ମଙ୍ଗଳବାରେ ଶୁଭ ଫଳ ପାଇବେ ଏହି ରାଶିର ବ୍ୟକ୍ତି - ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ

Published By : Prameya-News7 Bureau | February 24, 2020 IST

ମେଷ – ଆଜି ଦିନରେ ଧନ, ମାନ ଓ ସମ୍ମାନ ପାଇବେ । ବନ୍ଧୁ ସହଯୋଗ, ପାରିବାରିକ ସ୍ନେହ, ଗୁରୁଜନ ବର୍ଗରୁ ଆଶୀର୍ବାଦ ଲାଭ କରିବେ । ସୌଖୀନ ଦ୍ରବ୍ୟର ଉପଭୋକ୍ତା ହେବେ । ମନୋବଳ ଦୃଢ ରହିବ । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୫ ।

ବୃଷ – ପୁରାତନ ରୋଗପୀଡା ହେତୁ ଅସୁସ୍ଥ ରହିବେ । ସାଙ୍ଗଠନିକ କାର୍ଯ୍ୟରେ ଅଗ୍ରଗତି ସୂଚିତ ଓ ବୈଷୟିକ କ୍ଷେତ୍ରର ସ୍ଥିତି ନୈରାଶ୍ୟଜନକ ହେବ । ବହୁ ବର୍ଗରୁ ସହ-ଯୋଗ ପାଇବେ । ଶୁଭ ରଙ୍ଗ ବ୍ରାଉନ୍‌ । ଶୁଭ ଅଙ୍କ ୨ ।

ମିଥୁନ - ପୁରସ୍କାର ବିରୋଧ ଚିନ୍ତାଧାରା ପ୍ରାୟତଃ ଲାଗି ରହିବ । ଦୂର ଯାତ୍ରା ଗ୍ରହଣୀୟ ନୁହେଁ । ଚନ୍ଦ୍ରଙ୍କର ଅଷ୍ଟମ ସ୍ଥିତି କର୍ମ କ୍ଷେତ୍ରରେ ପ୍ରତିକୂଳ ପ୍ରଭାବକ ହେବ । ସତସଙ୍ଗ ମାନସିକ ଶାନ୍ତି ପ୍ରଦାନ କରିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୭ ।

କର୍କଟ – ସାତ୍ତ୍ୱିକ ଭାବନା ଓ ପରିବେଶ ମଧ୍ୟରେ ଦିନଟି ଅତିବାହିତ କରିବେ । ପ୍ରିୟ ପରିଜନମାନେ ସହ-ଯୋଗୀ ହେବେ । ଦେହ ପୂର୍ବାପେକ୍ଷା ସୁସ୍ଥ ରହିବ । ଆର୍ଥିକ ଅନାଟନ ପ୍ରାୟତଃ ଲାଗି ରହିପାରେ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୫ ।

ସିଂହ – ଘାତଚନ୍ଦ୍ର ଭୋଗ ହେବ ସାରାଦିନ । ଦୂର ଯାତ୍ରା ଶୁଭ ଦାୟକ ହେବ ନାହିଁ । ଦେହ ଅସୁସ୍ଥ ରହିବ । ପରିବାରରେ ନିଜସ୍ୱ ମତ ରଖିବା କଷ୍ଟକର ହୋଇପାରେ । ସନ୍ତାନ ବର୍ଗରୁ ସୁଖ ସନ୍ତୋଷ ମିଳିବ । ଶୁଭ ରଙ୍ଗ ବ୍ରାଉନ୍‌ । ଶୁଭ ଅଙ୍କ ୯ ।

କନ୍ୟା – ଉଦଯୋଗ ସିଦ୍ଧି ଘଟିବ । କର୍ମ କ୍ଷେତ୍ରରେ ଆତ୍ମସମୀକ୍ଷା କରିବେ । ଉଦରପୀଡା କିମ୍ବା ରକ୍ତପ୍ରଦୂଷଣ ସମସ୍ୟା ଆସିପାରେ । ଧର୍ମନିଷ୍ଠ ହେବେ । ପ୍ରାକୃତିକ ପରିବେଶରେ ସୁଖଭ୍ରମଣର ସୁଯୋଗ ପାଇବେ । ଶୁଭ ରଙ୍ଗ ପିଚ୍‌ । ଶୁଭ ଅଙ୍କ ୭ ।

ତୁଳା – ବୌଦ୍ଧିକ କାର୍ଯ୍ୟରେ ପ୍ରଶଂସା ପାଇବେ । ନକରାତ୍ମକ ଚିନ୍ତାରୁ ମୁକ୍ତି ମିଳିବ । କର୍ମକ୍ଷେତ୍ରରେ ମନଯୋଗୀ ହେବେ । ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ପ୍ରାୟତଃ ଲାଗି ରହିବ । ଗୁରୁଦେବତା ବ୍ରାହ୍ମଣ ଭକ୍ତି ରହିବ । ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୨ ।

ବିଛା – ଅଯଥା ଚିନ୍ତାରେ ମାନସିକ ଶାନ୍ତି ନଷ୍ଟ କରିପାରନ୍ତି । କର୍ମ କ୍ଷେତ୍ରରେ ସ୍ଥିତି ଯଥାପୂର୍ବ ରହିବ । ଲୋକ କଲ୍ୟାଣ କାର୍ଯ୍ୟରେ ଉତ୍ସାହୀ ହେବେ । ବ୍ୟବହାର କୁଶଳତା ପ୍ରଦର୍ଶନରେ କାର୍ଯ୍ୟ ସାଧନ କରିବେ । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୪ ।

ଧନୁ – ବନ୍ଧୁ ପରିଜନ ବର୍ଗରୁ ସହ ଯୋଗ ଓ ସଦିଚ୍ଛା ପାଇବେ । ଅର୍ଥାଗମ ହେବ ଏବଂ ସେ ସବୁର ସଦ୍‌ ବିନିଯୋଗ ମଧ୍ୟ କରିବେ । ଆହାର ବିଶ୍ରାମରେ ନିୟମିତ ହେବେ । ଆଧ୍ୟାତ୍ମିକ ଚିନ୍ତା ଓ ଚେତନାର ବିକାଶ ଘଟିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।

ମକର – ବିକ୍ଷିପ୍ତ ଚିନ୍ତା ମନକୁ ଭାରାକ୍ରାନ୍ତ କରିପାରେ । ନିମ୍ନ ଅଙ୍ଗରେ ପୀଡା ଭୋଗ ହେବ । ଶ୍ରୀଚନ୍ଦ୍ର ଭୋଗ ହେତୁ ଶୁଭଫଳ କେତେକାଂଶରେ ପାଇବେ । ଗୃହୋପକରଣ କ୍ରୟ ଆଧ୍ୟାତ୍ମିକ ଚିନ୍ତା ଓ ଦୂର ଯାତ୍ରା ଶୁଭ ହେବ । ଶୁଭ ରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୬ ।

କୁମ୍ଭ - କର୍ମ କ୍ଷେତ୍ରରେ କର୍ତ୍ତବ୍ୟ ନିଷ୍ଠ ଓ ସମୟାନୁବର୍ତ୍ତୀ ହେବେ । ପରିଚାଳନାଗତ ଦକ୍ଷତା ବଢିବ । କେତେକ କ୍ଷେତ୍ରରେ ଆବଶ୍ୟକତା ଠାରୁ ଅଧିକ ବ୍ୟୟ ହୋଇପାରେ । ପରିବାରରେ ପରସ୍ପର ମଧ୍ୟରେ ବୁଝାମଣା ରହିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।

ମୀନ - ଦିନଟି ପ୍ରାୟ ସବୁ ଦିଗରୁ ଶୁଭଫଳ ଦାୟକ ହେବ । ଶ୍ରଦ୍ଧା ଓ ପ୍ରତିଷ୍ଠା ଲାଭର ସୂଚନା ଓ ଅଭାବ ଅନଟନ ଦୂର ହେବ । ଯାନବାହନ କ୍ରୟ ବିକ୍ରୟରେ ଲାଭ ପାଇବେ । ସ୍ୱାସ୍ଥ୍ୟବସ୍ଥା ଠିକ୍‌ ରହିବ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୩ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.