିଟ୍‌ ହାଉସ୍‌ ଅଧୀନ କଟିକଟା ଅଞ୍ଚଳର ଜନୈକା ମହିଳା ଜମିଜମା ବିବାଦର ସମ୍ମୁଖୀନ ହୋଇଥିଲା ।  ସମସ୍ୟାର ସମାଧାନ ପାଇଁ ସେ ଗତ ମାର୍ଚ୍ଚ ୧୬ତାରିଖ ଦିନ ଝୁମ୍ପରୀ ବିଟ୍‌ ହାଉସ୍‌ ଅଧିକାରୀ ବିଜୟ କୁମାର ସ୍ୱାଇଁଙ୍କ ନିକଟରେ ଅଭିଯୋଗ କରିଥିଲେ । ବିଟ୍‌ ହାଉସ୍‌ ଅଧିକାରୀ ଶ୍ରୀ ସ୍ୱାଇଁ ମହିଳାଙ୍କ ଠାରୁ ଅଭିଯୋଗ ସମ୍ପର୍କିତ ସମସ୍ତ ଘଟଣା ଶୁଣିଥିଲେ । ଏହା ପରେ ମହିଳାଙ୍କ ସହିତ ଆସିଥିବା ସଂପର୍କୀୟଙ୍କୁ ବାହାରେ ଅପେକ୍ଷା କରିବା ପାଇଁ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ । ସଂପର୍କୀୟମାନେ ବାହାରକୁ ଯିବା ପରେ ଅଭିଯୋଗକାରିଣୀ ମହିଳାଙ୍କ ସହିତ ଶ୍ରୀ ସ୍ୱାଇଁ ଆଲୋଚନା କରିଥିଲେ । ମାତ୍ର ଏହି ଆଲୋଚନା ଅଭିଯୋଗ ସଂପର୍କିତ ନହୋଇ ନିଜର ଯୌନ କାମନା ଚରିତାର୍ଥ କରିବା ପାଇଁ ବ୍ୟକ୍ତିଗତ ଜୀବନ ସଂପର୍କରେ ପଚାରିଥିଲେ ।

ଏପରିକି ପୋଲିସ ବାବୁ ଜଣଙ୍କ ତୁମର ବାହାଘର କେବେ ହୋଇଥିଲା । ତୁମ ସ୍ୱାମୀ ଘରେ ରୁହନ୍ତି ନା ପଦାରେ । ତୁମେ ମୋ କଥା ବୁଝିଦଲେ, ମୁଁ ତୁମ କଥା ବୁଝିଦେବି । ଏହିପରି ଅନେକ ପ୍ରଶ୍ନ କିରବା ପରେ ପୋଲିସ ବାବୁ ମହିଳାଙ୍କୁ ହାତକୁ ଭିଡ଼ି ଧରି ତାଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିଥିଲେ ବୋଲି ଜନୈକା ମହିଳା ଜିଲ୍ଲା ପୁଲିସ ଅଧୀକ୍ଷକ ପି ଆର୍‌ ରାହୁଲଙ୍କ ନିକଟରେ ସଙ୍ଗୀନ ଅଭିଯୋଗ କରିଥିଲେ । ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାହୁଲ୍‌ ନିର୍ଦ୍ଦେଶ ଦେଇଥିଲେ । ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ପୁଲିସ ଅଧୀକ୍ଷକ ବାଉରିବନ୍ଧୁ ବେହେରା, ମଙ୍ଗଳପୁର ଥାନାଧିକାରୀ ଅସିତ୍‌ ରଞ୍ଜନ ମହାନ୍ତି, ଜଣେ ମହିଳା ପୋଲିସ୍‌ ଅଧିକାରିଣୀ ଶୁକ୍ରବାର ସନ୍ଧ୍ୟା ୬ଟାରେ ଝୁମ୍ପୁରୀ ବିଟ୍‌ ହାଉସରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ମହିଳାଙ୍କ ଘରେ ପହଞ୍ଚି ଅଭିଯୋଗ ସମ୍ପର୍କରେ ତଦନ୍ତ କରାଯାଇଥିବା ମଧ୍ୟ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.