Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

ରିଲିଜ୍ ହେଲା ମ୍ୟୁଜିକ୍ ଭିଡିଓ ‘କ୍ୟା ଜାନ୍ ଲେଗୀ ମେରୀ’ : ବୋଲ୍ଡ ଅନ୍ଦାଜରେ ନଜର ଆସିଛନ୍ତି ରଶ୍ମି, ଫ୍ୟାନ୍ କହିଲେ…

25/12/2020 at 10:28 AM

ମୁମ୍ବାଇ, ୨୪।୧୨:  ଟିଭି ସିରିଏଲ ଅଭିନେତ୍ରୀ ରଶ୍ମି ଦେଶାଇଙ୍କ ମ୍ୟୁଜିକ ଭିଡିଓ ରିଲିଜ୍ ହୋଇଛି । ଏଥିରେ ସାହିର୍ ସେଖ ଓ ସନ୍ନା ସୟିଦ ମଧ୍ୟ ନଜର ଆସିଛନ୍ତି ।ଏହି ଭିଡିଓର ସଙ୍ଗସର ଟାଇଟଲ୍ ରହିଛି ‘କ୍ୟା ଜାନ୍ ଲେଗୀ ମେରୀ’ ।  ଭିଡିଓରେ ରଶ୍ନିଦେଶାଇ ନିଜ ବୋଲ୍ଡ ଅନ୍ଦାଜରେ ଫ୍ୟାନ୍ସଙ୍କୁ ମତୁଆଲା କରୁଛନ୍ତି । ତାଙ୍କର ଡ୍ୟାନ୍ସ ମୁଭସ୍ ସମସ୍ତଙ୍କୁ ପସନ୍ଦ ଆସିଛି ।

ଏହି ଗୀତକୁ ପଲାସ ମୁଛଲ ଓ ଅମିତ ମିଶ୍ର ଗାଇଛନ୍ତି । ଏହାର ଲିରିକ୍ସ ଲେଖିଛନ୍ତି ବିପିନ ଦାସ , ଆଲୋକ ଝା ଓ କୃଣାଲ ବର୍ମା ।ୟୁଟ୍ୟୁବରେ ରିଲିଜ ହୋଇଥିବା ଏହି ଭିଡିଓରେ ଫ୍ୟାନମାନେ ଭରପୁର କମେଣ୍ଟ କରୁଛନ୍ତି । ଜଣେ ଫ୍ୟାନ୍ ଲେଖିଛନ୍ତି ଯେ, ସାହିର ସେଖ ରକଷ୍ଟାର୍ ଭଳି ଲାଗୁଛନ୍ତି । ରଶ୍ମି ପ୍ରଫେସନାଲ ଡ୍ୟାନ୍ସର ଭଳି ଲାଗୁଛନ୍ତି । ସେହିପରି ଆଉ ଜଣେ ଲେଖିଛନ୍ତି ଯେ, ସାହିରଙ୍କ ମୁଭସ୍ ଓ ଏକ୍ସପ୍ରେସନ ଆକର୍ଷଣୀୟ ରହିଛି । ଆଉ ଜଣେ କଣେ ଜୀବନ ନେବ କି ବୋଲି ଲେଖିଛନ୍ତି ।

ଏହାପୂର୍ବରୁ ସାହିର ଓ ରଶ୍ମି ଦେଶାଇ, ସନ୍ନା ସୟିଦ ମ୍ୟୁଜିକ ଭିଡିଓ କ୍ୟା ଜାନ୍ ଲେଗି ମେରୀର ପୋଷ୍ଟର କରିଥିଲେ । ଏହାସହ ସେମାନେ କହିଥିଲେ ଯେ, ସେ କ୍ରିସମାସରେ ଫ୍ୟାନଙ୍କ ସରପ୍ରାଇଜ୍ ଦେବେ । ପ୍ରଫେସନାଲ ଲାଇଫକୁ ଦେଖିଲେ ରଶ୍ମିଙ୍କ ଓ୍ୱେବ ସିରିଜ୍ ତନ୍ଦୁର ଅତିଶୀଘ୍ର ରିଲିଜ୍ ହେବାକୁ ଯାଉଛି । ଏହା ଉଲ୍ଲୀ ଆପରେ ଷ୍ଟ୍ରିମ୍ ହେବ ।

ସାହିର ସେଖ ଆଲଟ୍ ବାଲାଜୀର ଓ୍ୱେବ ସିରିଜ୍ ପୌରଷପୁରରେ ନଜର ଆସିବେ । ସେ ଏଥିରେ ଏକ ସାଧାରଣ ବେପାରୀ ରୋଲ୍ କରିବେ । ଏହି ସିରିଜରେ ମିଲିନ୍ଦ ସୋମନ, ଅନୁ କପୁର ଓ ଶିଳ୍ପା ସିନ୍ଦେଙ୍କ ଭଳି ଷ୍ଟାର୍ ଅଭିନୟ କରିଛନ୍ତି ।

   Related Posts