ଅଭିମାନରୁ ଆତ୍ମହତ୍ୟା: ସାହି ପିଲାଙ୍କ ସହ ଝଗଡ଼ା କଲେ, ରାତିରେ ଗାଁ ବରଗଛରେ ରଶି ଲଗାଇ ଦେଲେ

Published By : Prameya-News7 Bureau | September 23, 2020 IST

ଆଠମଲ୍ଲିକ୨୩/୯: ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା। ଆଠମଲ୍ଲିକ ଥାନା ନିକଟ କାଠପେଣ୍ଟ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ମୃତ ଯୁବକଙ୍କ ଆଇ ସାଇବାଣୀ ମୁଣ୍ଡାଙ୍କ କହିବା କଥା, ଗତକାଲି ଆଠମଲ୍ଲିକ ଏନ୍‌ଏସିର ୨ ନମ୍ବର ଓ୍ବାର୍ଡର ବାସିନ୍ଦା ପରେଶ ମୁଣ୍ଡା ସାହିର କେତେ ଜଣ ଯୁବକଙ୍କ ସହ ତାଙ୍କର ବଚସା ହେଇଥିଲା। ବଚସା କାରଣରୁ ଅଭିମାନ କରି ଗାଁ ବରଗଛରେ ପରେଶ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି।

{"id":333457,"sizeSlug":"large"}

ରାତିରେ ଯୁବକ ଜଣଙ୍କ ଗଛ ଉପରେ ଚଢ଼ୁଥିବାର ତାଙ୍କ ଆଇ ଦେଇଥିଲେ। ମାତ୍ର ସେ ଜାଣିପାରି ନଥିଲେ ପରେଶ ଆତ୍ମହତ୍ୟା କରିବ ବୋଲି । ଏ ବିଷୟରେ ପରେଶଙ୍କ ମାଆ ଏବଂ ତାଙ୍କ  ସ୍ତ୍ରୀ ନମିତା ମୁଣ୍ଡା ଏ ସଂପର୍କରେ ଜାଣି ନଥିବା କହିଛନ୍ତି। ଆଠମଲ୍ଲିକ ପୋଲିସ ଘଟଣାସ୍ଥଳରେ ପହଁଞ୍ଚିବା ପୂର୍ବରୁ ସାହିର ଜଣେ ବ୍ୟକ୍ତି ପରେଶର ଶବକୁ ଗଛ ଉପରୁ ତଳକୁ ଓହ୍ଲାଇ ଦେଇଥିଲେ। ଏହି ମୃତ୍ୟୁ ଘଟଣାରେ ପରେଶଙ୍କ ଆଇ ସାଇବାଣୀ ମୁଣ୍ଡା ସାହିର କିଛି ଲୋକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.