ପାକିସ୍ତାନରେ ରାସନ କେବଳ ମୁସଲମାନଙ୍କ ପାଇଁ , ହିନ୍ଦୁମାନଙ୍କୁ ଛୁଇଁବା ବି ମନା : ଭାରତର ପ୍ରଧାନମନ୍ତ୍ରୀଙ୍କୁ ସାହାଯ୍ୟ ମାଗିଲେ ସିନ୍ଧ ପ୍ରଦେଶର ୫ ଲକ୍ଷ ହିନ୍ଦୁ

Published By : Prameya-News7 Bureau | March 30, 2020 IST

ଇସଲାମାବାଦ ୩୦/୦୩ : ପାକିସ୍ତାନରେ କରୋନା ମହାମାରୀ ଯୋଗୁଁ ପରିସ୍ଥିତି ଗମ୍ଭୀର ହୋଇପଡିଛି। ରବିବାର ପର୍ଯ୍ୟନ୍ତ ୧୫୦୦ ଜଣ ଆକ୍ରାନ୍ତ ହୋଇଥବା ଜଣାପଡିଛି ଏବଂ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଇମ୍ରାନ ଖାନ ସରକାର ପ୍ରଭାବିତ ଅଞ୍ଚଳରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ସିନ୍ଧ ପ୍ରଦେଶରେ ରହୁଥିବା ସଂଖ୍ୟା ଲଘୁ ହିନ୍ଦୁମାନଙ୍କୁ ଭେଦଭାବ କରାଯାଉଛି। ନିକଟରେ ସ୍ଥାନୀୟ ପ୍ରଶାସନ କରାଚିରେ ଲୋକଙ୍କୁ ରାସନ ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷ ବଣ୍ଟନ କରିଥିଲେ କିନ୍ତୁ ହିନ୍ଦୁମାନଙ୍କୁ ଖାଲି ହାତରେ ଫେରାଇ ଦିଆଯାଇଥିଲେ | ସେ କହିଥିଲେ, ଏହି ରିଲିଫ୍ ସେମାନଙ୍କ ପାଇଁ ନୁହେଁ ବରଂ କେବଳ ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ପାଇଁ । ସିନ୍ଧରେ ହିନ୍ଦୁମାନଙ୍କର ଜନସଂଖ୍ୟା ପ୍ରାୟ ୫ ଲକ୍ଷ |

ସିନ୍ଧ ପ୍ରଦେଶରେ ଲକଡାଉନ ସମୟରେ ଶ୍ରମିକମାନଙ୍କୁ ରାସନ ବଣ୍ଟନ କରିବାର ଦାୟିତ୍ୱ ସରକାର ପ୍ରଶାସନ ଓ ଏନଜିଓକୁ ଦେଇଥିଲେ। ସହାୟତା ପାଇଁ ସେଠାରେ ପ୍ରାୟ ୩ ହଜାର ଲୋକ ଏକତ୍ରିତ ହୋଇଥିଲେ। ଏକତ୍ରିତ ହୋଇଥିବା ଲୋକଙ୍କ ସ୍ୱାସ୍ଥ୍ୟ ଓ ସ୍କ୍ରିନିଂ ପାଇଁ ମଧ୍ୟ କୌଣସି ବ୍ୟବସ୍ଥା କରାଯାଇନଥିଲା | ଏହି କାରଣରୁ ସଂଖ୍ୟାଲଘୁ ଶ୍ରେଣୀ ଲୋକଙ୍କ ମଧ୍ୟରେ ସଂକ୍ରମଣ ଆଶଙ୍କା ଅଧିକ ରହିଛି |ରାଜନୈତିକ କାର୍ଯ୍ୟକର୍ତ୍ତା ଡକ୍ଟର ଅମଜାଦ ଆୟୁବ ମିର୍ଜା କହିଛନ୍ତି ଯେ, କରାଚି ସହର ଏବଂ ସିନ୍ଧ ପ୍ରଦେଶର ବିଭିନ୍ନ ଅଞ୍ଚଳରେ ରହୁଥିବା ହିନ୍ଦୁମାନେ ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇଛନ୍ତି। ସେମାନେ ଭାରତ ସରକାରଙ୍କ ସହାୟତା ପାଇଁ ଅନୁରୋଧ କରୁଛନ୍ତି। ସେମାନେ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନ ମାଧ୍ୟମରେ ସିନ୍ଧର ହିନ୍ଦୁମାନଙ୍କୁ ରାସନ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଜିନିଷ ପଠାନ୍ତୁ।

ପାକିସ୍ତାନର କରୋନା ସହିତ ମୁକାବିଲା ପାଇଁ ୧୮୨ କ୍ଵାରେଣ୍ଟାଇନ କେନ୍ଦ୍ର ନିର୍ମାଣ କରାଯାଇଛି | ଏଠାରେ ୮୦୬୬ ସନ୍ଦିଗ୍ଧ ରୋଗୀଙ୍କୁ ଚିକିତ୍ସା ଏବଂ କରୋନା ପରୀକ୍ଷା କରାଯାଇଛି | ରବିବାର ଦିନ ସେନା ମୁଖ୍ୟ କାମାର ଜାଭେଦ୍ ବାଜୱା ମହାମାରୀର ମୁକାବିଲା ପାଇଁ ଦେଶର ଅନେକ ଭାଗରେ ସେନା ନିୟୋଜିତ କରିବାକୁ ଅନୁମୋଦନ କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ପଞ୍ଜାବ ପ୍ରଦେଶରେ ୫୫୮, ସିନ୍ଧ ପ୍ରଦେଶରେ ୪୮୧, ଖାଇବର ପାଖ୍ଟନଖୱା ରେ ୧୮୮, ବେଲୁଚିସ୍ତାନରେ ୧୩୮, ଗିଲଗିଟ ବାଲ୍ଟିସ୍ତାନରେ ୧୧୬, ଇସଲାମାବାଦରେ ୪୩ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ୨ ଜଣ ସଂକ୍ରମଣର ଶିକାର ହୋଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.