Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||

ସୋସିଆଲ୍ ମିଡିଆରେ ନିଆଁ ଲଗାଇଛି ରଶ୍ମି ଦେଶାଇଙ୍କ ହଟ୍ ଫଟୋ

25/05/2020 at 9:10 PM

ମୁମ୍ବାଇ ୨୫/୫: ଲକଡାଉନରେ ରଶ୍ମି ଦେଶାଇ ନିଜର ଅନେକ ଗ୍ଲାମରସ୍ ଫଟୋ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ନିକଟରେ ରଶ୍ମି ନିଜର କିଛି ବୋଲ୍ଡ ଫଟୋ ସେୟାର କରିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ରଶ୍ମି ଏହି ଫଟୋକୁ ସେୟାର କରି ଲେଖିଛନ୍ତି,‘ ନିଜ ଜୀବନରେ ଆଗକୁ ବଢ଼ିବାକୁ ସାହସ କରନ୍ତୁ। ’ ରଶ୍ମିଙ୍କ ଏହି ଫଟୋରେ ପ୍ରଶଂସକଙ୍କ ସହ ଟିଭି ସେଲିବ୍ରିଟିମାନେ ମଧ୍ୟ ତାଙ୍କ ପ୍ରଶଂସା କରୁଛନ୍ତି। କେବଳ ଏତିକି ନୁହେଁ,କେତେକ ଫ୍ୟାନ୍ ତାଙ୍କୁ କମେଣ୍ଟ୍ କରିଛନ୍ତି ଯେ ‘ବାସ୍ କର…ନିଆଁ ଲଗାଇ ଦେଇଛ।’

ରଶ୍ମି କିଛି ଦିନ ହେବ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଶୁଣିବାକୁ ମିଳିଥିଲା ଯେ ତାଙ୍କ ଏକ୍ସ ବୟଫ୍ରେଣ୍ଡ ଅରହାନ୍ ଖାନ୍ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ୧୫ଲକ୍ଷ ଟଙ୍କା             ଉଠାଇଥିଲେ ଏବଂ ଏହା ସହ ସେ ରଶ୍ମିଙ୍କୁ ଧମକ ଦେଇଥିଲେ।

ଏସବୁ ମାମଲା ପରେ ରଶ୍ମିଙ୍କ ପର୍ସନାଲ୍ ଲାଇଫକୁ ନେଇ ଅନେକ ଲୋକ ସୋସିଆଲ୍ ମିଡିଆରେ ନେଗେଟିଭ କମେଣ୍ଟସ୍ କରୁଛନ୍ତି ଯାହାର ରଶ୍ମି ଉଚିତ୍ ଜବାବ ଦେଇଛନ୍ତି।

ରଶ୍ମି ଟ୍ବିଟ୍ କରିଥିଲେ ଯେ ,‘ ତାଙ୍କୁ କାହାକୁ ମନ୍ତବ୍ୟ ଦେବାର ଆବଶ୍ୟକତା ନାହିଁ।  ସେ ନିଜ ଦମରେ ଏଯାଏଁ ଆସିଛନ୍ତି ଏବଂ ତାଙ୍କୁ ବି ଏପରି ଆଗକୁ ବଢ଼ିବାର ଅଛି।’

ରଶ୍ମି ପୁଣି ଥରେ ଟ୍ବିଟ୍ କରିଥିଲେ ‘ତାଙ୍କୁ ତାଙ୍କ କୌଣସି ନିଷ୍ପତ୍ତିରେ ପଶ୍ଚାତାପ ନାହିଁ। ସେ ଅତ୍ୟନ୍ତ ପରିଶ୍ରମ କରି ନିଜ ପାଇଁ ଘର କରିଛନ୍ତି ଏବଂ ଏହି ଘରେ ସେ ଜଣଙ୍କ ସହ ରହିବାକୁ ଚାହୁଁଥିଲେ କିନ୍ତୁ ଏସବୁ କଥାରେ ତାଙ୍କୁ କୌଣସି ଫରକ ପଡ଼େ ନାହିଁ।’

   Related Posts