ପ୍ୟାର,ଇସ୍କ ଔର ଧୋକା : ପ୍ରେମ ଜାଲରେ ଫସାଇ ଅଭିନେତ୍ରୀ ରଶ୍ମି ଦେଶାଇଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଚୋରି କଲେ ପ୍ରେମିକ ଅରହାନ୍

Published By : Prameya-News7 Bureau | April 21, 2020 IST

ମୁମ୍ବାଇ ୨୧/୪: ବିଗ୍ ବସ୍ ୧୩ରେ ରଶ୍ମି ଦେଶାଇ ଏବଂ ଅରହାନ୍ ଖାନଙ୍କ ସମ୍ପର୍କ ଆରମ୍ଭ ହେଉ ହେଉ ଭାଙ୍ଗିଯାଇଥିଲା। ରଶ୍ମିଙ୍କ ସାମନାରେ ଅରହାନଙ୍କ ଛଳନା ପଦାକୁ ଆସିଯାଇଥିଲା। ତାଙ୍କ ପ୍ରଥମ ବିବାହ ଏବଂ ପିଲାଙ୍କ ଖୁଲାସା ହୋଇଥିଲା। ଏପରି ଖବର ମଧ୍ୟ ଶୁଣିବାକୁ ମିଳିଥିଲା ଯେ ରଶ୍ମିଙ୍କ ଅନୁପସ୍ଥିତିରେ ଅରହାନ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇଥିଲେ।

{"id":257741,"sizeSlug":"large"}

ଏବେ ଏହି ମାମଲାରେ ନୂଆ ମୋଡ଼ ଆସିଛି। ସୋସିଆଲ ମିଡିଆରେ ରଶ୍ମି ଦେଶାଇଙ୍କ ବ୍ୟାଙ୍କ୍ ଷ୍ଟେଟମେଣ୍ଟ ଲିକ୍ ହେବାର ଦାବି କରାଯାଉଛି। ଏହାକୁ ରଶ୍ମି ଦେଶାଇଙ୍କ ଫ୍ୟାନ୍ସ ସେୟାର କରିଛନ୍ତି।

{"id":257743,"sizeSlug":"large"}

ଏହି ଷ୍ଟେଟମେଣ୍ଟରେ ଦାବି କରାଯାଇଛି ଯେ ଅରହାନ୍ ତାଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଉଠାଇଛନ୍ତି। ଯେତେବେଳେ ରଶ୍ମି ବିଗ୍ ବସ୍ ଘରେ ଥିଲେ ସେତେବେଳେ ଏହି ଘଟଣା ଘଟିଥିଲା।

{"id":257744,"sizeSlug":"large"}

ଭାଇରାଲ୍ ହୋଇଥିବା ବ୍ୟାଙ୍କ ଷ୍ଟେଟମେଣ୍ଟରେ କେତେ ସତ୍ୟତା ରହିଛି, ଏହା ରଶ୍ମିଙ୍କ ବ୍ୟାଙ୍କ ଆକାଉଣ୍ଟ କି ନୁହେଁ ଏହା ଏବେ ସୁଦ୍ଧା ଜଣା ପଡ଼ିନାହିଁ। ରଶ୍ମିଙ୍କ ତରଫରୁ ମଧ୍ୟ କୌଣସି ବୟାନ୍ ସାମନାକୁ ଆସିନାହିଁ।

{"id":257745,"sizeSlug":"large"}

ଭାଇରାଲ୍ ହୋଇଥିବା ବ୍ୟାଙ୍କ୍ ଷ୍ଟେଟମେଣ୍ଟରେ ଶିବାନୀ ଅଜୟ କୁମାର ଦେଶାଇଙ୍କ ନାଁ ଲେଖା ହୋଇଛି। ଶିବାନୀକୁ ରଶ୍ମିଙ୍କ ପ୍ରକୃତ ନାଁ କୁହାଯାଉଛି। ବ୍ୟାଙ୍କ୍ ଷ୍ଟେଟମେଣ୍ଟ ସେୟାର କରି ରଶ୍ମିଙ୍କ ଫ୍ୟାନ୍ସ ଅରହାନଙ୍କୁ ଟ୍ରୋଲ୍ କରୁଛନ୍ତି।

{"id":257746,"sizeSlug":"large"}

#FraudArhaanKhan ଟ୍ରେଣ୍ଡ ହେଉଛି। ଏହା ସହିତ ରଶ୍ମିଙ୍କ ଫ୍ୟାନ୍ସ ଅରହାନ ଖାନଙ୍କୁ ତାଙ୍କ ଟଙ୍କା ଫେରାଇବାକୁ କହୁଛନ୍ତି। ଅରହାନଙ୍କୁ ଚୋର କୁହାଯାଉଛି।

{"id":257748,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.