Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||
  • ସୋର : ଓଭରଲୋଡିଂ ପାଇଁ ଗଣିଲେ ତଣ୍ଡ, ୩ଲକ୍ଷ ଜରିମନା ଦେଲେ ୬ ଡମ୍ଫର
  • ||

ଆଇନଜୀବୀଙ୍କ ମହାନତା : ପଞ୍ଚାୟତର ପ୍ରତି ପରିବାରକୁ ବାଣ୍ଟିଲେ ରାସନ ସାମଗ୍ରୀ

15/05/2020 at 3:02 PM

ଭଦ୍ରକ ୧୫।୫: ଗାଁ କଣ୍ଟେନମେଣ୍ଟ ଘୋଷଣା ହୋଇଥିଲା । ପରେ କଟକଣା ହଟିଲା । ସବୁ ଠିକ୍ ହେଲା କିନ୍ତୁ ଲୋକଙ୍କ ମନରେ ଭୟ ରହିଲା । ଗାଁର ଲୋକ ଲକ୍ ଡାଉନ୍ ପାଇଁ ଏବେ କାମକୁ ଯାଇପାରୁନାହାନ୍ତି । ସମସ୍ତେ ଗାଁରେ ରହୁଛନ୍ତି । ସରକାରଙ୍କ ନିୟମକୁ ସମ୍ମାନ ଦେଉଛନ୍ତି । ଏମିତି ସମୟରେ ପଞ୍ଚାୟତର ସମସ୍ତ ବାସିନ୍ଦାଙ୍କୁ ସହାୟତାର ହାତ ବଢାଉଛନ୍ତି ଭଦ୍ରକ ବାର ଆସୋସିଏସନର ସଦସ୍ୟ ଦିପ୍ତିରଞ୍ଜନ ଜେନା । 

ପେସାରେ ଆଇନଜୀବୀ । ଗାଁରେ ରହନ୍ତି । ଗାଁ ଲୋକଙ୍କ ପାଇଁ ଏବେ ଶୁଖିଲା ଖାଦ୍ୟ ବାଣ୍ଟୁଛନ୍ତି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର କଲ୍ୟାଣୀ ପଞ୍ଚାୟତରେ ଜଣେ କାରୋନା ସଂକ୍ରମିତ ଚିହ୍ନଟ ପରେ ଗାଁ କଣ୍ଟେନମେଣ୍ଟ ଘୋଷଣା ହୋଇଥିଲା । କଣ୍ଟେନମେଣ୍ଟ ପରେ ଏବେ ଗାଁର ୧୧ ଟି ୱାର୍ଡର ୧୨ଶହ ପରିବାରକୁ ସହଯୋଗ କରିଛନ୍ତି । ଗାଁର ସମସ୍ତ ବର୍ଗର ବାସିନ୍ଦାଙ୍କୁ ୨ କିଲୋ ଆଳୁ, ୧ କିଲୋ ପିଆଜ, ଚୁଡା ୨ କିଲୋ, ଡାଲି ୫ଶହ ଗ୍ରାମ ଓ ସାବୁନ ମଧ୍ୟ ଦେଉଛନ୍ତି । ଗାଁ ଲୋକେ ସରକାରୀ ନୀତି ନିୟମକୁ ସମ୍ମାନ ଦେଉଥିବାରୁ ଆଇନଜୀବୀ ଭାବେ ସେ ସହଯୋଗ କରିଛନ୍ତି ।

   Related Posts