ଜୁନ ୨୧ ରୁ ୨୭ ଯାଏଁ ଏହି ରାଶିର ବ୍ୟକ୍ତିଙ୍କୁ ରହିବାକୁ ହେବ ସତର୍କ: ଧନ ହାନି ସଂକେତ

Published By : Prameya-News7 Bureau | June 21, 2021 IST

ଭୁବନେଶ୍ୱର ୨୦/୦୬ : ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ସପ୍ତାହ ଅର୍ଥାତ୍ ଜୁନ୍ ୨୧ ରୁ ୨୭ କିଛି ରାଶି ପାଇଁ ଶୁଭ ହେବ ନାହିଁ। ଏହି ରାଶିର ବ୍ୟକ୍ତି ବିଶେଷ ସତର୍କ ହେବା ଆବଶ୍ୟକ। ଗ୍ରହ, ନକ୍ଷତ୍ର ସ୍ଥିତି ଯୋଗୁଁ ବ୍ୟକ୍ତିଙ୍କୁ ଲାଭ ଏବଂ କ୍ଷତିର ସମ୍ମୁଖୀନ ହେବାକୁ ପଡିବ। ଏହି ରାଶିର ବ୍ୟକ୍ତିଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ମଧ୍ୟ ହେବାକୁ ପଡିପାରେ। ଜୁନ୍ ୨୧ ରୁ ୨୭ କେଉଁ କେଉଁ ରାଶି ପାଇଁ ଅଶୁଭ ଆସନ୍ତୁ ଜାଣିବା …

ମିଥୁନ - ମିଥୁନ ରାଶି ବ୍ୟକ୍ତିଙ୍କ ମନରେ ନିରାଶ ଭାବ ଉତ୍ପନ୍ନ ହେବ। ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା ଆବଶ୍ୟକ। ପରିବାର ସଦସ୍ୟଙ୍କ ସହ ସମୟ ବିତାନ୍ତୁ। ଅଧିକ ପରିଶ୍ରମ କରିବାକୁ ପଡିବ। ଦାମ୍ପତ୍ୟ ଜୀବନରେ ସମସ୍ୟା ଉତ୍ପନ୍ନ ହୋଇପାରେ। ଏହାସହ ଆର୍ଥିକ ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇପାରନ୍ତି।

କର୍କଟ - କର୍କଟ ରାଶି ବ୍ୟକ୍ତି ଅସନ୍ତୋଷ ରହିବେ। ଭାଇଙ୍କ ସହ ମତଭେଦ ହୋଇପାରେ। ସଂଯମ ରକ୍ଷା କରି କଥାବାର୍ତ୍ତା କରନ୍ତୁ। କାହାକୁ କଠୋର କଥା କୁହନ୍ତୁନି। ଖର୍ଚ୍ଚ ବୃଦ୍ଧି ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବାକୁ ହେବ। ଜୀବନସାଥୀ ସହ ସମୟ ଅତିବାହିତ କରନ୍ତୁ।

ବିଛା - ଏହି ରାଶିର ବ୍ୟକ୍ତିଙ୍କ ସ୍ୱଭାବ ଚିଡଚିଡହୋଇପାରନ୍ତି। ସ୍ଥାନ ପରିବର୍ତ୍ତନର ସମ୍ଭାବନା ରହିଛି। କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିବ। ମାନସିକ ଶାନ୍ତି ରହିବ କିନ୍ତୁ ପାରିବାରିକ ଦାୟିତ୍ୱ ବୃଦ୍ଧି ପାଇବ। ବୁଝି ବିଚାରି ଖର୍ଚ୍ଚ କରନ୍ତୁ।

ଧନୁ - ଧନୁ ରାଶିର ବ୍ୟକ୍ତିଙ୍କ ଧୈର୍ଯ୍ୟ ଦୁର୍ବଳ ପଡିପାରେ। ନିଜ ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ। ପାରିବାରିକ ଦାୟିତ୍ୱ ବୃଦ୍ଧି ପାଇପାରେ। ଖର୍ଚ୍ଚ ବୃଦ୍ଧି ହୋଇପାରେ। ସନ୍ତାନ ସ୍ୱାସ୍ଥ୍ୟ ବିଗିଡ଼ିପାରେ। ମାନସିକ ଶାନ୍ତି ରହିଲେ ମଧ୍ୟ ମନରେ କିଛିଟା ଅସନ୍ତୋଷ ଦେଖାଦେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.