ରାଶିଫଳ ୨୦୨୦ - ଚାକିରି ବିବାହ ସହ ଜାଣନ୍ତୁ କ'ଣ ଖୁସୀ ଖବର ଆଣିବ ୨୦୨୦

Published By : Prameya-News7 Bureau | December 29, 2019 IST

ଜ୍ୟୋତିର୍ବିଦ -ପଣ୍ଡିତ ଜିତେନ୍ଦ୍ର ଶାସ୍ତ୍ରୀ ରାଶିଫଳ ୨୦୨୦ ଅନେକଙ୍କ ପାଇଁ ଏହି ଇଂରାଜୀ ନବବର୍ଷ ଅନେକ ଖୁସୀ ଖବର ଆଣିବ । ଏହା ସହ ନୂଆ ବର୍ଷରେ ଜାନୁଆରୀ ୨୪ ତାରିଖରେ ଶନି ଧନୁରାଶି ଛାଡି ମକର ରାଶିରେ ଅବସ୍ଥାନ କରିବେ । ଶନିଦେବଙ୍କର ରାଶି ପରିବର୍ତ୍ତନ ସମସ୍ତ ରାଶି ଉପରେ ପ୍ରଭାବ ପକାଇବ । ବର୍ଷ ୨୦୨୦ ସ୍ୱାମୀ ଶନିଦେବ ଲଗ୍ନ ସ୍ୱାମୀ ବୁଧ ବର୍ଷର ଲଗ୍ନର ଚତୁର୍ଥ ସ୍ଥାନରେ ଅବସ୍ଥାନ କରିବେ । ଏହି ବର୍ଷ କର୍ମକରୁଥିବା ଲୋକଙ୍କ ପାଇଁ ବେଶ୍‌ ଫଳପ୍ରଦ ହେବ । ମେଷରାଶି - ଆପଣଙ୍କ ପାଇଁ ନଆ ବର୍ଷ ବେଶ୍‌ ଭଲ । ଏହି ବର୍ଷ ରାହୁ ଆପଣଙ୍କ ପାଶଇରେ ପରାକ୍ରମ ଭାବରେ ରହିବେ । ଏହା ଆପଣଙ୍କ ପାଇଁ ଶୁଭ ସଙ୍କେତ ଦେଉଛି । ଏହା ମେଷ ରାଶିର ବ୍ୟକ୍ତିଙ୍କୁ ବେଶ୍‌ ସୁଫଳ ପ୍ରଦାନ କରିବ । ବିଦେଶ ଯାତ୍ରାର ଯୋଗ ରହିଛି । ରିୟଲ ଇଷ୍ଟେଟ୍‌ କାମ ଭଲ ହେବ । ଚନ୍ଦ୍ରମା ଭଲ ସ୍ଥାନରେ ଅବସ୍ଥାନ କରୁଥିବାରୁ ଆର୍ଥିକ ଲାଭର ସଂଯୋଗ ରହିଛି । ବୃଷ ରାଶି - ଏହି ବର୍ଷ ଆଣଙ୍କ ପାଇଁ ନୂଆ ସୁଯୋଗ ଆଣିଦେବ । ନୂଆ ଉପଲବ୍ଧି ହାସଲ କରିବେ । ଶୁକ୍ର ଆପଣଙ୍କ ରାଶିରେ ଭାଗ୍ୟସ୍ଥାନରେ ଆବସ୍ଥାନ କରିବେ । ଏହା ବର୍ଷ ଉନ୍ନତି ଭରା ରହିବ । ବର୍ଷର ଆରମ୍ଭରେ ଶନିଙ୍କ କାରଣରୁ କିଛି ସମସ୍ୟା ଆସିପାରେ । ମାତ୍ର ଶନିଙ୍କର ରାଶି ପରିବର୍ତ୍ତନ ଯୋଗୁଁ ସମସ୍ୟା ସୁଧିରିବା ସହ ସୁଫଳମିଳିବ। ମିଥୁନ ରାଶି - ମିଥୁରନରାଶିର ବ୍ୟକ୍ତିଙ୍କ ପାଇଁ ଶନି ଅଢେଇ ବର୍ଷ ଆରମ୍ଭ ହେବ । ଏଥିପାଇଁ ଆପଣ ସମସ୍ତ କାର୍ଯ୍ୟ ବୁଝି ବିଚାରି କରନ୍ତୁ . ଚନ୍ଦ୍ରମା ଭାଗ୍ୟସ୍ଥାନରେ ଅବସ୍ଥାନ କରିବେ । ଆପଣଙ୍କର ଉନ୍ନତି ଯୋଗ ରହିବ । ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । କର୍କଟ ରାଶି - ନୂଆ ବର୍ଷରେ ଆପଣ ପରିଶ୍ରମ ଅନୁସାରେ ଫଳ ପାଇବେ । ବର୍ଷ ଆରମ୍ଭରେ ଚନ୍ଦ୍ରମା ଅଷ୍ଟମ ସ୍ଥାନରେ ରହିବେ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ । ଏଥିପାଇଁ ଆପଣ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ନିୟମିତ ବ୍ୟାୟାମ କରନ୍ତୁ । ଜାନୁଆରୀ ୨୪ ପରେ ସୁଫଳ ମିଳିବ । ଅବିବାହିତ ରହିଥିବା ଲୋକଙ୍କ ପାଇଁ ବିବାହ ଯୋଗ ଫିଟି ପାରେ । ସିଂହରାଶି - ନୂଆ ବର୍ଷରେ ଆପଣଙ୍କୁ ପଦ ଓ ପ୍ରତିଷ୍ଠା ମିଳିବ । ସୂର୍ଯ୍ୟ ଓ ବୁଧଙ୍କର ଯୋଗରୁ ଆପଣଙ୍କର ବୁଦ୍ଧାଦିତ୍ୟ ଯୋଗ ଖ୍ୟାତି ଆଣିଦେବ । କ୍ୟାରିଅର୍‌ରେ ବିଶେଷ ଲାଭ ମିଳିବ । ପ୍ରେମ ସମ୍ପର୍କ ମଧୁର ହେବ । ସମ୍ପତ୍ତି ମିଳିପାରେ । କନ୍ୟାରାଶି - ଏହି ବର୍ଷ ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ । ବର୍ଷର ଆରମ୍ଭରେ ବୁଧ ଓ ସୂର୍ଯ୍ୟ ଏକାଠି ରହିବାରୁ ଆପଣଙ୍କୁ ବି ବୁଦ୍ଧାଦିତ୍ୟ ଯୋଗରୁ ସୁଫଳ ମିଳିବ । ଭାଗ୍ୟ ଆପଣଙ୍କ ସାଥିରେ ରହିବ । ପରିଶ୍ରମର ଭଲ ଫଳ ମିଳିବ । ତୁଳା ରାଶି - ଏହି ବର୍ଷ ଆପଣଙ୍କର ପାରିବାରିକ ସୁଖ ଶାନ୍ତି ବୃଦ୍ଧି ପାଇବ । ଯାନ ବାହାନ କିଣିବାର ଯୋଗ ଅଛି । ରୋମାଣ୍ଟିକ ଲାଇଫ୍‌ ଓ ସମ୍ପର୍କ ମଧୁରମୟ ହେବ । ଏହି ବର୍ଷ ବେଶ୍‌ ସୁଖଦ ରହିବ । ଆପଣଙ୍କ ରାଶିରେ ଧନଯୋଗ ରହିଛି । ଏଥିରେ ମଙ୍ଗଳ ଅବସ୍ଥାନ କରୁଥିବାରୁ ଧନପ୍ରାପ୍ତିର ଯୋଗ ରହିଛି । ବିଛା ରାଶି - ନୂଆବର୍ଷ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆଣିଦେବ । କାର୍ଯ୍ୟକ୍ଷେତ୍ରରେ ଆପଣ ସଫଳତା ହାସଲ କରିବେ । ନୂତନ ବାହାନ କ୍ରୟର ସମ୍ଭାବନା ରହିଛି । ବର୍ଷର ଆରମ୍ଭରେ ରାହୁ ଅଷ୍ଟମ ଗୃହରେ ଅବସ୍ଥାନ କରିବେ । ଏଥିରେ ସ୍ଥାନ ପରିବର୍ତ୍ତନର ଯୋଗ ରିହଛି । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଧନୁରାଶି - ଆର୍ଥିକ ସ୍ଥିତି ଭଲ ରହିବାର ସଙ୍କେତ ରହୁଛି । ଶିକ୍ଷାର୍ଥୀ ଲାଭବାନ ହେବେ । ରାହୁ ସପ୍ତମ ସ୍ଥାନରେ ରହୁଥିବାରୁ ଦାମ୍ପତ୍ୟ ଜୀବନରେ ଆପଣ ସନ୍ତୁଳନ ରକ୍ଷା କରିବା ପାଇଁ ଚେଷ୍ଟା କରନ୍ତୁ । କଳହ କରନ୍ତୁ ନାହିଁ । ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ । ମକର ରାଶି - ନୂଆ ବର୍ଷ ଆପଣଙ୍କ ପାଇଁ ଅଳ୍ପ ସମସ୍ୟା ସୃଷ୍ଟି କରିବ । ଶନିଙ୍କ ସାଢେସାତୀର ଦ୍ୱିତୀୟ ଚରଣ ଆରମ୍ବ ହେଉଛି । ମାତ୍ର ଦ୍ୱାଦଶ ସ୍ଥାନରେ ୫ଟି ଗ୍ରହ ଅବସ୍ଥାନ କରୁଥିବାରୁ ଆପଣଙ୍କର ବ୍ୟାପାରରେ ଭଲ ଲାଭ ହେବ । ବିଦେଶଯାତ୍ରାର ସଙ୍କେତ ରହୁଛି ।  ବ୍ୟାପାର ଲାଭପ୍ରଦ ହେବ । ଶତ୍ରୁମାନଙ୍କ ଠାରୁ ସାବଧାନ ରୁହନ୍ତୁ । କୁମ୍ଭ ରାଶି - ନୂଆ ବର୍ଷ ୨୦୨୦ରେ ଆପଣଙ୍କ ରାଶିରେ ଶନିଙ୍କର ପ୍ରଭାବ ରହିବ । କର୍ମକ୍ଷେତ୍ରରେ ସ୍ୱରାଶି ବିରାଜମାନ କରୁବାରୁ ଆପଣଙ୍କ ରାଶିରେ ରୁଚକ ମହାଯୋଗ ରହିଛି ।ଏଥିଯୋଗୁଁ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ । ଉନ୍ନତି ଓ ପଦୋନ୍ନତି ପାଇ ପାରନ୍ତି । ମୀନ ରାଶି - ମୀନ ରାଶିଙ୍କ ପାଇଁ ବର୍ଷ ୨୦୨୦ ବେଶ୍‌ ଶୁଭ ଫଳପ୍ରଦାନ କରିବ । ଏହି ବର୍ଷ ଆପଣଙ୍କ ରାଶିରେ ବୁଧ,ଗୁରୁ, ସୂର୍ଯ୍ୟ, ଶନି ଓ କେତୁ ଏକାଠି ଅବସ୍ଥାନ କରିବେ । କ୍ୟାରିଅର୍‌ରେ ନୂଆ ଅବସର ସୃଷ୍ଟି ହେବ । ଆପଣଙ୍କର ପଦୋନନତି ହେବ । ଅବିବାହିତଙ୍କ ପାଇଁ ବିବାହ ଯୋଗ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.