Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ଶନିବାର କାହାର ଶୁଭ, କାହାକୁ କେତେ ଫଳ ଦେବ…

5/06/2020 at 9:00 PM

ମେଷ – ଯାତ୍ରା ପ୍ରୀତିପ୍ରଦ ରହିବା ସାଙ୍ଗକୁ ଲକ୍ଷ୍ୟ ମଧ୍ୟ ପୂରଣ ହୋଇଯିବ । ଗତକାଲି ଆପଣ ଯ।।ହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ ପାଇଯିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୧ ।
ଚାଷୀ- ଜଳବାୟୁ ପ୍ରତି ଧ୍ୟାନ ଦିଅନ୍ତୁ ।
ରୋଗୀ- ଥଣ୍ଡା ପାଇଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ମନ ଦେବେ ।
କର୍ମଜୀବି- ସ୍ୱଳ୍ପ ଆୟ ହେବ ।
ବ୍ୟବସାୟୀ- ଲାଭବାନ ହେବେ ।
ଗୃହିଣୀ- ଆଧ୍ୟାତ୍ମିକ ହେବେ ।


ବୃଷ – ବାରମ୍ଭାର ଚିନ୍ତା କରି ମନଟା ଭଲ ରହିବ ନାହିଁ । ଏଣେ କର୍ମକ୍ଷେତ୍ରର ବିଭିନ୍ନ ଘଟଣାବଳୀ ମନକୁ ବାରମ୍ବାର ଆନ୍ଦୋଳିତ କରିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।
ଚାଷୀ- ପାଣିପାଗ ବିଭାଗ ସହ ସଂପର୍କ ରଖିବା ଉଚିତ୍ ।
ରୋଗୀ- ଥଣ୍ଡା /ସର୍ଦ୍ଦି ପାଇଁ ସତର୍କ ରହିବେ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ଅର୍ଥ ହାନୀ ହେବ ।
ବ୍ୟବସାୟୀ- ଲାଭବାନ ହେବେ ।
ଗୃହିଣୀ- କାର୍ଯ୍ୟ ବ୍ୟସ୍ତ ରହିବେ ।


ମିଥୁନ – ଆଜିର ଦିନଟିରେ ହାତକୁ ନେଇଥିବା କାମଗୁଡିକ ସହଜ ଓ ସୁବିଧାରେ ହୋଇଯିବ । ଅବଶ୍ୟ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ସାମାନ୍ୟ ମନ୍ଥର କରିପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।
ଚାଷୀ- କିଟନାଶକର ବ୍ୟବହାର ଠିକ୍ ସମୟରେ କରନ୍ତୁ ।
ରୋଗୀ- ସାମାନ୍ୟ ଅସୁସ୍ଥ ଅନୁଭବ କରିପାରନ୍ତି ।
ଛାତ୍ରଛାତ୍ରୀ- କ୍ରୀଡା ପ୍ରତି ମନ ବଳାଇବେ ।
କର୍ମଜୀବି- ବହୁ ପରିଶ୍ରମ କରିବାକୁ ପଡିବ ନାହିଁ ।
ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।


କର୍କଟ – ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ଆଡ୍‌ଜଷ୍ଟ କରି ଚଳିପାରିବା ହେତୁ କିଛି ଅସୁବିଧା ହେବ ନାହିଁ । କର୍ମକ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେମିତି କିଛି ହେବନି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।
ଚାଷୀ- ଫସଲ ହାନୀ ଠାରୁ ସଜାଗ ରୁହନ୍ତୁ ।
ରୋଗୀ- ଆଜିକା ଦିନରେ ଡାକ୍ତରଙ୍କୁ ନ ଦେଖାଇ ମେଡିସିନ୍ ଖାଆନ୍ତୁ ନାହିଁ ।
ଛାତ୍ରଛାତ୍ରୀ- ପାଠ ପଢାରେ ମନ ଦେବେ ନାହିଁ ।
କର୍ମଜୀବି- ଧନ ହାନୀ ହେବ ।
ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
ଗୃହିଣୀ- ପିଲାମାନଙ୍କ ଚିନ୍ତାରେ ରହିବେ ।


ସିଂହ – ଏକ ଭିନ୍ନ ପରିସ୍ଥିତିରେ ନିକଟ ସମ୍ପର୍କୀୟମାନଙ୍କ ସାହାର୍ଯ୍ୟ ଲାଭ କରି ଅଟକି ରହିଥିବା କାମଟି ହଠାତ୍ ହୋଇଯିବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୯ ।
ଚାଷୀ- ଚାଷ କାମରେ ଉନ୍ନତି ପରିଲକ୍ଷିତ ହେବ ।
ରୋଗୀ- ଦିନଟି ବେଶୀ କଷ୍ଟ ଭରା ରହିବ ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ ପାଇଁ ମନ ବଳାଇବେ ।
କର୍ମଜୀବି- ସାମାନ୍ୟ ଅର୍ଥ ପାଇ ପାରନ୍ତି ।
ବ୍ୟବସାୟୀ- ଲାଭ ପ୍ରଦ ହେବ ।
ଗୃହିଣୀ- କାର୍ଯ୍ୟ ବ୍ୟସ୍ତ ପାଇଁ ଅସୁସ୍ଥ ଅନୁଭବ କରିପାରନ୍ତି ।


କନ୍ୟା – ଦୀର୍ଘ ଦିନରୁ କର୍ମକ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ହୋଇଯିବ ଓ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୪ ।
ଚାଷୀ- ଜଳବାୟୁ ଉପରେ ସଚେତନ ହୁଅନ୍ତୁ ।
ରୋଗୀ- ରୋଗମୁକ୍ତ ହେବେ ।
ଛାତ୍ରଛାତ୍ରୀ- ପିଲାମାନେ ବିଦ୍ୱାନ ହେବେ ।
କର୍ମଜୀବି- ସମ୍ମାନ ଅର୍ଜନ କରିବେ ।
ବ୍ୟବସାୟୀ- କ୍ଷତି ହେବ ।
ଗୃହିଣୀ- ମନ ପ୍ରଫୁଲ୍ଲ ରହିବ ।


ତୁଳା – ସହକର୍ମୀମାନଙ୍କ ସହ-ଯୋଗ ପାଇବେ ନାହିଁ । ଅବଶ୍ୟ ପଦସ୍ଥ ବ୍ୟକ୍ତିବିଶେଷଙ୍କ ନିକଟରୁ ଆନୁଷ୍ଠାନିକ କାମରେ ପ୍ରେରଣା ମିଳିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।
ଚାଷୀ- ଚିନ୍ତିତ ରହିବେ ।
ରୋଗୀ- ଯୋଗ କରନ୍ତୁ, ଡାଙ୍କରଙ୍କ ପରାମର୍ଶ ନିଅନ୍ତୁ ।
ଛାତ୍ରଛାତ୍ରୀ- ସଙ୍ଗୀତ ପ୍ରତି ମନ ବଳାଇବେ ।
କର୍ମଜୀବି- ସିନିୟରଙ୍କ ସାହାର୍ଯ୍ୟ ମିଳିବ ।
ବ୍ୟବସାୟୀ- ଅନ୍ୟ କଥାରେ ପଡନ୍ତୁ ନାହିଁ ।
ଗୃହିଣୀ- ସୌଭାଗ୍ୟ ପୂର୍ଣ୍ଣ ରହିବ ।


ବିଛା – ପ୍ଲଟିଙ୍ଗ୍ କାରବାରରେ ଅଗ୍ରଗତି, ବିବାଦୀୟ ଘଟଣାରେ ବିଜୟଲାଭର ସୂଚନା ରହିଛି । ଜ୍ୟେଷ୍ଠା ନକ୍ଷତ୍ରର ଚେଷ୍ଟା କରୁଥିବା କାମଟି ନ ହେବା କାରଣରୁ ଉଦାସ ରହିପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।
ଚାଷୀ- ଜଳ ସଞ୍ଚୟ କରନ୍ତୁ ।
ରୋଗୀ- ଡାକ୍ତରଙ୍କ ପରାମର୍ଶରେ ମେଡିସିନ ଖାଆନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ନାହିଁ ।
କର୍ମଜୀବି- ଅର୍ଥ ହାନି ହେବ ।
ବ୍ୟବସାୟୀ- ଲାଭ ପ୍ରଦ ରହିବ ।
ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।


ଧନୁ – ଘର କଥା ଓ ପିଲାମାନଙ୍କ କିଛି ବ୍ୟତିକ୍ରମ ହେତୁ ମନଟା ଅସ୍ଥିର ରହିପାରେ । ବାଣିଜ୍ୟ ମାନ୍ଦା ହେବ ନାହିଁ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।
ଚାଷୀ- ପାଣିପାଗ କାର୍ଯ୍ୟାଳୟ ସହ ସମ୍ପର୍କ ସ୍ଥାପନ କରନ୍ତୁ ।
ରୋଗୀ- ଶ୍ୱାସ ସମସ୍ୟା ଦେଖା ଦେବ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ନାହିଁ ।
କର୍ମଜୀବିି- ଅର୍ଥ ସମସ୍ୟା ଦେଖାଦେବ ।
ବ୍ୟବସାୟୀ- ସାମାନ୍ୟ ଲାଭ ପାଇବେ ।
ଗୃହିଣୀ- ମୁଣ୍ଡ ବ୍ୟଥା ହୋଇପାରେ ।


ମକର – ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ଓ ଯେଉଁ କାମରେ ବାହାରିଛନ୍ତି ସେଥିରେ ନିଶ୍ଚିତ କୃତକାର୍ଯ୍ୟ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।
ଚାଷୀ- ଚାଷ କାମରେ ଉନ୍ନତି ପରିଲକ୍ଷିତ ହେବ ।
ରୋଗୀ- ସାମନ୍ୟ ପୀଡା ଅନୁଭବ କରିବେ ।
ଛାତ୍ରଛାତ୍ରୀ – ବିଦ୍ୟା ଆରୋହଣ କରିବେ ।
କର୍ମଜୀବି- ସମ୍ମାନିତ ହେବେ ।
ବ୍ୟବସାୟୀ- ଉନ୍ନତି ଦେଖା ଦେବ ।
ଗୃହିଣୀ- କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି ।


କୁମ୍ଭ – ଜଣେ ବନ୍ଧୁଙ୍କୁ ଅନୁରୋଧ କରି ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କରିପାରନ୍ତି । ଗୃହ ସୀମା ଜନିତ ବିବାଦ ଦେଖା ଦେବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୮ ।
ଚାଷୀ- ଜଳର ସଂରକ୍ଷଣ କରନ୍ତୁ ।
ରୋଗୀ- ଆଗକୁ ଥିବା ୨୫ ଦିନ ସତର୍କ ରୁହନ୍ତୁ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ନାହିଁ ।
କର୍ମଜୀବି- ଲାଭ ଉଠାଇବେ ।
ବ୍ୟବସାୟୀ- ସୁଯୋଗ ପ୍ରାପ୍ତି ହେବ ।
ଗୃହିଣୀ- ସୁଖ ମିଳିବ ।


ମୀନ – ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ହେତୁ ମନରେ ସରସତା ରହିବ ନାହିଁ । ଖାଦ୍ୟପେୟର ବିଷମତା ଜନିତ ହଠାତ୍ ଅଜୀର୍ଣ୍ଣ ଦେଖା ଦେଇପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।
ଚାଷୀ- ଆଜିକା ଦିନରେ କୃଷି ବିଭାଗ ସହ ଯୋଗାଯୋଗ ରଖିବା ଆବଶ୍ୟକ ।
ରୋଗୀ- ସାମନ୍ୟ ଅସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ବଳାଇବେ ।
କର୍ମଜୀବି- ଅର୍ଥ ମିଳିବ ।
ବ୍ୟବସାୟୀ- ସାମାନ୍ୟ କ୍ଷତି ହେବ ।
ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

   Related Posts