କୋରାପୁଟରେ ମାଣ୍ଡିଆରୁ ତିଆରି ହେଉଛି ରସଗୋଲା- ସୁଆଦିଆ ଓ ସ୍ୱାସ୍ଥ୍ୟ ପାଇଁ ଅତି ଉତ୍ତମ

Published By : Prameya-News7 Bureau | January 11, 2020 IST

କୋରାପୁଟୁ ୧୧।୦୧- ରସଗୋଲା ।ସେ ପୁଣି ମାଣ୍ଡିଆରେ ପ୍ରସ୍ତୁତ । ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ବି କୋରାପୁଟରେ ମାଣ୍ଡିଆରୁ ତିଆରି ରସଗୋଲା ଏବେ ସମସ୍ତଙ୍କ ପସନ୍ଦ ପାଲଟିଛି ।କେବଳ ରସଗୋଲା ନୁହଁ ମାଣ୍ଡିଆରୁ ପ୍ରସ୍ତୁତ ହେଉଛି ପୁରୀ,ପକୁଡି ଠାରୁ ଆରମ୍ଭ କରି ସୁପ ଓ ଦୋସା । ମାଣ୍ଡିଆ ଚାଷୀଙ୍କୁ ପ୍ରୋତ୍ସାହନ ଦେବାକୁ କୋରାପୁଟ ଜିଲ୍ଲା ପ୍ରଶାସନ ଓ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ତରଫରୁ ପ୍ରସ୍ତୁତ ହେଉଛି ଏସବୁ ଖାଦ୍ୟ ।

{"id":209949,"sizeSlug":"large"}

ମାଣ୍ଡିଆ ରସଗେ।ଲା । ଯେତିକୁ ସ୍ବାଦିଷ୍ଟ ସେତିକି ଭିଟାମିନ୍ ଯୁକ୍ତ । କେ।ରାପୁଟରେ ମାଣ୍ଡିଆରୁ ତିଆରି ରସଗେ।ଲା ଏବେ ପାଲଟିଛି ଲେ।କଙ୍କ ପସନ୍ଦ । ଖାଲି ରସଗେ।ଲା କାହିଁକି ଭଳିକି ଭଳି ସୁସ୍ବାଦୁ ଖାଦ୍ୟପ୍ରସ୍ତୁତ ହେଉଛି ମାଣ୍ଡିଆରୁ । ଦୋସା, ସୁପ୍,ପକୁଡି,ଇଡଲି ଓ ପୁରୀ ତିଆରି ହେଉଛି । ଏ ସବୁ ପ୍ରସ୍ତୁତି ପାଇଁ ବିରି ଓ ବେସନ ବଦଳରେ ମାଣ୍ଡିଆର ବ୍ୟବହାର କରାଯାଉଛି। କୋରାପୁଟ ଶାବର ଶ୍ରୀକ୍ଷେତ୍ର ଠାରେ ଜଗନ୍ନାଥ ମନ୍ଦିର ତରଫରୁ ଏହି ସ୍ବାତ୍ତ୍ବିକ ରେଷ୍ଟୁରାଣ୍ଟ ଖୋଲା ଯାଇଛି ।ଲେ।କେ ଆଗ୍ରହରେ ଏସବୁ ଖାଉଥିବା ବେଳେ ବେଶ୍ ଦିପଇସା ରୋଜଗାର କରୁଛି ମନ୍ଦିର କମିଟି ।

{"id":209950,"sizeSlug":"large"}

କୋରାପୁଟ ଜିଲ୍ଲାର ପାରମ୍ପରିକ ଖାଦ୍ୟ ହେଉଛି ମାଣ୍ଡିଆ।ବିଶେଷ କରି ଆଦିବାସୀଙ୍କ ଏହା ମୁଖ୍ୟ ଖାଦ୍ୟ।ହେଲେ ଫାଷ୍ଟ ଫୁଡର ପ୍ରଭାବ ଯୋଗୁଁ ଧିରେ ଧିରେ ଯୁବ ବର୍ଗ ମାଣ୍ଡିଆ ଖାଇବାକୁ ଆଉ ପସନ୍ଦ କରୁନାହାନ୍ତି।ତେଣୁ ମାଣ୍ଡିଆ ଚାଷ ପ୍ରତି ବି ଚାଷୀ ଆଗ୍ରହ ଦେଖାଉ ନାହାଁନ୍ତି।ତେଣୁ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀକୁ ଫାଷ୍ଟ ଫୁଡ ବଦଳରେ ଲୋକଙ୍କ ପାଖରେ ପହଂଚାଇବାକୁ ପ୍ରୟାସ କରିଛନ୍ତି କୋରାପୁଟ ଜିଲ୍ଲା ପ୍ରଶାସନ ଓ ଜଗନ୍ନାଥ ମନ୍ଦିର କମିଟି ।

{"id":209951,"sizeSlug":"large"}

ଧୀରେ ଧୀରେ ଲୁପ୍ତ ହେଉଥିବା ମାଣ୍ଡିଆ ଚାଷ ପ୍ରତି ଚାଷୀଙ୍କୁ ପୁଣିଥରେ ଆଗ୍ରହ ସୃଷ୍ଟି କରିବାକୁ କୋରାପୁଟ ଜିଲ୍ଲାରେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଆରମ୍ଭ ହୋଇଛି ପ୍ରୟାସ। ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀର ଚାହିଦା ବଢିଲେ ଚାଷୀ ବି ମାଣ୍ଡିଆ ଚାଷ ପ୍ରତି ଆଗଭର ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.