Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

କୁକୁର ସହ ରଶ୍ମିକା ମନ୍ଦନାଙ୍କ କିସିଂ ଫଟୋ ଭାଇରାଲ୍, ୟୁଜର୍ସ କହିଲେ-‘ହର୍ କୁତେ କା ଦିନ ଆତା ହୈ’

7/12/2021 at 12:04 PM

ନୂଆଦିଲ୍ଲୀ ୦୭/୧୨: ରଶ୍ମିକା ମନ୍ଦନା ତାଙ୍କର ଅପକମିଂଗ ଫିଲ୍ମ ‘ପୁଷ୍ପା: ଦି ରାଇଜ୍’ କୁ ନେଇ ଏବେ ଚର୍ଚ୍ଚାରେ। ପ୍ରଶଂସକ ଏହି ଫିଲ୍ମର ରିଲିଜକୁ ଅପେକ୍ଷାର ସହ ଚାହିଁ ରହିଛନ୍ତି। ଏହି ସମୟରେ, ନିଜ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ଫ୍ରୀ ହୋଇ ରଶ୍ମିକା ଘରକୁ ଫେରିଛନ୍ତି। ଯେଉଁଠାରେ ସେ ତାଙ୍କର ଅତି ପ୍ରିୟ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି ଯିଏକି ଏକ କୁକୁର। ଅଭିନେତ୍ରୀ ତାଙ୍କ ସୋସିଆଲ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ତାଙ୍କ କୁକୁରକୁ ତାଙ୍କୁ କିସ୍ କରୁଥିବାର ଦେଖାଯାଇଛି। ସେ କ୍ୟାପସନରେ ଲେଖିଛନ୍ତି, ‘ୱେଲକମ୍ ହୋମ କିସ୍ … ମୁଁ ଫେରି ଆସିଛି।’

rashmika

ଏହି ଫଟୋରେ ମ୍ୟୁଜିସିୟାନ୍ ଆନନ୍ଦ ଶର୍ମା କମେଣ୍ଟ କରି ଲେଖିଛନ୍ତି, ‘ପରଫେକ୍ଟ କପଲ୍’… ଏହା ଉପରେ ଲୋକମାନେ ସଂଗୀତଜ୍ଞଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି, ତାଙ୍କ କମେଣ୍ଟ ଉପରେ, ୟୁଜର୍ସ ତାଙ୍କୁ ଏବଂ ରଶ୍ମିକାଙ୍କୁ ନେଇ ଏଣୁ ତେଣୁ କଥା ଲେଖୁଛନ୍ତି। ଅନେକ ଲୋକ ରଶ୍ମିକାଙ୍କ ଏହି ସୁନ୍ଦର ଅନ୍ଦାଜକୁ ପ୍ରଶଂସା କରୁଥିବାବେଳେ ଅନେକେ ତାଙ୍କୁ ପରିହାସ କରୁଛନ୍ତି। ସେହି ପରି କିଛି ୟୁଜର୍ସ, କୁକୁରର ମଧ୍ୟ ଦିନ ଆସିଥାଏ…କୁକୁରର ଭାଗ୍ୟ ବହୁତ ଭଲ…ଅସଲ ଜୀବନ ତ ଏହି ଉପଭୋଗ କରୁଛି ଭଳି ଅନେକ କେଣ୍ଟ ଦେଉଛନ୍ତି।

   Related Posts