ବୁଧବାରର ରାଶିଫଳ

Published By : Prameya-News7 Bureau | September 03, 2019 IST

wp:code
                                                              
/wp:code

ମେଷ –ସୌଭାଗ୍ୟ ପ୍ରାପ୍ତିର ଦିନଟି। ଆପଣଙ୍କୁ ବଡ କଂପାନିର ସଉଦାର ସୁଯୋଗ ମିଳିବ। ରାଜନୀତିରେ ଆର୍ଥିକ ଲାଭ ହେବ। ଜୀବନସାଥୀଙ୍କ ସହିତ ପ୍ରୀତିଭୋଜନକୁ ଯିବେ। ଛାତ୍ର ଛାତ୍ରୀଙ୍କର ଲେଖାପଢାରେ ମନ ଲାଗିବ। ଶୁଭ ରଙ୍ଗ କଫି। ଶୁଭ ଅଙ୍କ ୧ ।
ବୃଷ – ଆପଣଙ୍କ ଭିତରେ ନୂଆ ଉର୍ଜା ସଂଚାର ହେବ। ଆପଣଙ୍କର ଦାୟିତ୍ୱ ବୃଦ୍ଧି ହେବାର ସମ୍ଭାବନା ଅଛି। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢିବ। ଆପଣଙ୍କର ଆର୍ଥିକ ସ୍ଥିତି ମଜଭୁତ ହେବ। ଘରକୁ ଅଚାନକ କୌଣସି ମିତ୍ର ଆସିପାରନ୍ତି। ଶୁଭ ରଙ୍ଗ ଗାଢ ଧଳା। ଶୁଭ ଅଙ୍କ ୫।
ମିଥୁନ - ମୁଣ୍ଡରେ ଥିବା ଓଲଟପାଲଟ ଚିନ୍ତାଧାରା ସମାପ୍ତ ହେବ। ଆପଣଙ୍କୁ କୌଣସି ନୂଆ ଶିଖିବାର ଅବସର ମିଳିବ। ଆଜି ସବୁ କାମ ଆପଣଙ୍କର ମନ ମୁତାବକ ହୋଇପାରେ। ସଙ୍ଗୀତକାରଙ୍କୁ ପ୍ରସିଦ୍ଧି ମିଳିବ। ପ୍ରେମରେ ଆପଣଙ୍କୁ ସଫଳତା ମିଳିବ। ଶୁଭ ରଙ୍ଗ କଫି। ଶୁଭ ଅଙ୍କ ୨।
କର୍କଟ – ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ବ୍ୟବସାୟରେ ବଡ ଫଇସଲା ନେବାକୁ ପଡିପାରେ। ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ମିଳିବ। ଛାତ୍ରଙ୍କ ଲାଗି ଦିନଟି ବଢିଆ ରହିବ। ଶୁଭ ରଙ୍ଗ ନୀଳ। ଶୁଭ ଅଙ୍କ ୪।
ସିଂହ – ଭାଗ୍ୟର ସହଯୋଗ ପାଇବେ। କାମ ସମୟରେ ପୂରା କରିବେ। ବ୍ୟବସାୟୀଙ୍କୁ ସଉଦାରେ ଧନଲାଭ ହେବ। ଚାକିରିରେ ବିଶେଷ ଦାୟିତ୍ୱ ଗ୍ରହଣ କରିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହୋଇପାରେ। ସୁସ୍ୱାଦୁ ଖାଦ୍ୟ ଭୋଜନ କରିବେ। ଶୁଭ ରଙ୍ଗ ବାଦାମୀ। ଶୁଭ ଅଙ୍କ ୭।
କନ୍ୟା – ଦିନଟି ଉତ୍ସାହ ବର୍ଦ୍ଧକ ରହିବ। କାମ ଓ ପରିଶ୍ରମର ଆପଣଙ୍କୁ ପୂରା ଫାଇଦା ମିଳି ପାରେ। ନୂଆ ଲୋକଙ୍କ ସହିତ ସାକ୍ଷାତ୍ ଆଲୋଚନା କରିବେ। ସନ୍ଧ୍ୟା ସୁଦ୍ଧା କୌଣସି ଶୁଭ ଖବର ମିଳିପାରେ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ଶୁଭ ରଙ୍ଗ କ୍ରୀମ୍। ଶୁଭ ଅଙ୍କ ୯।
ତୁଳା- ଦିନଟି ଖୁସି ଭରା ହୋଇପାରେ। ଆପଣ ନିଜ ବ୍ୟବହାରରେ ଲୋକଙ୍କ ହୃଦୟ କିଣିବେ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଯଥେଷ୍ଟ ଲାଭ ମିଳିବ। ଅଫିସରେ ଭଲ କାମ ପାଇଁ ପଦୋନ୍ନତି ମିଳିବ। ପ୍ରେମ ସମ୍ବନ୍ଧ ଭଲ ରହିବ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୫।
ବିଛା – ଆପଣ ନିଜର ଯୋଜନାରେ ଲୋକଙ୍କୁ ସହମତ କରାଇନେବେ। କାରବାରରେ ଅଚାନକ ଫାଇଦା ହେବାର ଯୋଗ ରହିଛି। ପୁରୁଣା ମିତ୍ରଙ୍କ ଦେଖା କରିବା ପାଇଁ ତାଙ୍କ ଘରକୁ ଯିବେ। ବୈବାହିକ ଜୀବନ ଠିକ୍ ଠାକ୍ ରହିବ। ଶୁଭ ରଙ୍ଗ ଆକାଶି ନୀଳ। ଶୁଭ ଅଙ୍କ ୮।
ଧନୁ – ଆଜି ସକାରାତ୍ମକ ପରିବର୍ତ୍ତନ ଆପଣଙ୍କ ଜୀବନକୁ ବଢିଆ କରିବ। ଛୋଟ ଧରଣର କିଛି କାମ କରିବେ ଯାହା ଭବିଷ୍ୟତରେ ଯଥେଷ୍ଟ ଲାଭ ହେବ। ଚାକିରିଆଙ୍କୁ ପାରିତୋଷିକ ମିଳିପାରେ। ଛାତ୍ରମାନେ ନିଜର ପରି ଯୋଜନାରେ ଅଧିକ ମନ ଯୋଗ ଦେବେ। ଶୁଭ ରଙ୍ଗ ଗାଢ ଧଳା। ଶୁଭ ଅଙ୍କ ୫।
ମକର – ପରିବାର ସହିତ ଅଧିକ ସମୟ ବିତେଇବେ। ଭ୍ରମଣ ଉପରେ ଆଧାରିତ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଭଲ ରହିବ। କୌଣସି ଅପରିଚିତଙ୍କ ଉପରେ ଭରସା କରନ୍ତୁ ନାହିଁ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶୁଭ ରଙ୍ଗ କ୍ରୀମ। ଶୁଭ ଅଙ୍କ ୯।
କୁମ୍ଭ - ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ରହିବ। କିଛି ନୂଆ ସୁଯୋଗ ମିଳିପାରେ। କାର୍ଯ୍ୟ କ୍ଷେତ୍ରରେ ଭଲ ଢଙ୍ଗରେ କାମ କରିବେ। ଅଚାନକ ଧନଲାଭ ହେବ। ଶୁଭ ରଙ୍ଗ ଗୋଲାପି। ଶୁଭ ଅଙ୍କ ୧।
ମୀନ - ଆଜି ଭାଗ୍ୟର ଭରପୂର ସାଥ ମିଳିବ। ଠିକ୍ ଫାଇସଲା ନେବାର ସହଜ ହେବ। ଅଫିସ ଆଲୋଚନାରେ ନୂଆ ଲୋକଙ୍କ ସହିତ ମିଶିବେ। ବ୍ୟବସାୟରେ ଆଶା ଠୁଁ ଅଧିକ ଲାଭ ହେବ। ଛାତ୍ରଙ୍କୁ କୌଣସି ବିଶେଷ କ୍ଷେତ୍ରରେ ଲାଭ ହୋଇପାରେ। ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୬।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.