Monday, December 9, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏମିତି କଟିବ ଶୁକ୍ରବାର – ଜାଣନ୍ତୁ ଆପଣଙ୍କ ଶୁଭାଶୁଭ ଫଳ ,ଶୁଭ ରଙ୍ଗ ଓ ସଂଖ୍ୟା

rashi

ମେଷ–ଉଦ୍ୟମରେ ସଫଳତା ପାଇବେ। ଅଫିସ କାମରେ ବିଦେଶ  ଯିବାର ସୁଯୋଗ ଅଛି।ଛାତ୍ରୀମାନେ ଅଧ୍ୟୟନ ଶୈଳୀରେ ପରିବର୍ତ୍ତନ କରିବେ । ଶୁଭ ରଙ୍ଗ ଧଳା।ଶୁଭ ଅଙ୍କ ୪।

ବୃଷ–ବ୍ୟବସାୟ ଉପରେ ବିରୋଧୀଙ୍କ ନଜର ରହିବ। ଘରର ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ହୋଇପାରେ। ପ୍ରିୟ ବନ୍ଧୁଙ୍କ ସହିତ ମିଶିବା ପାଇଁ ଉତ୍ସାହିତ ହେବେ।ଶୁଭ ରଙ୍ଗ ଲାଲ। ଶୁଭ ଅଙ୍କ ୩।

ମିଥୁନ – ସବୁ କାମ ସଂପୂର୍ଣ୍ଣ ହେବାର ସମ୍ଭାବନା ରହିଛି । ବିରୋଧୀ  ଆପଣଙ୍କର ସାମନାରେ ନତ ମସ୍ତକ ହେବେ। ପ୍ରିୟଜନ ମିଳନ। ଘରର ବାତାବରଣ ଭଲ ରହିବ।ଶୁଭରଙ୍ଗ  ଧଳା।ଶୁଭ ଅଙ୍କ ୨।

କର୍କଟ– ନୂଆଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ। ଅଫିସରେ ପରିବେଶ ବଢିଆ ରହିବ। ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ।ଶୁଭରଙ୍ଗ କ୍ରୀମ୍।ଶୁଭ ଅଙ୍କ ୭।

ସିଂହ –ଉନ୍ନତିରେ ଆସିଥିବା ବାଧା ଦୂର ହେବ। ଆଇନଜୀବୀଙ୍କ ଲାଗି ଦିନଟି ଲାଭପ୍ରଦ। ସନ୍ତାନଙ୍କ ଉନ୍ନତିରେ ଗୌରବ ଅନୁଭବ କରିବେ । ବେପାରରୁ ଲାଭ ପାଇବେ।ଶୁଭରଙ୍ଗ ଲାଲ । ଶୁଭ ଅଙ୍କ ୩।

କନ୍ୟା –ଭାଗ୍ୟଉପରେ ସଂପୂର୍ଣ୍ଣ ରୂପେ ଭରସା କରନ୍ତୁ ନାହିଁ। ପରିଶ୍ରମ କରନ୍ତୁ, ସୁଫଳ ମିଳିବ । ବେଶି ସମୟ ପରିବାର ଲୋକଙ୍କ ସହିତ କଟିବ।।ଶୁଭ ରଙ୍ଗ କଫି।ଶୁଭ ଅଙ୍କ ୪।

ତୁଳା- ନିଜକୁ ଉତ୍ସାହିତ ଅନୁଭବ କରିବେ । ବୈବାହିକ ଜୀବନରେ ମନର ଆବେଗ ସମାପ୍ତ  ହେବ। ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ । ଶୁଭରଙ୍ଗ ଗ୍ରୀନ୍।ଶୁଭ ଅଙ୍କ ୭।

ବିଛା–ବ୍ୟବସାୟିକ କାମରେ ବ୍ୟସ୍ତ ରହିବେ। ଅଚାନକ ଧନପ୍ରାପ୍ତ ହେବ।ସରକାରୀ ଚାକିରିଆଙ୍କୁ ଭଲ ଖବର ମିଳିବ। ଆପଣଙ୍କ ଜୀବନରେ ନୂଆ ପ୍ରେମ ଆରମ୍ଭ ହୋଇପାରେ । ଶୁଭରଙ୍ଗ ମେରୁନ୍।ଶୁଭ ଅଙ୍କ ୪।

ଧନୁ –ଇଷ୍ଟଦେବ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି । ବ୍ୟବହାରରେ ମନ ଜିଣି ନେବେ।ବ୍ୟବସାୟରେ ଲାଗି ଥିବା ପୁଞ୍ଜିରୁ ଯଥେଷ୍ଟ ଲାଭହେବ । ଶୁଭରଙ୍ଗ ବ୍ରାଉନ୍।ଶୁଭ ଅଙ୍କ ୯।

ମକର–ସମୟଜ୍ଞାନ ରଖନ୍ତୁ। ନୂଆ ଆହ୍ୱାନର ସାମନା କରିବେ। ପାରିବାରିକ ବିବାଦଠୁଁ  ଦୂରେଇ ରୁହନ୍ତୁ। ଆପଣଙ୍କ ଟଙ୍କା  ପଇସାକେଉଁଠି ଅଟକିପାରେ । ଶୁଭରଙ୍ଗ ପିଙ୍କ୍।ଶୁଭ ଅଙ୍କ ୬।

କୁମ୍ଭ  -ଚାକିରିଜୀବୀଙ୍କ ଲାଗି ଦିନଟି ଅନୁକୂଳ। ଅତିଶୀଘ୍ର ନୂଆ ଦାୟିତ୍ୱ ମିଳିପାରେ। ଆପଣଙ୍କୁ ଶୁଭ ସମାଚାର ମିଳିବାର ସମ୍ଭାବନା ରହିଛି। ଦାମ୍ପତ୍ୟ ଜୀବନ ପ୍ରେମ ପୂର୍ବକ ବିତିବ।ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୭।

ମୀନ – ଅଧିକ ପରିଶ୍ରମ କଲେ ସଫଳତା ପାଇବେ।ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ବିଦେଶ ଯିବାର ଯୋଗରହିଛି। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ।ଶୁଭରଙ୍ଗ ଧୂସର।ଶୁଭ ଅଙ୍କ ୯।

362 Views

   ସମ୍ବନ୍ଧିତ ଖବର