ବୁଧବାର ରାଶିଫଳ, ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ

Published By : Prameya-News7 Bureau | October 06, 2020 IST

ମେଷ – କାର୍ଯ୍ୟଦକ୍ଷତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ସୁନାମ ଓ ସଫଳତା ଅର୍ଜନ କରିବେ । କେତେକ ଅସହିଷ୍ଣୁ ମନୋଭାବର ପରଶ୍ରୀକାରତ ବନ୍ଧୁଙ୍କ ଅସମ୍ମାନଜନିତ କଥାରୁ କଳହ ହୋଇପାରେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।
ଚାଷୀ- ଅଧିକା ପାଣି ଜମିରେ ରହିଲେ, ଫସଲ ନଷ୍ଟ କରିପାରେ ।
ରୋଗୀ-ସତର୍କତାର ଦିନ ।
ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।
କର୍ମଜୀବି- ସହଯୋଗ ମିଳିବ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ବୃଷ – ପ୍ରତ୍ୟେକ କ୍ଷେତ୍ରରେ ଯାହା କରିବେ ଭଲ ରୂପେ ଭାବି ଚିନ୍ତି କରିବା ଭଲ ହେବ । ପ୍ରସ୍ତୁତି ପଥରେ ଥିବା କାମଗୁଡିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପଡିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।
ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
ରୋଗୀ- ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଛାତ୍ରଛାତ୍ରୀ- ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ ।
କର୍ମଜୀବି- କାର୍ଯ୍ୟ ତତ୍ପର ରହିବେ ।
ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।
ଗୃହିଣୀ- ଧାର୍ମିକ ହେବେ ।

ମିଥୁନ - ପାରିବାରିକ ସମସ୍ୟା ଓ ଅର୍ଥର ବୋଝ ମନକୁ ବିଚଳିତ କରିବ । କର୍ମକ୍ଷେତ୍ରରେ ଅନ୍ୟକୁ କୈଫିୟତ୍ ଦେବାକୁ ପଡିପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୭ ।
ଚାଷୀ- ଜଳବାୟୁ ବିଷୟରେ ସଠିକ୍ ବିବରଣୀ ନିଅନ୍ତୁ ।
ରୋଗୀ- ଆର‌୍ୟୁରବେଦୀ ଚିକିତ୍ସା ଲାଭ ଦେବ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ।

କର୍କଟ – ଆଜି ଦିନଟି ସାମଗ୍ରିକ ଦୃଷ୍ଟି କୋଣରୁ ବିଶେଷ ଆନନ୍ଦ ପ୍ରଦାନ କରିବ । ଈର୍ଷାପରାୟଣ ବନ୍ଧୁମାନଙ୍କ ଦ୍ୱାରା ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।
ଚାଷୀ- କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।
ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- କାର୍ଯ୍ୟରେ ଅବହେଳା କରିବେ ନାହିଁ ।
ବ୍ୟବସାୟୀ- ଧର୍ଯ୍ୟ ହାରା ହୋଇପାରନ୍ତି ।
ଗୃହିଣୀ- ସଦିଚ୍ଛା ଭାବ ରହିବ ।

ସିଂହ – ଆଜି ଅନ୍ୟସନସ୍କତା କିମ୍ବା ଅସାବଧନତା ବଶତଃ ଧନ ହାନି ଯୋଗ ମଧ୍ୟ ରହିଛି । କର୍ମକ୍ଷେତ୍ରରେ କିଛି ନୂତନ ପଦକ୍ଷେପ ନେବା ପୂର୍ବରୁ ଭଲଭାବରେ ଚିନ୍ତା କରନ୍ତୁ । ଶୁଭ ଅଙ୍କ ୟେଲୋ । ଶୁଭ ଅଙ୍କ ୭ ।
ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ- ଚକ୍ଷୁ ପୀଡା ହେବ ।
ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।
କର୍ମଜୀବି- ସଫଳତା ହାତ ଛଡା ହୋଇଯିବ ।
ବ୍ୟବସାୟୀ- ମଧୁରଭାଷୀ ହେବେ ।
ଗୃହିଣୀ- ଭାଗ୍ୟଶାଳୀ ହେବେ ।

କନ୍ୟା – ଆଜି ଦିନଟିରେ ଯାହା ପାଇବେ ତାହା ଠାରୁ ଦୁଇଗୁଣ ଖର୍ଚ୍ଚ କରିବାକୁ ପଡିବ । ଆକସ୍ମିକ ଭାବରେ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।
ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ-ସତର୍କତାର ଦିନ ।
ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।
କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ ।
ବ୍ୟବସାୟୀ- ସହ-ଯୋଗୀ ବ୍ୟବସାୟ ଲାଭଜନକ ।
ଗୃହିଣୀ- ମିତ୍ର ସୁଖ ପାଇବେ ।

ତୁଳା – ପୂର୍ବପରିକଳ୍ପତ କାମଗୁଡିକ ସମ୍ପନ୍ନ କରିବାରେ ବିଶେଷ କୌଣସି ଅସୁବିଧା ହେବ ନାହିଁ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୧ ।
ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।
ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ଜଳଯାତ୍ରା ମନା ।
ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

ବିଛା – ପାରିବାରିକ ସ୍ଥିତିରେ କିଛିଟା ଉନ୍ନତି ପରିଲକ୍ଷିତ ହୋଇପାରେ । ଭୁଲ୍ ବୁଝାମଣା ଯୋଗୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।
ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ବ୍ୟବସାୟୀ- ମଧୁରଭାଷୀ ହେବେ ।
ଗୃହିଣୀ- ଧାର୍ମିକ ହେବେ ।

ଧନୁ – ଯେତିକି ପାଉଛନ୍ତି, ସେତିକିରେ ସନ୍ତୁଷ୍ଟ ରହିବା ଭଲ ହେବ କାରଣ ଅଧିକ ଆଶା କରି କିଛି ଲାଭ ହେବନି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।
ଚାଷୀ- ଉତ୍ତମ ଫଳ ପାଇବେ ।
ରୋଗୀ- ଆର‌୍ୟୁରବେଦୀ ଚିକିତ୍ସା ଲାଭ ଦେବ ।
ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।
କର୍ମଜୀବି-ଅର୍ଥ ସଞ୍ଚୟ ପାଇଁ ଉଦ୍ୟମ କରିବେ ।
ଗୃହିଣୀ- ପରକୁ ଆପଣାର କରିବେ ।
ବ୍ୟବସାୟୀ- ବିଦେଶୀ ଜିନିଷରେ କ୍ଷତି ହେବ ।

ମକର – କର୍ମକ୍ଷେତ୍ରରେ କେତେକ ଅବହେଳିତ କାମ ସକାଶେ ଚିନ୍ତା କରିପାରନ୍ତି । ଯେତେ ପ୍ରକାରର କାମ କଲେ ମଧ୍ୟ ପ୍ରତିବନ୍ଧକ ଯୋଗୁ ପ୍ରଗତିରେ ଅଗ୍ରଗତି ହୋଇପାରିବ ନାହିଁ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୭ ।
ଚାଷୀ- ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।
ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
କର୍ମଜୀବି- କର୍ମ କ୍ଷେତ୍ରରେ ଉନ୍ନତି ମିଳିବ ।
ବ୍ୟବସାୟୀ- ଚୌର ଭୟ ଅଛି ।
ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।

କୁମ୍ଭ - ପିଲାମାନଙ୍କ ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ, ତଥାପି ସମସ୍ୟା ଅତି ସହଜରେ ସାମାଧାନ ହୋଇଯିବ । ନିଜର ଆତ୍ମୀୟମାନେ ହଠାତ୍ ଶତ୍ରୁତା କରିପାରନ୍ତି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୪ ।
ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ରୋଗୀ- ଡାକ୍ତରଙ୍କ ପରାମର୍ଶରେ ହିଁ ମେଡିସିନ୍ ଖାଆନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।
କର୍ମଜୀବି- ପ୍ରଶଂସିତ ହେବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।
ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।

ମୀନ - ପରିଜନଙ୍କ ସହ ଆଜିର ପ୍ରତ୍ୟୁଷ ଯାତ୍ରା ସଫଳତା ଆଣି ଦେବ । ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍ ବୁଝିପାରନ୍ତି, ଯାହା କି ଆପଣଙ୍କ ପାଇଁ ମହଙ୍ଗା ପଡିପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୮ ।
ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.