Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

‘ତାଙ୍କୁ ଦେଖିଲା ପରେ ସଚିନଙ୍କୁ ଭୁଲିଯିବେ ଲୋକେ’, ସେଦିନର ସ୍ମୃତି ସେୟାର କଲେ ପୂର୍ବତନ ପାକ୍ ଅଧିନାୟକ ରଶିଦ ଲତିଫ

4/09/2020 at 3:07 PM

ନୂଆଦିଲ୍ଲୀ ୦୪।୦୯ : ଆଧୁନିକ ଯୁଗର କ୍ରିକେଟ କଥା ଆସିଲେ ପ୍ରଥମେ ମହେନ୍ଦ୍ର ସିଂହ ଧୋନି ହିଁ ମନେପଡ଼ିବେ । ଏମିତି କେହି ନଥିବେ ଯିଏ ଧୋନିଙ୍କୁ ଜାଣିନଥିବେ । ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ଧୋନି ବହୁ ରେକର୍ଡର ଅଧିକାରୀ ହୋଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବା ପୂର୍ବରୁ ଭାରତୀୟ କ୍ରିକେଟକୁ ବହୁ ସଫଳତା ଦେଇଛନ୍ତି କ୍ୟାପଟେନ କୁଲ୍ ମାହି ।

ଧୋନି ଏକମାତ୍ର ଅଧିନାୟକ ଯିଏ ଭାରତୀୟ କ୍ରିକେଟକୁ ୩ଟି ଅନ୍ତର୍ଜାତୀୟ ଟ୍ରଫି ଦେବାରେ ସକ୍ଷମ ହୋଇଥିଲେ । ଧୋନିଙ୍କ କ୍ୟାପଟେନସିପ୍ରେ ୨୦୦୯ରେ ପ୍ରଥମ ଥର ଭାରତୀୟ କ୍ରିକେଟ ଟିମ୍ ନମ୍ବର ଓ୍ବାନ ଟିମ୍ ହେବାରେ ସୌଭାଗ୍ୟ ପାଇଥିଲା । ତେବେ ତାଙ୍କୁ ପ୍ରଶଂସା କରି ପାକିସ୍ତାନର ପୂର୍ବ ଅଧିନାୟକ ରଶିଦ ଲତିଫ ଏକ ପୁରୁଣା ଭିଡିଓ ସେୟାର କରି କିଭଳି ପୂର୍ବତନ ଦ୍ରୁତ ବୋଲର ତନବୀର ଅହମଦ ଧୋନିଙ୍କ ସମ୍ପର୍କରେ କହିଥିଲେ ସେନେଇ ଜଣାଇଛନ୍ତି ।

ନିଜ ୟୁଟ୍ୟୁବ୍ ଚ୍ୟାନଲେର ସୋ ‘କଟ୍ ବିହାଇଣ୍ଡ’ରେ ସେହି ପୁରୂଣା ସ୍ମୃତିକୁ ମନେ ପକାଇଛନ୍ତି । ସେ କହିଛନ୍ତି ‘ମୋତେ ଭଲ ଭାବେ ମନେ ଅଛି ୨୦୦୪ରେ ତନବୀର ଅହମଦ କେନିୟା ଗସ୍ତରେ ଥିଲେ । ସେହି ସମୟରେ ମୁଁ ଇଂଲଣ୍ଡରେ ଥିଲି । ତନବୀର କହିଲା ରଶିଦ ଭାଇ ଜଣେ ଖେଳାଳି ଆସିଛି, ଯାହାକୁ ଦେଖି ଲୋକେ ସଚିନ ତେନ୍ଦୁଲକରଙ୍କୁ ଭୁଲିଯିବେ । ମୁଁ ସେତେବେଳେ କହିଥିଲି ଏହା ସମ୍ଭବ ନୁହେଁ । ସଚିନ ହିଁ ସଚିନ । କେମିତି ଜଣେ ତାଙ୍କ ଭଳି ହୋଇପାରିବ।’ ପରେ ରଶିଦ ଲତିଫ କହିଛନ୍ତି ‘ସେ ହିଁ ଧୋନି ଥିଲେ ଯିଏ କି ବ୍ରାଣ୍ଡ ଭ୍ୟାଲ୍ୟୁ ମାଧ୍ୟମରେ ସଚିନଙ୍କ ଏତେ ନିକଟତର ହୋଇପାରିଥିଲେ ।’

ସୂଚନାଯୋଗ୍ୟ ଯେ, ଚଳିତବର୍ଷ ସ୍ବାଧୀନତା ଦିବସ ସନ୍ଧ୍ୟାରେ ନିଜ ଇନଷ୍ଟାଗ୍ରାମ ପେଜ୍ରେ ନିଜର ପ୍ରିୟ ଗୀତ ମାଧ୍ୟମରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ ଧୋନି । ତେବେ ରିଟାୟର ପରେ ଧୋନି ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗସ୍ ଦଳ ପକ୍ଷରୁ ଖେଳୁଥିବାର ନଜର ଆସିବେ । ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ ଆଇପିଏଲ ମ୍ୟାଚ୍। ସିଏସକେ ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଟକ୍କରରେ ଦେଖିବାକୁ ମିଳିବ ।

   Related Posts