Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

୨୦୨୨ରେ ଏହି ରାଶି ବ୍ୟକ୍ତିଙ୍କ ଉପରେ ରହିବ ଶନିଙ୍କ କୋପ ଦୃଷ୍ଟି, ଅଶୁଭ ପ୍ରଭାବକୁ ଏଡାଇବା ପାଇଁ କରନ୍ତୁ ଏହି ଉପାୟ…

9/12/2021 at 12:33 PM

ନୂଆଦିଲ୍ଳୀ ୦୯।୧୨ : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଦେବଙ୍କର ଏକ ବିଶେଷ ସ୍ଥାନ ରହିଛି । ଶନି ଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ । ସମସ୍ତ ଗ୍ରହମାନଙ୍କ ମଧ୍ୟରେ ଶନି ଗ୍ରହ ସବୁଠାରୁ ମନ୍ଥର ଭାବରେ ଗତି କରିଥାଏ। ଶନି ଅଢେଇ ବର୍ଷରେ ଥରେ ରାଶି ପରିବର୍ତ୍ତନ କରନ୍ତି।ଶନିଙ୍କ ରାଶି ପରିବର୍ତ୍ତନ ହେତୁ କେତେକ ରାଶିମାନଙ୍କର ଫାଇଦା ହେବା ସହ କେତେକ ରାଶିଗୁଡିକର କ୍ଷତି ମଧ୍ୟ ହୋଇଥାଏ । ତେବେ ୨୦୨୧ରେ ଶନି ଦେବଙ୍କର ରାଶି ପରିବର୍ତ୍ତନ ହୋଇନଥିଲା । କିନ୍ତୁ ଏଥର ୨୦୨୨ରେ ଶନି ରାଶି ପରିବର୍ତ୍ତନ କରିବେ। ଯେଉଁଥି ପାଇଁ ୨୦୨୨ ଏପ୍ରିଲ୍ ୨୯ରେ, ଶନି ମକର ରାଶିରୁ କୁମ୍ଭ ରାଶିକୁ ପ୍ରବେଶ କରିବେ। ଶନିଙ୍କ ରାଶି ଯୋଗୁଁ କିଛି ରାଶିମାନଙ୍କ ଉପରେ ଶନିଙ୍କ ଧାୟାର ପ୍ରଭାବ ଆରମ୍ଭ ହୋଇଛି ତ ଆଉ କିଛି ରାଶିମାନଙ୍କ ଉପରେ ଶନିଙ୍କ ଧାୟାର ପ୍ରଭାବ ଶେଷ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା  ୨୦୨୨ ମସିହାରେ କେଉଁ ରାଶିମାନଙ୍କ ଉପରେ ଶନିଙ୍କର ଅଶୁଭ ପ୍ରଭାବ ପଡିବ ..

ମୀନ ରାଶି-କୁମ୍ଭରେ ଶନିଙ୍କ ପ୍ରବେଶ ହେତୁ ମୀନ ରାଶି ଉପରେ ଶନିଙ୍କ ସାଢେସତୀ ଆରମ୍ଭ ହେବ । ଶନିଙ୍କ ସାଡେସତୀର ତିନୋଟି ପର୍ଯ୍ୟାୟ ରହିଛି । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିଙ୍କ ସାଢେସତୀର ପ୍ରଥମ ପର୍ଯ୍ୟାୟ ସବୁଠାରୁ ବିପଜ୍ଜନକ ଅଟେ। ସାଢେସତୀର ପ୍ରଥମ ପର୍ଯ୍ୟାୟରେ ଜଣେ ବ୍ୟକ୍ତି ନିଜର ବିଶେଷ ଯତ୍ନ ସହ ଧ୍ୟାନ ନେବା ଉଚିତ୍।

ବିଛା ରାଶି- ଶନି କୁମ୍ଭ ରାଶିରେ ପ୍ରବେଶ କରିବା ଯୋଗୁଁ ବିଛା ରାଶି ଉପରେ ଶନି ଧାୟା ଆରମ୍ଭ ହୋଇଯିବ । ଶନି ଧାୟା ରହିବା ହେତୁ ବ୍ୟକ୍ତିଙ୍କର ଅନେକ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡିପାରେ ।

କର୍କଟ ରାଶି- ଶନିଙ୍କ ରାଶି ପରିବର୍ତ୍ତନ ହେତୁ କର୍କଟ ରାଶି ଉପରେ ଶନି ଧାୟା ଆରମ୍ଭ ହୋଇଯିବ । ଶନି ଧାୟା ରହିବା ହେତୁ ବ୍ୟକ୍ତିଙ୍କୁ ବିଶେଷ ଧ୍ୟାନ ଦେବା ସହ ସାବଧାନ ରହିବାକୁ ପଡିବ ।

ଶନିଙ୍କ ଅଶୁଭ ପ୍ରଭାବରୁ ବଞ୍ଚିତ ହେବା ପାଇଁ ପ୍ରତିଦିନ ଶ୍ରୀ ହନୁମାନ ଚାଳିଶା ପାଠ କରିବା ଉଚିତ୍। ହନୁମାନ ଚାଳିଶା ପଢିବା ଦ୍ୱାରା ହନୁମାନଙ୍କର ବିଶେଷ କୃପା ପ୍ରାପ୍ତ ହେବ । ଯେଉଁ ବ୍ୟକ୍ତି ହନୁମାନଙ୍କର ଆଶୀର୍ବାଦ ପାଆନ୍ତି, ତାଙ୍କୁ ଜୀବନରେ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

   Related Posts