ବର୍ଷର ଶେଷ ଦିନର ରାଶିଫଳ - ସମସ୍ତ ରାଶିର ଶୁଭାଶୁଭ ବିଷୟ

Published By : Prameya-News7 Bureau | December 30, 2019 IST

ଜ୍ୟୋତିର୍ବିଦ - ତ୍ରିନନ୍ଦନ ମିଶ୍ର

ମେଷ– ଅଶ୍ୱିନୀ ଓ କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତି ଧୈର୍ଯ୍ୟର ପୁରସ୍କାର ପାଇବେ ।ସେବାରେ ନିୟୋଜିତହୋଇପାରନ୍ତି । ପୂଜା ପଦ୍ଧତିରେସମୟ ଦେବେ । ପରାମର୍ଶଦାତା ହେବେ । ଧର୍ମ କ୍ରିୟାରତ ହେବେ ।ଶୁଭରଙ୍ଗଗ୍ରୀନ୍‌ ।ଶୁଭଅଙ୍କ ୩ ।

ବୃଷ–କୃତ୍ତିକା ଓ ରୋହିଣୀ ନକ୍ଷତ୍ରଜାତ ବ୍ୟକ୍ତି ମନ ମୁତାବକ କାର୍ଯ୍ୟକରି ଖୁସି ହୋଇପାରନ୍ତି । ଦେବଦ୍ୱିଜ ଭକ୍ତହେବେ ।ମନୋଜ୍ଞ ହେବେ ।ସକଳ ଶାସ୍ତ୍ରଜ୍ଞତା, ବ୍ରତକର୍ତ୍ତାହେବେ ।ଶୁଭରଙ୍ଗ ଗାଢଲାଲ୍‌ ।ଶୁଭ ଅଙ୍କ ୫ ।

ମିଥୁନ - ଆର୍ଦ୍ରା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ପାଇଁ ଯାତ୍ରା ଅନୁକୂଳରହିଛି ।ବନ୍ଧୁମିଳନର ସୁଯୋଗ ଅଛି । ଅର୍ଥ ପ୍ରାପ୍ତିରସୂଚନାମିଳୁଛି ।କାର୍ଯ୍ୟରେ ସଫଳତା ଲାଭ କରିବେ ।ବ୍ୟବସାୟ ଲାଭଜନକହେବ ।ଶୁଭରଙ୍ଗବ୍ରାଉନ୍‌ ।ଶୁଭ ଅଙ୍କ ୭ ।

କର୍କଟ– ପୁଷ୍ୟା ନକ୍ଷତ୍ରଜାତ ବ୍ୟକ୍ତି ପରାମର୍ଶ ନେଇକାର୍ଯ୍ୟକଲେ ସଫଳତା ପାଇବେ । ପରୋପକାରୀ ହେବେ । ଧର୍ମଭାବନାରୁ ଶାନ୍ତିମିଳିବ ।ଶତ୍ରୁ ନାଶକରିବାରେ ସିଦ୍ଧହସ୍ତହେବେ ।ଶୁଭରଙ୍ଗକ୍ରୀମ୍‌ ।ଶୁଭ ଅଙ୍କ ୨ ।

ସିଂହ –ମଘା ଓ ଉତ୍ତରାଫାଲ୍ଗୁନୀ ନକ୍ଷତ୍ରଜାତ ବ୍ୟକ୍ତି ବାଧା, ବିଘ୍ନକୁ ଏଡାଇ ଆଗକୁବଢିବେ ।କାର୍ଯ୍ୟହାସଲ କରିବାରେ ସକ୍ଷମହେବେ । ସୁଖ-ସମ୍ମାନ ଲାଭ କରିବେ ।ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ ।ଶୁଭରଙ୍ଗଲାଲ୍‌ ।ଶୁଭ ଅଙ୍କ ୮ ।

କନ୍ୟା –ଉତ୍ତରାଫାଲ୍ଗୁନୀ ଓ ହସ୍ତା ନକ୍ଷତ୍ର ଜାତବ୍ୟକ୍ତି ଗୃହକାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ।ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି ।କୃଷିକ୍ଷେତ୍ର ଉପରେ ଧ୍ୟାନ ଦେବେ । ଯାନବାହନ ସୁଖମିଳିପାରେ ।ଶୁଭରଙ୍ଗ କଫି ।ଶୁଭ ଅଙ୍କ ୬ ।

ତୁଳା–ସ୍ୱାତୀ ନକ୍ଷତ୍ରଜାତ ବ୍ୟକ୍ତିଶତ୍ରୁକୁ ପରାସ୍ତକରି ମାନସିକଶାନ୍ତି ଫେରି ପାଇବେ ।ସବଳ ଗୁଣଯୁ୍‌କ୍ତସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ ।ବିବାଦୀୟ ଘଟଣାରେ ବିଜୟୀହେବେ ।ଶୁଭ ରଙ୍ଗ ଧଳା ।ଶୁଭ ଅଙ୍କ ୪ ।

ବିଛା–ଅନୁରାଧା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର କର୍ମତତ୍ପରତା ପ୍ରକାଶ ପାଇବ । ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ଉନ୍ନତି ପଥରେ ଆଗକୁବଢି ପାରନ୍ତି ।ତ୍ୟାଗଶୀଳ ଓ ନୀତିଜ୍ଞ ହେବେ ।ଚିତ୍ରା ଓ ବିଶାଖା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ରସାମାନ୍ୟ ଶୁଭ ।ଶୁଭରଙ୍ଗ ଗାଢଗ୍ରୀନ୍‌ ।ଶୁଭ ଅଙ୍କ ୩ ।

ଧନୁ –ମୂଳା ଓ ଉତତ୍ତରାଷାଢା ଓ ଶ୍ରାବଣା ନକ୍ଷତ୍ର ଜାତବ୍ୟକ୍ତି ପରିବାର ସହିତ ଶାନ୍ତି, ଶୃଙ୍ଖଳାରେ ସମୟ ବିତାଇ ପାରନ୍ତି ।ବ୍ୟବସାୟ ଲାଭଜନକ ହେବ ।ଖର୍ଚ୍ଚ ପରିମାଣ ଆୟଠାରୁ ଅଧିକହେବ ।ଶୁଭରଙ୍ଗପିଚ୍‌ ।ଶୁଭ ଅଙ୍କ ୭ ।

ମକର–ଉତ୍ତରାଷାଢା ବ୍ୟକ୍ତିମାନେ ଶୁଭଫଳ ପାଇ ପାରିବେ । ପାରିବାରସୁଖ ପ୍ରାପ୍ତ କରିବେ ।ବ୍ୟବସାୟ ଲାଭଜନକ ହେବ ନାହିଁ ।ବୃତ୍ତିଗତସମସ୍ୟା ଦେଖା ଦେଇ ପାରେ ।ଶୁଭରଙ୍ଗ ବ୍ରାଉନ୍‌ ।ଶୁଭ ଅଙ୍କ ୧ ।

କୁମ୍ଭ -ଶତଭିକ୍ଷା ନକ୍ଷତ୍ରଜାତବ୍ୟକ୍ତି ପରିସ୍ଥିିତି ପ୍ରତିସଜାଗ ରହିଲେ ବିପଦ ଦୂରେଇ ଯିବ । ଆୟ ଯଥେଷ୍ଟ ପରିମାଣର ହେବ ।ସଙ୍ଗୀତ ପ୍ରିୟହେବେ । ଉପଯୁକ୍ତ କର୍ମାନୁରକ୍ତହେବେ ।ଶୁଭରଙ୍ଗକ୍ରୀମ୍‌ ।ଶୁଭ ଅଙ୍କ ୯ ।

ମୀନ - ଉତ୍ତରଭାଦ୍ରପଦ ନକ୍ଷତ୍ରଜାତ ବ୍ୟକ୍ତି କାର୍ଯ୍ୟ କରିବା ପୂର୍ବରୁବିଚାର -ଆଲୋଚନା କରି ସଫଳତାମିଳିବ । ଦାମ୍ପତ୍ୟଜୀବନ ସୁଖପ୍ରଦ ହେବ । ଆର୍ଥିକସ୍ଥିତିରେ ଢେର ଉନ୍ନତି ଘଟିବ ।ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୪ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.