ଦୀପାବଳିର ଏମିତି ରହିବ ଆପଣଙ୍କ ରାଶିଫଳ- ଜାଣନ୍ତୁ ଶୁଭ ରଙ୍ଗ ଓ ଶୁଭ ଅଙ୍କ

Published By : Prameya-News7 Bureau | October 26, 2019 IST

ମେଷ – ଉପରିସ୍ଥ କର୍ମଚାରୀଙ୍କ ଠାରୁ ସାହାଯ୍ୟ ମିଳିବ। ଆନନ୍ଦ-ଉଲ୍ଲାସରେ ସମୟ ବିତାଇ ପାରନ୍ତି। କୃଷିକ୍ଷେତ୍ରକୁ ତ୍ୱରାନ୍ୱିତ କରିବେ। ଯାନବାହନ ଲାଭ ହୋଇପାରେ। ଶୁଭ ରଙ୍ଗ ମେରୁନ୍। ଶୁଭ ଅଙ୍କ ୯।

ବୃଷ – ସେବା-ପୂଜା ଆନନ୍ଦଦାୟକ ହେବ। ସୁଖ-ସମ୍ମାନ ଲାଭ କରିପାରନ୍ତି। ମାନ୍ୟତା ପ୍ରାପ୍ତ ହେବେ। ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରନୁରକ୍ତ ହୋଇପାରନ୍ତି। ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇପାରନ୍ତି। ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୧।

ମିଥୁନ - ସ୍ୱଇଚ୍ଛାରେ କାର୍ଯ୍ୟ କରିବା କଷ୍ଟସାଧ୍ୟ ହେଲେ ବି ତାହା ସଂପୂର୍ଣ୍ଣ କରିବାରେ ସକ୍ଷମ ହେବେ। ଅଧିକ ପରିଶ୍ରମ କରି ସ୍ୱଳ୍ପ ଲାଭ ମିଳିବ। ବିବିଧ ଧନଯୁକ୍ତ ହୋଇପାରନ୍ତି। ମିତ୍ର ସୁଖ ମିଳିବ। ଶୁଭ ରଙ୍ଗ ଧୂସର। ଶୁଭ ଅଙ୍କ ୫।

କର୍କଟ – ସୁଖୀ ଓ ସମ୍ମାନିତ ହୋଇପାରନ୍ତି। ଉତ୍ତମ ଧରଣର ହେବ। ବନ୍ଧୁ ବା ସରକାରୀ ସହାୟତାରେ ଲାଭବାନ୍ ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ। ଶୁଭ ରଙ୍ଗ ନୀଳ। ଶୁଭ ଅଙ୍କ ୯।

ସିଂହ – କାର୍ଯ୍ୟରେ ଢେର ଉନ୍ନତି ଘଟିବ। ପ୍ରତାରିତ ହୋଇପାରନ୍ତି। ସମସ୍ୟାରୁ ମୁକ୍ତି ମିଳିବ। ପାରିବାରିକ ସୁଖ- ଶାନ୍ତି ଅବ୍ୟାହତ ରହିବ। ମଉଜ ମଜଲିସରେ ଖର୍ଚ୍ଚ ପରିମାଣ ବୃଦ୍ଧି କରାଇ ପାରନ୍ତି। ଶୁଭ ରଙ୍ଗ ବ୍ରାଉନ୍। ଶୁଭ ଅଙ୍କ ୨।

କନ୍ୟା – ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ। କରିତ୍କର୍ମା ଓ ଗୁଣବାନ୍ ହେବେ। ମନରେ ସରସତା ଆସିବ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୩।

ତୁଳା –ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଶୁଭକର୍ମରେ ନିୟୋଜିତ ହେବେ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ରଙ୍ଗ ଗ୍ରୀନ୍। ଶୁଭ ଅଙ୍କ ୬।

ବିଛା – କାର୍ଯ୍ୟରେ ସଫଳତା ଲାଭ କରିବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଜନୈକ ମହିଳାଙ୍କ ଦ୍ୱାରା ଉପକୃତ ହେବେ। ଦାମ୍ପତ୍ୟ ଜୀବନ କଷ୍ଟଦାୟ ରହିପାରେ। ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୧।

ଧନୁ – ଉଚ୍ଚକର୍ତ୍ତୃପକ୍ଷଙ୍କ ସାହାର୍ଯ୍ୟ ମିଳିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଯୁଗ୍ମ ବ୍ୟବସାୟରୁ ଲାଭଜନକ ହେବ। ଶୁଭ ରଙ୍ଗ ବ୍ରାଉନ୍। ଶୁଭ ଅଙ୍କ ୮।

ମକର – ପିଲାଙ୍କ ପଢାପଢି ପାଇଁ ଯତ୍ନବାନ୍ ହେବେ। ବନ୍ଧୁମାନଙ୍କ ଠାରୁ ସମର୍ଥନ ଓ ସାହାର୍ଯ୍ୟ ପାଇ ଉପକୃତ ହେବେ। ବାଣିଜ୍ୟ-ବେପାର ସୁରୁଖୁରୁରେ ଚାଲିବ। ମନରେ ସେବାଭାବ ଜାଗ୍ରତ ହୋଇପାରେ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୪।

କୁମ୍ଭ - ପୈତୃକ ସମ୍ପତ୍ତିକୁ ନେଇ ଉପୁଜିଥିବା ଦ୍ୱନ୍ଦ୍ୱର ସୁସମାଧାନ ହେବ। ଆତ୍ମଗର୍ବ ପ୍ରଦର୍ଶନ କରିପାରନ୍ତି। ପାରିବାରିକ ଶାନ୍ତି ମିଳିବ। ପ୍ରଚୁର ବିତ୍ତର ଅଧିକାରୀ ହେବେ। ଶତ୍ରୁ ଦମନ କରିବେ। ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୩।

ମୀନ - ଅଜାଣତରେ କ୍ଷତି ସହିଲେ ବି ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ପତ୍ନୀଙ୍କ ସ୍ୱାସ୍ଥ୍ୟହାନି ଘଟିପାରେ। ପରାମର୍ଶଦାତା ଓ ଶାସ୍ତ୍ରଜ୍ଞାତା ହେବେ। ଶୁଭ ରଙ୍ଗ ବ୍ରାଉନ୍। ଶୁଭ ଅଙ୍କ ୭।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.