ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ରାସଗୋବିନ୍ଦପୁର ବିମାନ ବନ୍ଦର, ପ୍ରତିଶ୍ରୁତି ଦେଲେ କେନ୍ଦ୍ରମନ୍ତ୍ରୀ

Published By : Prameya-News7 Bureau | October 20, 2021 IST


ନୀଳଗିରି,୨୦/୧୦: ବାଲେଶ୍ଵର ଜିଲ୍ଲା ଅମର୍ଦ୍ଦା (ରାସଗୋବିନ୍ଦପୁର) ବିମାନବନ୍ଦର କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି । ଏନେଇ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରତଶ୍ରୁତି ଦେଇଥିବା ଜଣାପଡିଛି ।

ପୁର୍ବରୁ ଏହି ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବା ନେଇ ପ୍ରତାପ ଷଡ଼ଙ୍ଗୀ ବାରମ୍ବାର ଦାବି ଉପସ୍ଥାପନ କରି ଆସୁଥିଲେ । ଏନେଇ ସେ ପତ୍ର ଲେଖିବା ସହ ଭେଟିବା ପରେ ପତ୍ରର ସକାରାତ୍ମକ ଉତ୍ତର ଦେବା ସହିତ ଏହାକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଜ୍ୟୋତିରାଦିତ୍ୟ ସିନ୍ଧିଆ ସବୁଜ ସଙ୍କେତ ଦେଇଛନ୍ତି । ଏହି ବିମାନ ବନ୍ଦର କାର୍ଯ୍ୟକ୍ଷମ ହେଲେ ବାଲେଶ୍ଵର-ମୟୂରଭଞ୍ଜ ସମେତ ସମଗ୍ର ଉତ୍ତର ଓଡ଼ିଶାବାସୀ ଏଥିପାଇଁ ଉପକୃତ ହେବେ ।

ସୂଚନାଯୋଗ୍ୟ ସାଂସଦ ପ୍ରତାପ ଷଡ଼ଙ୍ଗୀ ଦୀର୍ଘ ୨ ବର୍ଷ ହେଲା ପୂର୍ବ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଓ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚ଼ନା କରି ଆସୁଥିଲେ । ଯାହାଫଳରେ ଏହାକୁ ଉଡ଼ାନ୍ ସ୍କିମରେ ଅନ୍ତର୍ଭୁକ୍ତ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.