ଦ୍ବିତୀୟ ଥର ପ୍ରେମରେ ଧୋକା ପାଇବା ପରେ ନିଜ ମୁହଁ ଖୋଲିଲେ ରଶ୍ମି ଦେଶାଇ : ପଢ଼ନ୍ତୁ ପୂରା ଖବର

Published By : Prameya-News7 Bureau | May 14, 2020 IST

ମୁମ୍ବାଇ ୧୪/୫: ଟିଭି ଦୁନିଆରେ ରଶ୍ମି ଦେଶାଇ ଖୁବ୍ ଲୋକପ୍ରିୟ। ବିଗ୍ ବସ୍ ପରେ ରଶ୍ମି ଖୁବ୍ ଚର୍ଚ୍ଚାରେ ଆସିଯାଇଛନ୍ତି। ଏହି ଶୋ ରୁ ରଶ୍ମି ଟକ୍ ଅଫ୍ ଦ ଟାଉନ୍ ହୋଇଯାଇଛନ୍ତି। ରଶ୍ମି ଦେଶାଇ ପ୍ରଫେସନାଲ୍ ଲାଇଫରେ ସଫଳ କିନ୍ତୁ ପର୍ସନାଲ୍ ଲାଇଫରେ ତାଙ୍କର ବିଫଳ ସମ୍ପର୍କ ଦେଖା ଯାଇସାରିଛି।

{"id":269715,"sizeSlug":"large"}

ବିଗ୍ ବସ୍ ଘରେ ଅରହାନ୍ ଖାନ୍ ତାଙ୍କୁ ପ୍ରପୋଜ କରିଥିଲେ। ଦୁହେଁ ନିଜ ନୂଆ ଜୀବନର ଆରମ୍ଭ କରିଥିଲେ। ଏବଂ ସେଠାରେ ହିଁ ଏହି ସମ୍ପର୍କର ଅନ୍ତ ଘଟିଥିଲା। ଅରହାନଙ୍କଠୁ ବ୍ରେକ୍ ଅପ୍ ପରେ ରଶ୍ମି ପୂରା ଭାଙ୍ଗି ପଡ଼ିଥିଲେ।

{"id":269717,"sizeSlug":"large"}

ରଶ୍ମିଙ୍କ ସହ ଏକ ସାକ୍ଷାତକାରରେ ତାଙ୍କୁ ପଚରାଯାଇଥିଲା ଯେ ବିଫଳ ସମ୍ପର୍କର ଅନୁଭୂତି ପରେ ଆପଣ ପ୍ରେମରେ ବିଶ୍ବାସ ରଖନ୍ତି କି? ରଶ୍ମି ଏହାର ଉତ୍ତରରେ କହିଥିଲେ- ଯେଉଁଭଳି ପ୍ରେମ ବିଷୟରେ ସେ କହୁଛନ୍ତି ସେସବୁ ତାଙ୍କ ତରଫରୁ ସରିଗଲା। ସେ ଏହାକୁ ଏପରି ବ୍ୟକ୍ତିଙ୍କୁ ଦେଇଥିଲେ ଯାହାଙ୍କୁ ସେ ବାସ୍ତବରେ ଭଲ ପାଉଥିଲେ ଏବଂ ପ୍ରଶଂସା କରୁଥିଲେ ଏବଂ ସେହି ଫିଲିଂର ସେ ସମ୍ମାନ କରନ୍ତି।

{"id":269718,"sizeSlug":"large"}

ଏବେ ସେ ସବୁ କିଛି ବୁଝୁଛନ୍ତି। ତାଙ୍କ ପାଖରେ କମ୍ ଲୋକ ଥିଲେ ବି ସେମାନେ ତାଙ୍କୁ ବୁଝନ୍ତି। ପ୍ରଥମେ ତାଙ୍କୁ ଡର ଲାଗୁଥିଲା ଯେ ସେମାନେ ତାଙ୍କୁ ଛାଡ଼ିଦେବେ। କିନ୍ତୁ ସେ ପରେ ବୁଝିପାରିଲେ ଯେ ତାଙ୍କୁ ଡରିବାର ଆବଶ୍ୟକତା ନାହିଁ। ପ୍ରେମର ଅପେକ୍ଷା କରିବାଠୁ ଭଲ ଆପଣ ସେମାନଙ୍କ ପାଖେ ରୁହନ୍ତୁ ଯିଏ ଆପଣଙ୍କ ଇଜ୍ଜତ କରନ୍ତି।

{"id":269719,"sizeSlug":"large"}

ବିଗ୍ ବସରେ ସଲମାନ୍ ଖାନ୍ ,ଅରହାନଙ୍କ ସହ ସମ୍ବନ୍ଧିତ କିଛି କଥାର ଖୁଲାସା କରିଥିଲେ। ଯାହାକୁ ଶୁଣି ରଶ୍ମି ଭାଙ୍ଗି ପଡ଼ିଥିଲେ। ଅରହାନ ଜଣେ ପୁଅଙ୍କ ବାପା ଏବଂ ଅରହାନ ରଶ୍ମିଙ୍କୁ ଏବିଷୟରେ ଲୁଚାଇଥିଲେ।

{"id":269716,"sizeSlug":"large"}

ରଶ୍ମିଙ୍କ ପିଲାଦିନ ଦାରିଦ୍ର୍ୟରେ ଅତିବାହିତ ହୋଇଛି। ଏକ ସାକ୍ଷାତକାରରେ ରଶ୍ମି କହିଥିଲେ ଯେ ତାଙ୍କୁ ନୃତ୍ୟ ବହୁତ ପସନ୍ଦ ଥିଲା,କିନ୍ତୁ ତାଙ୍କ ମାଆ ଡ୍ୟାନ୍ସ କ୍ଲାସର ଫିସ୍ ୩୫୦ଟଙ୍କା ସଞ୍ଚୟ କରି ପାରୁନଥିଲେ।

{"id":269723,"sizeSlug":"large"}

ତାଙ୍କ ମାଆ ସରକାରୀ ସ୍କୁଲର ଶିକ୍ଷୟିତ୍ରୀ ଥିଲେ ଏବଂ ସେ ଅନ୍ୟ ଶିକ୍ଷୟିତ୍ରୀଙ୍କୁ କହିଥିଲେ ଯେ ସେ ଫିସ୍ ଦେଇପାରିବେ ନାହିଁ କିନ୍ତୁ ସେ ଶିକ୍ଷୟିତ୍ରୀଙ୍କୁ ରଶ୍ମିଙ୍କୁ ଆଡମିସନ୍ କରିବାକୁ ନିବେଦନ କରିଥିଲେ।

{"id":269720,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.