ଅନ୍ତର୍ଜାତୀୟ ଟି୨୦ରେ ଇତିହାସ ରଚିଲେ ରଶିଦ ଖାନ : ମାତ୍ର ଏତିକି ମ୍ୟାଚରେ ନେଲେ ୧୦୦ ଓ୍ୱିକେଟ୍

Published By : Prameya-News7 Bureau | October 30, 2021 IST

ନୂଆଦିଲ୍ଲୀ ୩୦/୧୦:  ଆଫଗାନିସ୍ତାନର ଷ୍ଟାର ସ୍ପିନର ରଶିଦ ଖାନ ପାକିସ୍ତାନ ବିପକ୍ଷ ଟି୨୦ ମୁକାବିଲାରେ ଇତିହାସ ରଚିଛନ୍ତି । ରଶିଦ ଟି୨୦ ଅନ୍ତର୍ଜାତୀୟ କ୍ରିକେଟରେ ସବୁଠାରୁ ଅଧିକ ୧୦୦ ଓ୍ୱିକେଟ୍ ହାସଲକାରୀ ବୋଲର ହୋଇଛନ୍ତି । ରଶିଦଙ୍କ ପୂର୍ବରୁ ଆଇସିସି ଟି୨୦ ଇଭେଣ୍ଟରେ କେବଳ ତିନିଜଣ ବୋଲର ୧୦୦ରୁ ଅଧିକ ଓ୍ୱିକେଟ୍ ନେଇଥିଲେ । ରଶିଦ ଏବେ ଏହି କ୍ଲବରେ ସାମିଲ ହୋଇଛନ୍ତି ।

ରଶିଦ ପାକିସ୍ତାନୀ ବ୍ୟାଟସମ୍ୟାନ୍ ମହମ୍ମଦ ହାଫିଜଙ୍କୁ ଆଉଟ କରି ଟି୨୦ କ୍ରିକେଟରେ ଶହେତମ ଓ୍ୱିକେଟ୍ ପୂରଣ କରିଥିଲେ ।ଏହି ମୁକାବିଲାରେ ସେ ୪ ଓଭର ବୋଲିଂ କରି ୨୬ ରନ୍ ଦେବା ସହ ଦୁଇଟି ଓ୍ୱିକେଟ୍ ଅକ୍ତିଆର କରିଥିଲେ । ତେବେ ମ୍ୟାଚରେ ଦଳ ୫ ଓ୍ୱିକେଟରେ ପାକିସ୍ତାନଠୁ ପରାସ୍ତ ହୋଇଥିଲା ଆଫଗାନିସ୍ତାନ ।

ରଶିଦ ୫୩ଟି ଟି୨୦ରେ ୧୦୦ ଓ୍ୱିକେଟ୍ ହାସଲ କରିଛନ୍ତି । ଟି୨୦ରେ ସେ ୪ ଥର ୪ଟି ଓ ୨ ଥର ୫ ଓ୍ୱିକେଟ୍ ନେଇଛନ୍ତି । ଏହି ମାମଲାରେ ତାଙ୍କ ଆଗରେ ରହିଛନ୍ତି ବାଂଲାଦେଶ ବୋଲର ସକିବ ଅଲ ହାସଲ ଓ ଲସିଥ ମାଲିଙ୍ଗା । ଶକିବ ୯୪ ମ୍ୟାଚରୁ ୧୧୭ ଓ ମାଲିଙ୍ଗା ୮୪ ମ୍ୟାଚରୁ ୧୦୭ ଓ୍ୱିକେଟ୍ ନେଇଛନ୍ତି । ଟି୨୦ କ୍ରିକେଟରେ ୫୦ ବା ଏହାଠୁ ଅଧିକ ଓ୍ୱିକେଟ ନେବା ବେଳେ ରଶିଦଙ୍କ ଇକୋନୋମୀ ରେଟ୍ ସବୁଠାରୁ କମ୍ ଅଟେ । ତାଙ୍କ ଇକୋନୋମୀ ରେଟ୍ ହେଉଛି ୬.୧୮ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.