Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||

ସଙ୍କଟରେ ରଶି କାରିଗର : ଲକଡାଉନରେ ବୁଡିଛି ବେଉସା, ସରକାରୀ ସାହାଯ୍ୟକୁ ଅପେକ୍ଷା

6/11/2020 at 6:23 PM

ବରଗଡ, ୦୬୧୧ଲକଡାଉନ ଛଡେଇନେଇଛି ଜୀବନ ଜୀବିକା ।ସଙ୍କଟରେ ପ୍ଲାଷ୍ଟିକ ରଶି କାରିଗର ।ନା ମିଳୁଛି କଞ୍ଚାମାଲ ନା ବିକ୍ରି ହୋଇପାରୁଛି ଉତ୍ପାଦିତ ଦ୍ରବ୍ୟ । ଫଳରେ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛନ୍ତି ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ପିପଲ ମୁଣ୍ଡା ଗ୍ରାମର ପ୍ରାୟ ୮୦ଟି ପରିବାର ।

ବଜାରରେ ଏବେ ଭଳିକି ଭଳି ରଙ୍ଗ ବେରଙ୍ଗୀର ରଶି ଦେଖିବକୁ ମିଳୁଛି । କିନ୍ତୁ ଆଉ ଝୋଟ ଆଉ ପଟରେ ତିଆରି ରଶି ଦେଖିବାକୁ ମିଳୁନି ।କାରଣ ଚାଷ ଅଭାବ ଯୋଗୁଁ ବଜାର ଚାହିଦାକୁ ମେଣ୍ଟାଇ ନ ପାରିବାରୁ ରାଜ୍ୟର ବହୁ ସ୍ଥାନରେ ଝୋଟ କଳ ଗୁଡିକ ବନ୍ଦ ହୋଇ ଯାଇଛି । ଘରର ଆସବାବ ତଥା ବିଭିନ୍ନ ଘରକରଣା ଜିନିଷ ମଧ୍ୟରୁ ଝୋଟରୁ ତିଆରି ରଶି ବା ସୁତୁଲୀ ଅନ୍ୟତମ ।ଖଟ ତିଆରି ହେଉ କି ରୋଷେଇ ଘରେ ବ୍ୟବହୃତ ହେଉଥିବା ଶିକା ,ଗାଈ ବନ୍ଧା ଦଉଡି ବା କୂଅ ଦଉଡି ହେଉ ଏଥିପାଇଁ ପ୍ରଥମେ ଦରକାର ପଡିଥାଏ ରଶି । ଯାହାକି ଝୋଟ କିମ୍ବା ପଟରୁ ମିଳିଥାଏ । ମାତ୍ର ଏବେ ଏହି  ରଶି ତିଆରି ପାଇଁ ଆବଶ୍ୟକ ଝୋଟ, ପଟ ତଥା କଞ୍ଚାମାଲର ଅଭାବ ଯୋଗୁଁ ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ପିପଲମୁଣ୍ଡା ଗ୍ରାମର ରଶି କାରିଗର ମାନେ ଆଦରି ନେଇଛନ୍ତି ପ୍ଲାଷ୍ଟିକ ରଶି ତିଆରିକୁ ।

ପ୍ଲାଷ୍ଟିକ୍ ରଶି ତିଆରି କରିବା ପାଇଁ ସେମାନେ ପରିତ୍ୟକ୍ତ ସିମେଣ୍ଟ ବସ୍ତାକୁ ସଂଗ୍ରହ କରି ସେଥିରୁ ପ୍ରସ୍ତୁତ କରୁଛନ୍ତି ପ୍ଲାଷ୍ଟିକ ରଶି ।ଏହି ସିମେଣ୍ଟ ବସ୍ତାର ସୂତାକୁ ବାହାର କରି ପ୍ରଥମେ ସଫା କରିଥାନ୍ତି, ତାପରେ ସେଥିରୁ ସେମାନେ ତିଆରି କରିଥାନ୍ତି ଭଳିକି ଭଳି ମୋଟା ପତଳା ରଶି । ସେହି ପ୍ଲାଷ୍ଟିକ ରଶିରୁ ବ୍ୟାଗ,ଶିକା ତଥା ଖଟରେ ବ୍ୟବହାର ହେଉଥିବା ରଶି ଆଦି ପ୍ରସ୍ତୁତ କରି ମାର୍କେଟରେ ବିକ୍ରି କରିଥାନ୍ତି ।ଗୋଟିଏ ପଟେ ଲକଡାଉନ ଅନ୍ୟପଟେ କଞ୍ଚାମାଲର ଅଭାବ ଏହାରି ଭିତରେ ଆର୍ଥିକ ସଙ୍କଟ ମଧ୍ୟକୁ ଚାଲି ଆସିଛନ୍ତି ଏହି ପ୍ଲାଷ୍ଟିକ ରଶି କାରିଗର । ପରିବାରର ସମସ୍ତ ସଦସ୍ୟ ମିଶି ଏହି ପରିଶ୍ରମ କରିଥାନ୍ତି ।ପ୍ଲାଷ୍ଟିକ ରଶି କିମ୍ବା ଏଥିରୁ ଉତ୍ପାଦିତ ଦ୍ରବ୍ୟକୁ ବିକ୍ରି କରି ଦିନକୁ ୨୦୦ ରୁ ୩୦୦ ଟଙ୍କା ରୋଜଗାର କରିଥାନ୍ତି କାରିଗରମାନେ । ଏତିକି ଟଙ୍କାରେ ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରିଥାନ୍ତି ସେମାନେ । ସେମାନଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିଲେ ମଧ୍ୟ ଏଯାଏଁ ସେମାନଙ୍କୁ କୌଣସି ପ୍ରକାର ସରକାରୀ ସାହାଯ୍ୟ କିମ୍ବା ପ୍ରୋତ୍ସାହନ ମିଳିନାହିଁ ।

ପଲମୁଣ୍ଡା ଗ୍ରାମର ରଶି କାରିଗରଙ୍କ ପାଇଁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ବିକ୍ରି ଲାଗି କୌଣସି ଉପଯୁକ୍ତ ବଜାର ମଧ୍ୟ  ନାହିଁ ।ଲକଡାଉନ ଯୋଗୁଁ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ରଶି କାରିଗର ସେମାନଙ୍କ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ତୁଲାଇବା ମଧ୍ୟ କଷ୍ଟକର ହୋଇପଡ଼ିଛି ।ପ୍ଲାଷ୍ଟିକ ରଶି କାରିଗରଙ୍କ ସମସ୍ୟା ସମାଧାନ ଲାଗି ଶୀଘ୍ର ଉଦ୍ୟମ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶିଳ୍ପ ଉନ୍ନୟନ ବିଭାଗର ମୁଖ୍ୟ ପ୍ରବନ୍ଧକ ।

ଦେଖାଯାଉ ଲକଡାଉନ ଯୋଗୁ ଜୀବନ ଜୀବିକା ହରାଇଥିବା ପ୍ଲାଷ୍ଟିକ ରଶି କାରିଗରଙ୍କ ପ୍ରତି ସରକାରୀ ବାବୁମାନଙ୍କ କେବେ ପଡୁଛି ଦୃଷ୍ଟି ଆଉ କେବେ ହେବ ସେମାନଙ୍କ ଆର୍ଥିକ ସମସ୍ୟାର ସମାଧାନ ।

   Related Posts