Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||
  • ଭୁବନେଶ୍ବର : କୁନ୍ନୁର ସେନା ହେଲିକପ୍ଟର ଦୁର୍ଘଟଣା ନେଇ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ : ଗୃହରେ ୧ ମିନିଟ୍ ନୀରବ ପ୍ରାର୍ଥନା
  • ||

ଚମତ୍କାର ସଟ୍ ଖେଳି ଛକ୍କା ମାରିଲେ ରାସିଦ ଖାନ୍, ମହିଳା କ୍ରିକେଟର କହିଲେ- ‘ମୋତେ ବି ଶିଖିବାର ଅଛି ଏହି ସଟ୍ ’

22/02/2021 at 12:04 PM

ନୂଆଦିଲ୍ଲୀ ୨୨।୦୨: କରୋନା ମହାମାରୀ ପାଇଁ ଖେଳ ଉପରେ ଅଙ୍କୁଶ ଲାଗିଥିଲା । ଏବେ ସଂକ୍ରମଣ ସଂଖ୍ୟା କମୁଥିବାର ଦେଖି ପୁଣି ଟ୍ରାକକୁ ଫେରୁଛି କ୍ରିକେଟ୍ ଖେଳ‌ । ପାକିସ୍ତାନରେ ମଧ୍ୟ ମହାମାରୀ ପରେ କ୍ରିକେଟ୍‌ ଖେଳ ଆରମ୍ଭ ହୋଇଛି । ପାକିସ୍ତାନରେ ଏବେ ପିଏସ୍‌ ଏଲ ( ପାକିସ୍ତାନ ସୁପର ଲିଗ୍‌)ର ଆରମ୍ଭ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟ ବହୁ ବରିଷ୍ଠ ଖେଳାଳି ମଧ୍ୟ ଭାଗ ନେଉଛନ୍ତି । ରବିବାର ଦିନ ଲାହୋର ଓ ପେଶାଓ୍ୱାର ଟିମ୍‌ ମଧ୍ୟରେ ଚାଲିଥିବା ମ୍ୟାଚ୍‌ରେ ଆଫଗାନିସ୍ତାନ ଟିମ୍‌ର ଷ୍ଟାର ଖେଳାଳି ରାଶିଦ ଖାନ୍‌ ନିଜର ବ୍ୟାଟିଂ ଷ୍ଟାଇଲ୍‌ରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥିଲେ । ତେବେ ଏହି ସମୟରେ ସେ ଏକ ଆଶ୍ଚର୍ଯ୍ୟକର ସଟ୍‌ ଖେଳିଥିଲେ । ଯାହାକି ସୋସିଆଲ୍‌ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ତାଙ୍କର ଏହି ସର୍ଟକୁ ଇଂଲଣ୍ଡ ମହିଳା କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓ୍ୱିକେଟ୍‌ କିପର ସାରା ଟେଲର ଏକ ମଜାଲିଆ ଟ୍ୱିଟ୍‌ କରିଛନ୍ତି ।

ଏହି ମ୍ୟାଚ୍‌ରେ ରାସିଦ ଲୋହୋର ପକ୍ଷରୁ ଖେଳି ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଷ୍ଟାଇଲ୍‌ରେ ଏକ ଛକ୍କା ଲଗାଇଥିଲା । ରସିଦ ହେଲିକପ୍ଟର ସଟ୍ ଖେଳି ଟିମ୍‌କୁ ବିଜୟୀ କରାଇଥିଲେ । ଏହି ସଟ୍‌ଟି ସାରା ଟେଲ୍‌ରଙ୍କୁ ଏତେ ପରିମାଣର ପସନ୍ଦ ଆସିଥିଲା ଯେ, ସେ ନିଜ ଟ୍ୱିଟକ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ସେ ଏପରି ସଟ୍‌ ଶିଖିବାକୁ ଚାହୁଁଛନ୍ତି ବୋଲି ମଧ୍ୟ ଲେକିଛନ୍ତି ।  ରାସିଦଙ୍କ ଚତ୍ମକାର ବ୍ୟାଟିଂ ଲାଗି ଟିମ୍‌ ୪ଓ୍ୱିକେଟ୍‌ରେ ବିଜୟୀ ହୋଇଛି ।

ସୂଚନାଯୋଗ୍ୟ ଯେ, ଲାହୋର ଟିମ୍‌ ପ୍ରଥମ ଟସ୍‌ ଜିତି ପେଶାଓ୍ୱାର ଟିମ୍‌କୁ ଖେଳିବା ପାଇଁ ନିମନ୍ତ୍ରଣ ଦେଇଥିଲା । ପେଶାଓ୍ୱର ଟିମ୍‌ର ସାହିନ ଆଫ୍ରିରିଦ ଓ ରାସିଦ ଖାନ୍‌ ଜବରଦସ୍ତ ବୋଲିଂ କରି ବିପକ୍ଷ ଦଳକୁ ୧୪୦ରନ୍‌ରେ ଅଟକାଇବାରେ ସକ୍ଷମ ହୋଇଥିଲା । ଏହି ମ୍ୟାଚ୍‌ରେ ଆଫ୍ରିଦି ୩ଟି ଓ୍ୱିକେଟ ନେଇଥିବା ବେଳେ ରାସିଦ ୪ ଓଭର ବୋଲିଂ କରି ମାତ୍ର ୧୪ରନ୍‌ ଖର୍ଚ୍ଚ କରିଥିଲେ । ବୋଲିଂ ପରେ ବ୍ୟାଟିଂରେ ମଧ୍ୟ କମାଲ କରିଥିଲେ ରାସିଦ । ନିଜ ଟିମ୍‌ ପାଇଁ ୧୫ଟି ବଲ୍‌ ଖେଳି ୩ଟି ଚୌକା ଓ ଗୋଟିଏ ଛକ୍କା ସହାୟତାରେ ୨୭ରନ୍‌ କରିଥିଲା । ଏହି ମ୍ୟାଚରେ ସାହିନ ଆଫ୍ରିଦିଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଭାବେ ଚୟନ କରାଯାଇଥିଲା ।

   Related Posts