ଭଗବାନଙ୍କ ନାଁରେ ହୋଇଥିଲା ରାସନ କାର୍ଡ : ଏମିତି ହେଲା ପର୍ଦାଫାଶ...

Published By : Prameya-News7 Bureau | May 01, 2020 IST

ଧୋଲପୁର ୦୧/୦୫ : ଭଗବାନଙ୍କ ନାଁରେ ଅଧିକାଂଶ ସମୟରେ ଲୋକଙ୍କୁ ଠକିବା ଘଟଣା ସାମ୍ନାକୁ ଆସିଥାଏ | ରାଜସ୍ତାନ ଧୋଲପୁରରୁ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି | ଏଠାରେ ଭଗବାନଙ୍କ ନାଁରେ ରାସନ କାର୍ଡ ତିଆରି କରାଯାଇ ଅଭାବୀ ଶ୍ରମିକଙ୍କ ରାସନ ଲୁଟ କରାଯାଉଥିଲା | ଧୋଲପୁରରେ ରାସନ ଡିଲର ଭଗବାନଙ୍କ ନାଁରେ ଏକ ରାସନ କାର୍ଡ ତିଆରି କରିଥିଲା | ଏହି କାର୍ଡ ଗତ ୩/୪ ବର୍ଷ ହେଲା ତିଆରି ହୋଇଛି | ଏହି ନକଲି ରାସନ କାର୍ଡରେ ରାସନ ମଧ୍ୟ ନେଉଥିଲା | ଘଟଣା ଧୋଲପୁର ଜିଲ୍ଲା ମରହୋଲି ପଞ୍ଚାୟତ ଅରୁଆ ଗାଁର | ଗାଁରେ ଏକ ମନ୍ଦିର ଅଛି | ମନ୍ଦିରର ଭଗବାନ ରାମ, ଲକ୍ଷ୍ମଣ, ମାତା ସୀତା, ମହାଦେବ, ଶାଳଗ୍ରାମ ଓ ମନ୍ଦିର ପୂଜାରୀଙ୍କ ନାଁରେ ରାସନ କାର୍ଡ ତିଆରି ହୋଇଛି |  

{"id":262925,"width":564,"height":745,"sizeSlug":"large"}

ଗ୍ରାମବାସୀ ରାସନ ନେବା ପାଇଁ ଡିଲର ପାଖରେ ପହଞ୍ଚିବାରୁ ଡିଲର ବାୟୋମେଟ୍ରିକରେ ତାଙ୍କ ଆଙ୍ଗୁଠି ଚିହ୍ନ ନେଇଥିଲେ | ତାପରେ କହିଥିଲା ଆପଣଙ୍କ ଆଙ୍ଗୁଠି ଚିହ୍ନ ମ୍ୟାଚ ହେଉନାହିଁ | ଏହାପରେ କିଛି ଗ୍ରାମବାସୀ ଇ-ମିତ୍ର କେନ୍ଦ୍ର ପହଞ୍ଚିଥିଲେ | ସେଠାରେ ସେମାନେ ନିଜ ନିଜ ରାସନ କାର୍ଡ ଯାଞ୍ଚ କରାଇଥିଲେ | ଯାଞ୍ଚବେଳେ ରାସନ ଡିଲରର ମିଛ ଧରା ପଡିଥିଲା | ସେଠାରେ ସେମାନେ ଜାଣିବାକୁ ପାଇଲେ କିଭଳି ଭଗବାନଙ୍କ ନାଁରେ କାର୍ଡ ତିଆରି କରି ଲୋକଙ୍କୁ ଲୁଟ କରାଯାଉଛି |

ଏହାପରେ ଗ୍ରାମବାସୀ ଇ-ମିତ୍ର କେନ୍ଦ୍ରରୁ ମନ୍ଦିର ନାଁରେ ହୋଇଥିବା ରାସନ କାର୍ଡର ଏକ କପି ବାହାର କରିଥିଲେ | କପିକୁ ନେଇ ଧୋଲପୁର ଜିଲ୍ଲା ରସିଦ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିଥିଲେ | ଭଗବାନଙ୍କ ନାଁରେ ରାସନ କାର୍ଡ ଥିବା ଦେଖି ଜିଲ୍ଲା ଅଧିକାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ | ଜିଲ୍ଲା ଅଧିକାରୀ ମାମଲାର ତଦନ୍ତ ପାଇଁ ତତ୍କାଳ ପଦକ୍ଷେପ ଗ୍ରହଣ କରିଥିଲେ | ସେ ଏକ ଯାଞ୍ଚ କମିଟି ଗଠନ କରି ଦୁଇ ଦିନ ଭିତରେ ଯାଞ୍ଚ ରିପୋର୍ଟ ପେଶ କରିବାକୁ ନିରୀକ୍ଷକଙ୍କୁ ଆଦେଶ ଦେଲେ | ଏହି ମାମଲାରେ ଦୋଷୀଙ୍କୁ ଦଣ୍ଡ ମିଳିବ ବୋଲି ଜିଲ୍ଲା ଅଧିକାରୀ ସ୍ପଷ୍ଟ କରି କହିଛନ୍ତି | 

{"id":262926,"width":572,"height":306,"sizeSlug":"large"}

ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ରାସନ ଡିଲର ନିନୁଆ ରାମ, ଶିଳାଦେବୀ, ଲୋକେଶ ଏବଂ ରମାକାନ୍ତ ଶର୍ମା ପ୍ରଶାସନ କର୍ମଚାରୀଙ୍କ ସହ ମିଶି ଭଗବାନଙ୍କ ନାଁରେ ରାସନ କାର୍ଡ ତିଆରି କରିଛନ୍ତି | ଏହି ଘଟଣାରେ ଅନ୍ୟାନ୍ୟ ଡିଲର ମଧ୍ୟ ସାମିଲ ଥିବା ଗ୍ରାମବାସୀ କହିଛନ୍ତି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.